ନୂଆଦିଲ୍ଲୀ: ଇରାନ ସ୍ପଷ୍ଟ କରିଛି ଯେ, ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଭାରତୀୟ ଜାହାଜଠୁ କୌଣସି ଶୁଳ୍କ ନିଆଯିବ ନାହିଁ। ଆଗକୁ ମଧ୍ୟ ତାଙ୍କ ଦେଶ ଭାରତକୁ ସାହାଯ୍ୟ କରିବ। ଭାରତରେ ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫତହଲୀ କହିଛନ୍ତି, ଆପଣ ଭାରତ ସରକାରଙ୍କୁ ପଚାରି ପାରିବେ, ଆମେ ଏ ପର୍ଯ୍ୟନ୍ତ ଭାରତୀୟ ଜାହାଜଠୁ କୌଣସି ଟୋଲ୍ ଆଦାୟ କରିନୁ। ଏମିତି ମୁସ୍କିଲ ସ୍ଥିତିରେ ଭାରତ ଓ ଇରାନର ସଂପର୍କ ମଜବୁତ ରହିଛି ଏବଂ ଦୁଇ ଦେଶର ସଂପର୍କ ଆଗକୁ ମଧ୍ୟ ଜାରି ରହିବ।

ଇରାନ ଏହା ମଧ୍ୟ କହିଛି ଯେ, ସେ ଭାରତୀୟ ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ବାହାର କରିବାରେ ସାହାଯ୍ୟ କରିବ। ଫତହଲି କହିଛନ୍ତି, ଇରାନର ଭାରତ ସରକାରଙ୍କ ସହିତ ଉତ୍ତମ ସଂପର୍କ ରହିଛି। ଇରାନ ଚାହୁଁଛି ଭାରତୀୟ ଜାହାଜ ବିନା କୌଣସି ସମସ୍ୟାରେ ଏହି ରାସ୍ତା ଦେଇ ଗତି କରୁ। ଇରାନର ବୈଦେଶିକ ମନ୍ତ୍ରୀ ଭାରତକୁ ନିଜର ୫ ଖାସ୍ ଓ ଭରସାଯୋଗ୍ୟ ମିତ୍ର ଦେଶ ମଧ୍ୟରୁ ଗୋଟିଏ ବୋଲି ଦର୍ଶାଇଛନ୍ତି।

Also Read: ସଂପର୍କ ପାଇଁ ସୈନିକ ଏବଂ ଲଢ଼ୁଆ ବିମାନ ପଠାଇଲା ପାକିସ୍ତାନ, ଆର୍ଥିକ ସହାୟତା ପାଇବାକୁ ରଖିଛି ଆଶା

ଟୋଲ୍ ଆଦାୟକୁ ଖାରଜ କଲା ଭାରତ

ଭାରତ ପୂର୍ବରୁ ସ୍ପଷ୍ଟ କରିଛି ଯେ ଏହାର ଜାହାଜଗୁଡ଼ିକୁ ହର୍ମୁଜରେ ଯାତାୟତ ପାଇଁ ଇରାନକୁ କୌଣସି ଟୋଲ୍ ଦେଇନାହିଁ। ଇରାନ ଯୁଦ୍ଧ ପରେ ହର୍ମୁଜରେ ଯାତାୟାତ ପ୍ରାୟ ବନ୍ଦ ହୋଇଯାଇଥିବା ବେଳେ ନଅଟି ଭାରତୀୟ ଏଲପିଜି ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାଇଛି। ଏବେ ପ୍ରାୟ ୧୫ଟି ଭାରତୀୟ ପତାକା ଜାହାଜ ପାରସ୍ୟ ଉପସାଗରରେ ଫସି ରହିଛି।

Also Read: ହର୍ମୁଜରେ ନାକାବନ୍ଦୀ ଆରମ୍ଭ କଲା ଆମେରିକ, ଟ୍ରମ୍ପ କହିଲେ- ପାଖକୁ ଆସିଲେ ଉଡ଼ାଇ ଦେବୁ ଜାହାଜ

ହର୍ମୁଜ ପ୍ରଣାଳୀ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ। ଭାରତର ପ୍ରାୟ ଅଶୋଧିତ ତୈଳ ଏବଂ ଏଲପିଜି ଆମଦାନୀର ଅଧା ଏହି ମାର୍ଗ ଦେଇ ଆସିଥାଏ। ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ଭାରତର ଶକ୍ତି ଯୋଗାଣ ଏବଂ ବାଣିଜ୍ୟ ସିଧାସଳଖ ପ୍ରଭାବିତ ହୋଇପାରେ। ଫତହଲି ଭାରତୀୟ ଜନତା ଏବଂ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଭାରତ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ତାଙ୍କ ସହିତ ଠିଆ ହୋଇଛି ଏବଂ ଏହି କଷ୍ଟକର ସମୟରେ ଅତ୍ୟାବଶ୍ୟକ ସହାୟତା ଯୋଗାଇଛି।