RCB vs LSG IPL 2026: ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୨୦୨୬ର ୨୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲରଙ୍କ ଘାତକ ବୋଲିଂ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୪୬ ରନ କରିଛି। ମିଚେଲ୍ ମାର୍ଶ ସର୍ବାଧିକ ୪୦ ରନ କରିଥିବା ବେଳେ ଆୟୁଷ ବାଦୋନି ୩୮ ରନ ଓ ମୁକୁଲ ଚୌଧୁରୀ ୩୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ବେଙ୍ଗାଲୁରୁ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ରଶିଖ ସଲାମ ଡାର ୪ଟି ଏବଂ ଭୁବନେଶ୍ଵର କୁମାର ୩ଟି ଓ୍ଵିକେଟ୍ ନେଇ ଲକ୍ଷ୍ନୌକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜିର ଆରମ୍ଭ ସେତେ ଆଶାନୁରୂପ ନ ଥିଲା। ଆଡନ ମାରକ୍ରମ ୧୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଋଷଭ ପନ୍ତ(୧ ରନ) ଓ ନିକୋଲାସ ପୂରନ(୧ ରନ) ନିଜର ଖରାପ ଫର୍ମ ବଜାୟ ରଖି ଦଳକୁ ନିରାଶ କରିଥିଲେ। ମିଚେଲ୍ ମାର୍ଶ ୪୦ ରନ କରି ଆଉଟ୍ ହୋଇଥିଲେ। ଆୟୁଷ ବାଦୋନି ୨୪ ବଲରୁ ୩୮ ରନର ଉପଯୋଗୀ ରନ କରିଛନ୍ତି। ନିମ୍ନକ୍ରମରେ ମୁକୁଲ ଚୌଧୁରୀ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟୁ କେହି ସହଯୋଗ କରି ନ ଥିଲେ। ଫଳରେ ଏଲଏସଜି ୧୪୬ ରନ କରି ପାରିଛି।

Also Read: ଲିଟି- ଚୋଖା ବି ଛାଡ଼ି ଦେଲେ, ବଡ଼ ବଡ଼ ଛକା ମାରିବା ପାଇଁ ଏହା ଖାଉଛନ୍ତି ବୈଭବ ସୂର୍ଯ୍ୟବଂଶୀ

ମୁକୁଲ ଚୌଧୁରୀ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ବୋଲିଂରେ ରଶିଖ ସଲାମ ଡାର ୪ ଓଭରରେ ୨୪ ରନ ଓ ଭୁବନେଶ୍ଵର କୁମାର ସମାନ ୪ ଓଭରରେ ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଦୁଇ ବୋଲର ଘାତକ ବୋଲିଂ କରି ଏଲଏସଜିକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି।