ଭୁବନେଶ୍ୱର ୨୬।୦୪: କେବେ ମାନିବ, କେବେ ଶୁଣିବ ? ଇସ୍କନର ପୁଣି ମନମାନି। ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା। ଗଜପତି ମହାରାଜଙ୍କ ବାରମ୍ବାର ଚିଠି ପରେ ବି ଇସ୍କନ ମାନୁନି କି , ଖାତିର୍ ବି କରୁନି। ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା। ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି। ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି। ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି।

ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କର ପାପୁଲି ବା ଆଙ୍ଗୁଠି ନାହିଁ। ସେ ତ ଅଧା ଗଢା ଠାକୁର। ମାତ୍ର ଇସ୍କନ ବିଦେଶରେ ଜଗନ୍ନାଥଙ୍କ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଛି। ଯାହାକି ଶାସ୍ତ୍ର ବିରୋଧୀ। ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି। ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Also Read:-US Navy Blocks Iran Ship: ଆରବ ସାଗରରେ ଆମେରିକା ନୌସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ବାଟ ବଦଳାଇ ଇରାନ ଫେରିଲା ଜାହାଜ 'M/V Sevan'

ନିକଟରେ ଇସ୍କନକୁ ଚରମବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ। ହେଲେ ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି। ୨୦୨୬ ମସିହାରେ ଇସ୍କନ ବିଶ୍ବର ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ତାରିଖ ସ୍ଥିର କରିଛି।