ନୂଆଦିଲ୍ଲୀ ୧୨।୧୨; ଭୂକମ୍ପ ଝଟକାରେ ଥରିଲା ଜାପାନ। ଜାପାନର ଆଓମୋରିର ହାଚିନୋହେରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଶୁକ୍ରବାର ଜାପାନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ଭୂକମ୍ପର ଗଭୀରତା ୧୦.୭ କିଲୋମିଟର ଥିଲା। । ଭୂକମ୍ପ ପରେ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଥିଲା।

ସୁନାମି ସତର୍କତା

ଦେଶରେ ସୁନାମି ସତର୍କତା ଜାରି କରାଯାଇଛି। ହୋକାଇଡୋ ଏବଂ ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳ, ଏବଂ ଇୱାଟେ ଏବଂ ମିୟାଗି ପ୍ରିଫେକ୍ଚର ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା। ପୂର୍ବରୁ ୭.୫ ତୀବ୍ରତାର ଭୂକମ୍ପ ଆସିଥିଲା। ଯାହା ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା।

୫ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂକମ୍ପକୁ ଗୁରୁତର ବୋଲି ବିବେଚନା କରାଯାଏ ଏବଂ ପ୍ରାୟତଃ ଏହା କ୍ଷତି ଘଟାଇଥାଏ। ତଥାପି, କ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରାଯାଉଛି। କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନିଶ୍ଚିତ ହୋଇନାହିଁ। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।