ନୂଆଦିଲ୍ଲୀ,୩୧ /୦୩ମଙ୍ଗଳବାର ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଉଭୟ ବିଜୟ ସହ ସିଜନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଗତ ବର୍ଷ ଗୁଜରାଟ ଟାଇଟନ୍ସକୁ ତାଘରୋଇ ଗ୍ରାଉଣ୍ଡରେପଞ୍ଜାବ କିଙ୍ଗସ୍ପରାସ୍ତ କରିଥିଲା । ଏଥର ପଞ୍ଜାବ କିଙ୍ଗ୍ସର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ । ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଗୁଜରାଟ ଟାଇଟନ୍ସ ନିକଟରେ ଏଥର ଉପଯୁକ୍ତ ସୁଯୋଗ ରହିଛି ।

ଘରୋଇ ଗ୍ରାଉଣ୍ଡରେ ଦୁର୍ବଳ ପ୍ରଦର୍ଶନ

ପଞ୍ଜାବ କିଙ୍ଗ୍ସଗତ ସିଜନରେ ୯ଟି ଲିଗ ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ତଥାପି ଘରୋଇ ଗ୍ରାଉଣ୍ଡରେ ପ୍ରଦର୍ଶନ ସାମାନ୍ୟ ଦୁର୍ବଳ ରହିଥିଲା । ମୁଲନପୁର ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗ୍ସଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଛି ଓ ୩ଟି ମ୍ୟାଚରେ ବିଜୟ ହାସଲ କରିଛି । ଏଥର ପଞ୍ଜାବ କିଙ୍ଗ୍ସକୁ ଘରୋଇ ଗ୍ରାଉଣ୍ଡରପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ ।

ପଞ୍ଜାବ କିଙ୍ଗସର ପ୍ରମୁଖ ଏକାଦଶରେ ସେଭଳି ପରିବର୍ତ୍ତନ ସମ୍ଭାବନା ନାହିଁ । ନିଲାମ ପୂର୍ବରୁ ପଞ୍ଜାବ ମାତ୍ର ୪ଜଣ ଖେଳାଳିଙ୍କୁ ରିଲିଜ କରିଥିଲା ଓ ୨୧ ଜଣ ଖେଳାଳିଙ୍କୁ ରିଟେନ କରିଥିଲା । ଅର୍ଥାତ ଏଥର ଦଳରେ ବିଶେଷ ପରିବର୍ତ୍ତନ କରିବାର ଯୋଜନା ନାହିଁ । ଯାହା ଫଳରେ ଦଳରେ ସନ୍ତୁଳନ ବଜାୟ ରହିବ । କେବଳ ଜୋସ ଇଂଲିଶ ଦଳରେ ନାହାନ୍ତି । ତାଙ୍କ ସ୍ଥାନରେ କୁପର କନ୍ନଲି ୩ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି ।

ଓମାରଜାଇ ଫୋକସରେ

ଆଜିଅଲରାଉଣ୍ଡର ଅଜମତୁଲ୍ଲା ଓମାରଜାଇଙ୍କ ପ୍ରଦର୍ଶନ ଉପରେ ପଞ୍ଜାବନିର୍ଭର କରିବ । ଆଫଗାନିସ୍ତାନର ଏହି ଅଲ୍ରାଉଣ୍ଡର ଗତ ଆଇପିଏଲ୍ ପରଠୁ କେବଳ ଟି-ଟ୍ୱେଣ୍ଟି ଫର୍ମାଟରେ ୭୮୫ ରନ ସଂଗ୍ରହ କରିବା ସହ ୫୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

​​​​​​​Also Read :-ମାତ୍ର ୧୫ ବଲରେ ବୈଭବ ସୂର୍ଯ୍ୟବଂଶୀ ମାରିଲେ ଅର୍ଦ୍ଧଶତକ, ଚେନ୍ନାଇ ବିପକ୍ଷରେ ରଚିଲେ ଇତିହାସ

ଗୁଜୁରାଟର ବିଜୟ ଲକ୍ଷ୍ୟ

ଗୁଜରାଟ ଟାଇଟନ୍ସ ଗତ ସିଜନରେ ୯ଟି ଲିଗ ମ୍ୟାଚ ଜିତି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିଲା । ପ୍ଲେ-ଅଫ (ଏଲିମିନେଟର ମୁକାବିଲା)ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲା । ଏଥର ମଧ୍ୟ ଦଳର ଶ୍ରେଷ୍ଠ ଏକାଦଶରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ବ୍ୟାଟିଂ କ୍ରମର ୪ନଂ ସ୍ଥାନକୁ ନେଇ ଉତ୍ସୁକତା ରହିବ । ଗତ ସିଜନରେ ସେରଫାନ ରଦରଫୋର୍ଡ ଏହି ସ୍ଥାନରେ ବ୍ୟାଟିଂ କରିଥିଲେ । ଏଥର ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ । ତାଙ୍କ ସ୍ଥାନରେ ଟାଇଟନ୍ସ ଦଳ ଗତ ନିଲାମରେ ଇଂଲଣ୍ଡର ଟମ ବାଣ୍ଟନଙ୍କୁ କିଣିଥିଲା । ସେ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଏହା ବ୍ୟତୀତ ନ୍ୟୁଜିଲାଣ୍ଡର ଗ୍ଲେନ ଫିଲିପ୍ସ ମଧ୍ୟ ୪ନଂ ସ୍ଥାନରେ ବ୍ୟାଟିଂ କରିବା ସମ୍ଭାବନା ରହିଛି । ଗତ ସିଜନରେ ସେ ଟାଇଟନ୍ସ ଦଳର ସଦସ୍ୟ ଥିଲେ ହେଁ ଆହତ ହୋଇ ବାଦ ପଡ଼ିଥିଲେ ।

ଶକ୍ତିଶାଳୀ ବୋଲିଂ

ଟାଇଟନ୍ସର ବ୍ୟାଟିଂ ବିଭାଗ ସୁଦୃଢ଼ ରହିଥିବାବେଳେ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ରସିଦ ଖାନ,ପ୍ରସିଦ୍ଧ କ୍ରିଷ୍ଣା,ମହମ୍ମଦ ସିରାଜ,କାଗିସୋ ରାବାଡା ଓ ଜାସନ ହୋଲ୍ଡର ବୋଲିଂ ବିଭାଗ ସମ୍ଭାଳିବେ । ତେବେ ରାବାଡ଼ା ଓ ହୋଲ୍ଡରଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସୁଯୋଗ ମିଳି ପାରିବ ।