ଚେନ୍ନାଇ,|୦୭ହେଡ୍ ଲାଇନରେ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ ବୋଲି ଶୁଣିବାକୁ ମିଳୁଛି । ଆଗାମୀ ଦିନରେ ସେ ଅକ୍ସନକୁ ଯିବେ । ତାଙ୍କୁ ନେବା ପାଇଁ ଅନେକ ଦଳ ଅନାଇ ବସିଥିବା କୁହାଯାଉଛି । କେହି କେହି କହୁଛନ୍ତି ସେ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି । ତେବେ ଏହି ଚର୍ଚ୍ଚାକୁ ନେଇ ସିଏସକେ ସିଇଓ କାଶୀ ବିଶ୍ୱନାଥନ ମୁହଁ ଖୋଲିଛନ୍ତି ।

ବିଶ୍ୱନାଥନ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବା ପାଇଁ ତାଙ୍କ ଦଳରେ କୌଣସି ଆଲୋଚନା ହୋଇନାହିଁ । ଏବେସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇ ନାହିଁ । ଏବେ କିଛି କହିହେବ ନାହିଁ । ଆଗାମୀ ଦିନରେ ଦଳ ନିଷ୍ପତ୍ତି ନେବ ।

Also Read :- Abhishek Sharma World Record: ଅଭିଷେକ ଶର୍ମା ରଚିଲେ ଇତିହାସ, ସବୁଠୁ କମ୍ ବଲରେ ମାରିଲେ ୧୦୦ ଛକା

୨୦୨୬ ମେଜର୍ ଲିଗ୍ କ୍ରିକେଟ୍ ଏବେ ଜାରି ରହିଛି । ଯାହା ଜୁଲାଇ ୧୮ ଯାଏଁ ଚାଲିବ । ଏଥିରେ ଚେନ୍ନାଇ ସୁପର କିଙ୍ଗସ ନିୟନ୍ତ୍ରଣରେ ଥିବା ଟେକସାସ୍ ସୁପର୍ କିଙ୍ଗସ୍ ସାମିଲ ଅଛି । ଏହାପରେ ହିଁ ହାର୍ଦ୍ଦିକଙ୍କୁ ନେଇ ସିଏସକେ କୌଣସି ନିଷ୍ପତ୍ତି ନେବ ବୋଲି ବିଶ୍ୱନାଥନ ପ୍ରକାଶ କରିଛନ୍ତି ।

୨୦୨୬ ଆଇପିଏଲରେ ଚେନ୍ନାଇ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ଅଷ୍ଟମ ସ୍ଥାନରେ ରହି ସେମି ଫାଇନାଲ୍ ଖେଳିପାରିନଥିଲା । ୨୦୨୫ରେ ଟିମ୍ ଦଶମ ସ୍ଥାନରେ ରହିଥିଲା । ଋତୁରାଜ ଗାଏକଓ୍ୱାଡଙ୍କ ନେତୃତ୍ୱକୁ ସମସ୍ତେ ସମାଲୋଚନା କରିଥିଲେ । ୨୦୨୬ରେ ଧୋନୀଙ୍କ ଅନୁପସ୍ଥିତି ଦଳକୁ ଅଧିକ ବ୍ୟାକଫୁଟକୁ ନେଇଥିଲା । ତେଣୁ ଆଗାମୀ ଦିନରେ ଚେନ୍ନାଇ ଋତୁରାଜଙ୍କ ଜାଗାରେ ହାର୍ଦ୍ଦିକଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟ, ଦଳର ବିପର୍ଯ୍ୟୟ କାରଣରୁ ସିଏସକେ ଗତବର୍ଷ ବଡ ପରିବର୍ତ୍ତନ କରିଥିଲା । ରବୀନ୍ଦ୍ର ଜାଡେଜାଙ୍କୁ ଟିମ୍ ରାଜସ୍ଥାନକୁ ଦେଇ ବଦଳରେ ସଞ୍ଜୁ ସାମସନଙ୍କୁ କିଣିଥିଲା । କିନ୍ତୁ ଏହା ଦଳ ପାଇଁ ଉପକାରୀ ସାବ୍ୟସ୍ତ ହୋଇନଥିଲା ।