କୁପୱାରା: ଜମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁଁହା ମୁଁହି l ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କେରନ୍ ସେକ୍ଟର ଅନ୍ତର୍ଗତ ଜୁମଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ । ଉଭୟ ପକ୍ଷରୁ ହୋଇଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇ ଥିବା ପ୍ରାଥମିକ ସୂଚନରୁ ଜଣାପଡିଛି I ଶନିବାର ସକାଳେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ କିଛି ସନ୍ଦେହଜନକ ଗତିବିଧି ଠାବ କରିବା ପରେ ସୁରକ୍ଷାକର୍ମୀ ତତ୍ପର ହୋଇଉଠିଥିଲେ ।

ସୂଚନା ଅନୁଯାୟୀ, ସୀମାରେ ମୁତୟନ  ଥିବା ଯବାନମାନେ ସନ୍ଦେହଜନକ ଗତିବିଧି ଦେଖି ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗତିବିଧି ଅନୁପ୍ରବେଶ ଉଦ୍ୟମ ସହ ଜଡ଼ିତ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଏଯାବତ ଜାରି ରହିଛି । ସମ୍ପୂର୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି l 

ALSO READ- ‘କଂଗ୍ରେସ ବିଶ୍ବାସଘାତକ’: ସିଜେପି ଆନ୍ଦୋଳନକୁ ସମର୍ଥନ ଜଣାଇଲେ DMK ସୁପ୍ରିମୋ ଷ୍ଟାଲିନ୍

ସବୁ ବେଳେ ଆତଙ୍କବାଦ ବା ଦେଶ ବିରୋଧୀ ତତ୍ୱ ମାନଙ୍କ ଶିକାର ସାଜୁଥିବା କାଶ୍ମୀରରେ ଏବେ ଭୟର ଲହରୀ ଖେଳି ଯାଇଛି ..ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ସହ ଫାଇଟ କରିବାକୁ ପ୍ରସ୍ତୁତ ଥିବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅଧିକ ସକ୍ରିୟ ହୋଇପଡିଛନ୍ତି ସୁରକ୍ଷା କର୍ମୀ