ନୂଆଦିଲ୍ଲୀ, ୧୧/୧୨:ପୁଣି ଥରେ ଆସିବ କି କୋଭିଡ-19? ୨୦୨୦-୨୧ ଭଳି ରଚିବ କି ତାଣ୍ଡବଏମିତି କିଛି ପ୍ରଶ୍ନକୁ ନେଇ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।୨୦୨୫ରେ ଦେଶରେ କିଛି ଦିନ ପାଇଁ ହୁହୁ ହୋଇ କରୋନା ମାମଲା ବଢିବା ପରେ ଏବେ ପୁଣି ଡରାଇଲାଣି ଚାଇନା ଭାଇରସ୍ । କିଛି କିଛି ଜାଗାରେ ଏବେ କରୋନା ମାମଲା ସାମ୍ନାକୁ ଆସିଛି । ଯାହା ଆଗକୁ ଭୟଙ୍କର ହେବା ନା ନାହିଁ ତାକୁ ନେଇ ନାନା ଅନୁମାନ ଏବଂ ଆଶଙ୍କା ।

୨୦୨୫ ଆରମ୍ଭରୁ ଡରାଇଥିଲା କରୋନା

୨୦୨୫ମେ-ଜୁନ ମାସରେ କୋଭିଡ୍ କାୟା ମେଲାଇଥିଲା । ଦେଶରେ ପ୍ରତି ଦିନ ନୂଆ ନୂଆ ଆକ୍ଟିଭ୍ ମାମଲା ବଢିଥିଲା । ହଜାର ହଜାର ଲୋକେ ପଜିଟିବ୍ ଚିହ୍ନଟ ହେଉଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଜୁନ ମାସରେ ଦୈନିକ ୪୦୦୦କେସ୍ ସାମ୍ନାକୁ ଆସିଥିଲା । ଯାହା ପରେହଜାର ଛୁଇଁଥିଲା । ଓମିକ୍ରନ୍ ଭ୍ୟାରିଆଣ୍ଟ ଏକ ସବ୍ ଭ୍ୟାରିଆଣ୍ଟ୍ ପାଇଁ ଏପରି ମାମଲା ବଢୁଥିବା ସେତେବେଳେ ଜଣା ପଡିଥିଲା ।

ଏବେ ନୂଆ ଭାଇରସ

କୁହାଯାଉଛି ଯେ, ଏବେ ଭାରତରେ କରୋନାରଟି ନୂଆ ଭ୍ୟାରିଆଣ୍ଟ୍ ଆକ୍ଟିଭ୍ ରହିଛି । ଏହି ସବୁ ଭ୍ୟାରିଆଣ୍ଟ୍ ହେଲା JN.1, NB.1.8.1, LF.7ଏବଂXFGJN.1ଭ୍ୟାରିଆଣ୍ଟ୍ ୨୦୨୫ରେ ଦେଶରେ ଆକ୍ଟିବ୍ ଥିଲା । ଏବେ ବି ଏହାର ପ୍ରଭାବ ରହିଛି ।NB.1.8.1, LF.7ଭ୍ୟାରିଆଣ୍ଟ୍ ଅଳ୍ପ କିଛି ରାଜ୍ୟରେ ଦେଖିବାକୁ ମିଳିଥିଲା । ଏହି ରାଜ୍ୟରେ ତାମିଲନାଡୁ ଏବଂ ଗୁଜରାଟ ସାମିଲ ଥିଲେ । XFG କିନ୍ତୁ ଅଧିକ ରାଜ୍ୟରେ ନିଜର ଆଧିପତ୍ୟ ଜାହିର କରିଥିଲା । ସମସ୍ତ ସବ୍ ଭ୍ୟାରିଆଣ୍ଟ ଉପରେ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନଜର ରଖିଛନ୍ତି ।

ନୂଆ କୋଭିଡ-19 ଭାଇରସର ଲକ୍ଷଣ

JN.1, NB.1.8.1, LF.7ଏବଂXFGଭ୍ୟାରିଆଣ୍ଟର ଲକ୍ଷଣ ପ୍ରାୟତଃ ସମାନ । ଏ ସମସ୍ତ ଓମିକ୍ରନ୍ ଭଳି ଜ୍ୱର, କାଶ ଏବଂ ଦେହହାତ ବିନ୍ଧା କରାଇଥାନ୍ତି । ଅନେକ ମାମଲାରେ ରୋଗୀ ଗୁରୁତର ହୋଇନଥାନ୍ତି । କିନ୍ତୁ ବୟସ୍କ ଏବଂ ଅନ୍ୟରୋଗ ଥିବା ବ୍ୟକ୍ତି ଏହା ଦ୍ୱାରା ପ୍ରାଣ ହରାଇଥିବା ସମ୍ଭାବନା ରହିଛି । ସୁସ୍ଥ ଲୋକ ନୂଆ ଭ୍ୟାରିଆଣ୍ଟ୍ ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା କମ୍ ରହିଛି ।

୨୦୨୫ରେ ଆତଙ୍କ

୨୦୨୫ରେ କେରଳ, ମହାରାଷ୍ଟ୍ର, ଦିଲ୍ଲୀରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଥିଲେ । ଏବେ କିନ୍ତୁ ଦେଶରେ ଆକ୍ଟିବ୍ କରୋନା ମାମଲା କମ୍ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓମିକ୍ରନ୍ ଉପରେ ନଜର ରଖିଛି ।