ନୟାଗଡ଼ ୭।୮: ଭିଜିଲାନ୍ସ ଜାଲରେ ଜଙ୍କିଆ ପଞ୍ଚାୟତର ଏଡିଇଓ ପ୍ରଶାନ୍ତ କୁମାର ଭଟ୍ଟ । ଆବାସ ଯୋଜନାର ବୋନସ୍ ଟଙ୍କା ଏବଂ ଘର ତିଆରି ବାବଦ ଟଙ୍କା ଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଶାନ୍ତଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ।

ଅକ୍ଷୟ ମାଝୀ ନାମକ ଜଣେ ହିତାଧିକାରୀଙ୍କ ଠାରୁ ୪ ହଜାର ଟଙ୍କା ନେଉଥିଲେ ପ୍ରଶାନ୍ତ । ଅକ୍ଷୟ ୨୦୨୫ ମାର୍ଚ୍ଚ ମାସରୁ ଆବାସ ଯୋଜନାରେ ଘର କରିସାରିଥିଲେ ମଧ୍ଯ ତାଙ୍କୁ ଟଙ୍କା ମିଳିନଥିଲା। ଅଫିସକୁ ବାରମ୍ବାର ଦୌଡ଼ିବା ପରେ ପ୍ରଶାନ୍ତଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ଅକ୍ଷୟ। ଏହାପରେ ଏଡିଇଓ ପ୍ରଶାନ୍ତ କୁମାର ଭଟ୍ଟ ଆହୁରି ୪ ହଜାର ଟଙ୍କା ଦାବି କରିଥିଲେ । ଏନେଇ ହିତାଧିକାରୀ ଅକ୍ଷୟ ମାଝୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

Also Read:- କୋର୍ଟକୁ ବୋମା ଧମକ ପଛରେ କିଏ ? ଶରତ ସୁବ୍ରମଣ୍ୟମଙ୍କୁ ନେଇ ବଢ଼ିଲା ସନ୍ଦେହ

ଯୋଜନା ଅନୁସାରେ ଶୁକ୍ରବାର ପ୍ରଶାନ୍ତ ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ତାଙ୍କୁ ଭିଜିଲାନ୍ସ ଟିମ୍ ଭୁବନେଶ୍ବର ନେଇଥିବା ଜଣାପଡିଛି । ପ୍ରଶାନ୍ତଙ୍କ ଠାରୁ ୪ ହଜାର ଟଙ୍କା ଜବତ କରାଯିବା ସହ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ସୂଚନା ଦେଇଛି ।

Watch Video: