ମୁମ୍ଵାଇ ୧୧।୦୮; ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ନିଜ ନିଆରା ଅନ୍ଦାଜ, ସୁନ୍ଦରତା ଏବଂ ଦମଦାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଶ୍ରୀଲଙ୍କାରେ ଜଣେ ଟିଭି ରିପୋର୍ଟର ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ । ହେଲେ ଆଜି ବଲିଉଡ୍ର ଜଣେ ଗ୍ଲାମରସ୍ ଏବଂ ସଫଳ ଚେହେରା ପାଲଟିଛନ୍ତି ଜ୍ୟାକଲିନ୍ । ଆଜି ଅଗଷ୍ଟ ୧୧ ତାରିଖରେ ସେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଆସନ୍ତୁ ଜାଣିବା, ଟିଭି ରିପୋର୍ଟରରୁ ସିନେମାର ଗ୍ଲାମରସ୍ କୁଇନ୍ ପାଲଟିଥିବା ଜ୍ୟାକଲିନଙ୍କର ଏହି ରୋଚକ କାହାଣୀ।

ବାହାରିନରେ ଜନ୍ମଗ୍ରହଣ କରିଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରୁ ମାସ୍ କମ୍ୟୁନିକେସନ୍ ବା ଗଣ ଯୋଗାଯୋଗରେ ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ଶେଷ କରିବା ପରେ ସେ ଶ୍ରୀଲଙ୍କାରେ ଟେଲିଭିଜନ ରିପୋର୍ଟର ଭାବରେ କାମ ଆରମ୍ଭ କରିଥିଲେ। ସବୁଠାରୁ ବଡ କଥା ତାଙ୍କ ଭାଗ୍ୟରେ କିଛି ଅଲଗା ହିଁ ଲେଖାଥିଲା।

୨୦୦୬ ମସିହାରେ ଜ୍ୟାକଲିନ୍ 'ମିସ୍ ୟୁନିଭର୍ସ ଶ୍ରୀଲଙ୍କା'ର ମୁକୁଟ ପିନ୍ଧିବା ପରେ ମଡେଲିଂ ଜଗତରେ ଏକ ଜଣାଶୁଣା ଚେହେରା ପାଲଟିଥିଲେ। ଏହାପରେ ୨୦୦୯ ମସିହାରେ ଏକ ମଡେଲିଂ ଆସାଇନମେଣ୍ଟ ପାଇଁ ସେ ଭାରତ ଆସିଥିଲେ। ଯେଉଁଠାରେ ତାଙ୍କୁ ସୁଜୋୟ ଘୋଷଙ୍କ ଫ୍ୟାଣ୍ଟାସି ଡ୍ରାମା ଆଲାଦିନ୍ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ର ପାଇଁ ସେ 'ଷ୍ଟାର ଡେବ୍ୟୁ ଅଫ୍ ଦି ଇୟର' IIFA ପୁରସ୍କାର ମଧ୍ୟ ହାସଲ କରିଥିଲେ।

ପ୍ରାରମ୍ଭିକ ଷ୍ଟେଜ୍ରେ, ସାଇକୋଲୋଜିକାଲ୍ ଥ୍ରୀଲର ମର୍ଡର-୨ ଜ୍ୟାକଲିନ୍ଙ୍କ କ୍ୟାରିଅର୍ରେ ଆଣିଦେଇଥିଲା ବଡ଼ ମୋଡ଼। ଏହା ତାଙ୍କର ପ୍ରଥମ ବ୍ଲକବଷ୍ଟର ଚଳଚ୍ଚିତ୍ର ଥିଲା। ଏହାପରେ ସେରେସ୍ ୨,ହାଉସଫୁଲ୍ ୨,ହାଉସଫୁଲ୍ ୩, ଏବଂୱେଲକମ୍ ଟୁ ଦି ଜଙ୍ଗଲଭଳି ଅନେକ ସୁପରହିଟ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ବିଭିନ୍ନ ରିଆଲିଟି ଶୋ ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ସେ ତାଙ୍କର ଜଲୱା ଦେଖାଇସାରିଛନ୍ତି।

ବିବାଦ ସହ ଜଡ଼ିତ ରହିଥିଲେ ମଧ୍ୟ ଜ୍ୟାକଲିନ୍ ନିଜ ବୃତ୍ତିଗତ ଜୀବନରେ କ୍ରମାଗତ ଭାବେ ବଡ଼ ବଡ଼ ପ୍ରୋଜେକ୍ଟ ହାସଲ କରିଚାଲିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳେ। କେବଳ ଇନଷ୍ଟାଗ୍ରାମରେ ହିଁ ତାଙ୍କର ୬୮.୨ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି। ବଲିଉଡ୍ର ଅନେକ ବଡ଼ ସୁପରଷ୍ଟାରଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି।

ନିଜ କଠିନ ପରିଶ୍ରମ ଏବଂ ସମର୍ପଣ ବଳରେ ଶ୍ରୀଲଙ୍କାର ଜଣେ ଟିଭି ରିପୋର୍ଟରରୁ ବଲିଉଡ୍ର ସଫଳ ଅଭିନେତ୍ରୀ ହୋଇପାରିଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ତାଙ୍କର ୪୦ତମ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା।