ନୂଆଦିଲ୍ଲୀ: ଗୁଜରାଟ ଭୂକମ୍ପ, ବକ୍ସିଂ ଡେ ସୁନାମି ଏବଂ ନେପାଳ ପ୍ରଳୟ, ଯଦି ଆମେ ଆପଣଙ୍କୁ ପଚାରିବୁ ସବୁ ମଧ୍ୟରେ ସାଧାରଣ କଥା କ’ଣ ? ତେବେ ଆପଣ ଉତ୍ତର ହେବ ଧନଜୀବନ ହାନି । କିନ୍ତୁ ଆଉ ଗୋଟିଏ କଥା ମଧ୍ୟ ଅଛି, ଯାହା ଏସବୁ ମଧ୍ୟରେ ସମାନ । ତାହା ହେଉଛି ୨୬ ନମ୍ବର । ଅର୍ଥାତ୍ ଏହିସବୁ ଭୟାନକ ପ୍ରାକୃତିକ ଘଟଣା ୨୬ ତାରିଖରେ ଘଟିଛି । ବିପର୍ଯ୍ୟୟ ସହିତ ୨୬ କ’ଣ ରହିଛି ଲିଙ୍କ୍ । ସତରେ କଣ ୨୬ ଏକ ଅଶୁଭ ନମ୍ବର ?  

ନେପାଳ ଫ୍ଲାସ୍ ଫ୍ଲଡ୍ (୨୬ ଅଗଷ୍ଟ ୨୦୨୬)

ନେପାଳରେ ଅଗଷ୍ଟ ୨୬ ଅନ୍ୟ ଦିନଗୁଡ଼ିକ ପରି ସାଧାରଣ ଥିଲା । ଲୋକମାନେ କାହିଁକି ବା ଜାଣିଥାନ୍ତେ ଯେ ମୃତ୍ୟୁ କରାଳ ରୂପ ଧରି ମାଡ଼ୁ ଆସୁଛି । ହିମାଳୟରେ ଗ୍ଲେସିୟର ଫାଟିଗଲା ଏବଂ ଦେଖୁ ଦେଖୁ ଏପରି ତାଣ୍ଡବ ରଚିଲା ଯେ ନେପାଳର ଲୋକଙ୍କୁ ସମ୍ଭାଳିବାର ସୁଯୋଗ ସୁଦ୍ଧା ମିଳିଲା ନାହିଁ । ଘରଦ୍ୱାର ଭାସିଗଲା । ବସ୍ତି ଏବଂ ସହର ଛାରଖାର ହୋଇଗଲା । ୧୦୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଲେ । ୪୫୦୦ରୁ ଅଧିକ ଲୋକ ନିଖୋଜ । ଭୋଟେ କୋଶୀ ନଦୀରେ ହଠାତ୍ ପାଣି ଯୋଗୁଁ ନେପାଳର ରସୁୱା ଜିଲ୍ଲା ଏବଂ ଏହାର ତଳିଆ ଅଞ୍ଚଳରେ ଭୟଙ୍କର ବନ୍ୟା ଆସିଗଲା । ବନ୍ୟା ବସ୍ତିଗୁଡ଼ିକୁ ବୁଡ଼ାଇ ଦେଲା, ରାସ୍ତା ଓ ପୋଲଗୁଡ଼ିକୁ ଭସାଇ ନେଲା ଏବଂ ହାଇଡ୍ରୋ ପ୍ରୋଜେକ୍ଟଗୁଡ଼ିକୁ କ୍ଷତି ପହଞ୍ଚାଇଲା ।

ହିନ୍ଦୁକୁଶ ଭୂକମ୍ପ (୨୬ ଅକ୍ଟୋବର ୨୦୧୫)

ଏହି ଦିନ ହିନ୍ଦୁକୁଶ ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଆସିଥିଲା । ଆଫଗାନିସ୍ତାନ, ପାକିସ୍ତାନ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରକୃତିର ତାଣ୍ଡବଳୀଳା ଦେଖିବାକୁ ମିଳିଥିଲା । ଏହି ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷତି ହୋଇଥିଲା । ଖବର ଅନୁଯାୟୀ ପ୍ରାୟ ୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିମଧ୍ୟରୁ ଅଧିକାଂଶ ମୃତ୍ୟୁ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ହୋଇଥିଲା ।

ଯୋଗ୍ୟାକାର୍ତା ଭୂକମ୍ପ, ଇଣ୍ଡୋନେସିଆ (୨୬ ମେ ୨୦୦୬)

ଇଣ୍ଡୋନେସିଆର ଜାଭା ଦ୍ୱୀପସ୍ଥିତ ଯୋଗ୍ୟାକାର୍ତା ନିକଟରେ ୬.୩ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହାଫଳରେ ମୃତ୍ୟୁର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା । ହଜାର ହଜାର ଘର ଏବଂ କୋଠାବାଡ଼ି କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଯାଇଥିଲା ଏବଂ ୫,୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।  

ମହାରାଷ୍ଟ୍ର ବନ୍ୟା (୨୬ ଜୁଲାଇ ୨୦୦୫)

୨୦୦୫ ଜୁଲାଇ ୨୬ରେ ମହାରାଷ୍ଟ୍ରରେ ପ୍ରବଳ ମୌସୁମୀ ବର୍ଷା ହୋଇଥିଲା, ଯାହାଫଳରେ ବିଶେଷ କରି ମୁମ୍ବାଇରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସହରରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୪୪ ମିଲିମିଟର ବର୍ଷା ହୋଇଥିଲା, ଯାହା ଯୋଗୁଁ ରାସ୍ତା, ଘର ଏବଂ ରେଳଲାଇନ୍ ପାଣିରେ ବୁଡ଼ିଯାଇଥିଲା ଏବଂ ଜନଜୀବନ ଠପ୍ ହୋଇପଡ଼ିଥିଲା । ମହାରାଷ୍ଟ୍ରରେ ମୋଟ ୧,୦୯୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ଭାରତ ମହାସାଗରରେ ଭୂକମ୍ପ ଏବଂ ସୁନାମି (୨୬ ଡିସେମ୍ବର ୨୦୦୪)

ଭାରତର ଇତିହାସରେ ସମୁଦ୍ରର ଏପରି ତାଣ୍ଡବ ହୁଏତ କେବେ ଦେଖିବାକୁ କିମ୍ବା ଶୁଣିବାକୁ ମିଳିନଥିବ । ୨୬ ଡିସେମ୍ବରରେ ସୁମାତ୍ରା ଉପକୂଳରେ ୯.୧ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହା ଯୋଗୁଁ ଭାରତୀୟ ମହାସାଗର ସୀମାନ୍ତରେ ଥିବା ସମସ୍ତ ଦେଶରେ ଭୟଙ୍କର ସୁନାମି ଆସିଥିଲା । ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭାରତ ଏବଂ ଥାଇଲ୍ୟାଣ୍ଡରେ ମୃତ୍ୟୁର କରାଳ ରୂପ ଦେଖିବାକୁ ମିଳିଥିଲା । ପ୍ରାୟ ୨,୨୮,୦୦୦ ଲୋକ ପ୍ରାଣ ହରାଇଥିଲେ କିମ୍ବା ସେମାନଙ୍କୁ ମୃତ ବୋଲି ଧରିନିଆଯାଇଥିଲା ।

Also Read:କାଦୁଅ ଆଡେଇଲେ ବାହାରୁଛି ଶବ ! ନେପାଳ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା ହଜାରେ ଛୁଇଁଲା

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬ ନଭେମ୍ବର ୨୦୦୮)

୨୦୦୮ ନଭେମ୍ବର ୨୬ରେ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ । ସିଏସଟି ଟର୍ମିନସ, ତାଜମହଲ ପ୍ୟାଲେସ ହୋଟେଲ, ନରିମାନ ପଏଣ୍ଟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ସ୍ଥାନୀୟ ପୋଲିସ ଏବଂ ପରେ ଏନଏସଜି ମୋର୍ଚ୍ଚା ସମ୍ଭାଳିଥିଲେ । ୩ ଦିନ ପରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ଏହି ଘଟଣାରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ ଜଣ ଆହାତ ହୋଇଥିଲେ । ୯ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିବା ବେଳେ ଅଜମଲ ଆମିର କସାବ ନାମକ ଜଣେ ଆତଙ୍କବାଦୀକୁ ଜୀବନ୍ତ ଧରାଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଫାଶୀ ଦିଆଯାଇଥିଲା ।

ବାମ୍ ଭୂକମ୍ପ, ଇରାନ (୨୬ ଡିସେମ୍ବର ୨୦୦୩)

ଡିସେମ୍ବର ୨୬ରେ ଇରାନର ବାମ୍ ସହରରେ ୬.୬ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହା ଦ୍ୱାରା ଏହି ଐତିହାସିକ ସହର ଏବଂ ଏହାର ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଥିଲା । ହଜାର ହଜାର କୋଠା ଭୁଶୁଡ଼ି ପଡ଼ିଥିଲା ଏବଂ ମୃତକଙ୍କ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୩୧,୦୦୦ ଲୋକ ପ୍ରାଣ ହରାଇଥିବା ବ୍ୟାପକ ଭାବେ କୁହାଯାଇଥିଲା ।

ଆଫଗାନିସ୍ତାନ ଭୂକମ୍ପ (୨୫-୨୬ ମାର୍ଚ୍ଚ ୨୦୦୨)

ମାର୍ଚ୍ଚ ୨୫-୨୬ ରାତିରେ ଉତ୍ତର ଆଫଗାନିସ୍ତାନରେ କ୍ରମାଗତ ଅନେକ ଭୂକମ୍ପ ଆସିଥିଲା, ଯାହା ଦ୍ୱାରା ବଗଲାନ୍ ପ୍ରଦେଶର କିଛି ଅଞ୍ଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । କାଦୁଅ ଓ ଇଟାରେ ତିଆରି ଘରଗୁଡ଼ିକ ଭାଙ୍ଗିଯାଇଥିଲା ଏବଂ ହଜାର ହଜାର ଲୋକ ବେସାହାର ହୋଇଯାଇଥିଲେ । ପ୍ରାରମ୍ଭିକ ଆକଳନରେ ମୃତକଙ୍କ ସଂଖ୍ୟା ୧,୮୦୦ ପର୍ଯ୍ୟନ୍ତ କୁହାଯାଇଥିଲା, ଯଦିଓ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମୟରେ ପରବର୍ତ୍ତୀ ଆକଳନରେ ଏଥିରେ ଯଥେଷ୍ଟ ପାର୍ଥକ୍ୟ ଦେଖାଦେଇଥିଲା ।

Also Read:ଗୋଟିଏ ଘରୁ ମିଳିଲା ୨୩ ମୃତଦେହ ! ଡରିଗଲେ ଉଦ୍ଧାରକାରୀ ଟିମ୍, ନେପାଳ ପ୍ରଳୟର ଛାତିଥରା ଦୃଶ୍ୟ

ଗୁଜରାଟ ଭୂକମ୍ପ (୨୬ ଜାନୁଆରୀ ୨୦୦୧)

ଯେତେବେଳେ ସାରା ଦେଶ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ପାଳନ କରୁଥିଲା, ସେତେବେଳେ ଗୁଜରାଟ ଭୂକମ୍ପର ଝଟକାରେ ଥରିଉଠିଥିଲା । ବିଶେଷ କରି କଚ୍ଛ ଅଞ୍ଚଳରେ ଭୟଙ୍କର ବିନାଶ ଘଟିଥିଲା । ପ୍ରାୟ ୨୦,୦୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ୧,୬୬,୦୦୦ ଲୋକ ଆହାତ ହୋଇଥିଲେ ।

ଏର୍ଜିନକାନ୍ ଭୂକମ୍ପ, ତୁର୍କୀ (୨୬-୨୭ ଡିସେମ୍ବର ୧୯୩୯)

ତୁର୍କୀର ଏର୍ଜିନକାନ୍ ଅଞ୍ଚଳରେ ୨୬ ଡିସେମ୍ବର ୧୯୩୯ରେ ୭.୮ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହା ଯୋଗୁଁ ଭୟଙ୍କର ବିପର୍ଯ୍ୟୟ ଘଟିଥିଲା । ହଜାର ହଜାର କୋଠା ଭାଙ୍ଗିଯାଇଥିଲା ଏବଂ ପ୍ରାୟ ୩୨,୭୦୦ ଲୋକ ପ୍ରାଣ ହରାଇଥିଲେ।