ଯାଜପୁର: ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି । ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳି ହୋଇଛି । ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ । ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକ, ବରି ବିଧାୟକ ବିଶ୍ୱ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ। ତେବେ ଏହେ କୌଣସି ମେଳି ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ନେତାଏ ।

Also Read...ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ, ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସ୍‌ପେଣ୍ଡ

ବରି ବିଧାୟକ ବିଶ୍ୱ ମଲ୍ଲିକ ସ୍ପଷ୍ଟ କରି କହିଛନ୍ତି ଯେ, ବିଧାନସଭା ଚାଲି ଥିବାରୁ ସବୁ ଯାଜପୁର ନେତା ଏକାଠି ବସି ପାରୁନଥିଲେ । ପ୍ରତି ମାସରେ ଏପରି ବୈଠକ ବସେ । ସଂଗଠନ ନେଇ ଆଲୋଚନା ହେଲା । ଯାଜପୁରରେ ବିଜେଡି ମଜବୁତ ଅଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତା ନିଲମ୍ବନ ହେଉଛନ୍ତି । ଯାହା ଦଳକୁ ଶକ୍ତିଶାଳୀ କରୁଛି । ଲୋକେ ବିଜେପି ଉପରୁ ମୁହଁ ଫେରାଇଲେଣି । ସରକାର କେମିତି ଚାଲିବ, ସେ ଦିଗରେ ବିଜେପି ଧ୍ୟାନ ଦେଉ । ତଳ ସ୍ତରର ଟାଉଟର ଓ ଦଲାଲଙ୍କୁ ବିଜେପିରେ ସାମିଲ କଲେ କିଛି ଲାଭ ହେବ ନାହିଁ ...