ଭୁବନେଶ୍ୱର ୦୭।୧୨ : ଭୁବନେଶ୍ୱରରେ ଜଶପ୍ରୀତ୍‌ ବୁମ୍‌ରା । ରବିବାର ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରା । ଏହାପରେ ତାଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଭୁବନେଶ୍ୱର ସ୍ଥିତ ମେଫାୟାର ହୋଟେଲକୁ ନିଆଯାଇଛି ।

ଖବର ଅନୁଯାୟୀ, ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ । ଏହିକ୍ରମରେ ଦକ୍ଷିଣ ଆଫ୍ରିକା ଏବଂ ଭାରତୀୟ ଦଳର ଖେଳାଳିମାନେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଏହାପରେ ଶନିବାର ରାତିରେ ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ଓଡ଼ିଶା ଆସିଥିଲେ । ଆଉ ଏବେ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ବାକି ଅନ୍ୟ ସମସ୍ତ ଖେଳାଳି ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ପହଞ୍ଚିବେ । ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା ।