କଟକ ୭।୮: ରାଜ୍ୟର ବିଭିନ୍ନ କୋର୍ଟ ଗୁଡିକୁ ବୋମା ଧମକ ଘଟଣାରେ କମିଶନରେଟ୍ ପୋଲିସକୁ କିଛି ସୁରାକ୍ ମିଳିଛି । କମିଶନରେଟ୍ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତାମିଲନାଡୁ ଯାଇ ଏ ସମ୍ପର୍କରେ ଅନୁସନ୍ଧାନ କରିଛି ।

ତାମିଲନାଡୁ ଏଟିଏସ ଦ୍ୱାରା ଗିରଫ ହୋଇଥିବା ଜନୈକ ଅଭିଯୁକ୍ତ ଶରତ ସୁବ୍ରମଣ୍ୟମ ସମ୍ପର୍କରେ ଓଡ଼ିଶା ପୋଲିସ ଅଧିକ ଅଧିକ ଖୋଳତାଡ ଆରମ୍ଭ କରିଛି । ଏହା ସହିତ ତାମିଲନାଡୁ ପୋଲିସକୁ କମିଶନରେଟ୍ ପୋଲିସ ଅଦାଲତକୁ ଆସିଥିବା ବୋମା ଧମକ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ପ୍ରଦାନ କରିଛି।

Also Read:- ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର : ୨୫ ଜୁଲାଇ ସୁଦ୍ଧା ତାଲିକାରେ ନାଁ ଥିଲେ ମିଳିବ ସୁଭଦ୍ରା ଟଙ୍କା

ଗତ ଜୁଲାଇ ମାସ ୨୨ ତାରିଖରେ ଚେନ୍ନାଇ ଏୟାରପୋର୍ଟରୁ ଅଭିଯୁକ୍ତ ଶରତଙ୍କୁ ତାମିଲନାଡୁ ଏଟିଏସ୍ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଆମେରିକାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।

Watch Video: