ନୂଆଦିଲ୍ଲୀ: ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲର ପଞ୍ଚମ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ପାଇଁ ସିଜିନ ଏହା ପ୍ରଥମ ମ୍ୟାଚ୍। ଲକ୍ଷ୍ନୌର ଅଧିନାୟକ ଭାର ଋଷଭ ପନ୍ତଙ୍କ କାନ୍ଧରେ ଥିବା ବେଳେ ଦିଲ୍ଲୀର ନେତୃତ୍ଵ ନେଉଛନ୍ତି ଅକ୍ଷର ପଟେଲ୍। ଦୁଇ ଦଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ। ଦୁଇ ଦଳରେ ବିସ୍ଫୋରକ ବ୍ୟାଟର ଭରି ରହିଛନ୍ତି। ଆଜି ଏକ ରୋମାଞ୍ଚକର ମ୍ୟାଚ୍ ହେବା ବୋଲି ଆଶା କରାଯାଉଛି।

ଏହି ଖେଳାଳିଙ୍କ ଉପରେ ରହିବ ନଜର

ଆଜିର ମ୍ୟାଚରେ ଋଷଭ ପନ୍ତ, ମିଚେଲ୍ ମାର୍ଶ, ଆଡନ ମାରକ୍ରମ, ନିକୋଲାସ ପୂରନ, କେଏଲ ରାହୁଲ, ଅକ୍ଷର ପଟେଲ, ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ ମିଲର ଓ ନୀତିଶ ରାଣାଙ୍କ ପରି ବ୍ୟାଟରଙ୍କ ଉପରେ। ସେହିପରି ବୋଲିଂରେ ମହମ୍ମଦ ଶାମି, ଏନରିକ ନୋର୍ତ୍ତଜେ, ଦିଗବେଶ ସିଂ ରାଠି, ଆକିବ ନବୀ ଡାର, କୁଲଦୀପ ଯାଦବ, ଟି ନଟରାଜନ ଓ ଲୁଙ୍ଗି ଏନଗିଡିଙ୍କ ଉପରେ ସଭିଙ୍କ ନଜର ରହିବ।

Also Read: ବ୍ୟାନ୍ ହେବେ ଶ୍ରେୟସ ଆୟର ! ଏବେ ଫାଇନ୍, ପୁଣି ଭୁଲ କଲେ ଖେଳିପାରିବେନି ମ୍ୟାଚ୍

କେମିତି ରହିବ ଇକାନାର ପିଚ୍

ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ପ୍ରଥମେ ତ ଲୋ ସ୍କୋରିଂ ମ୍ୟାଚ୍ ହେଉଥିଲା ମାତ୍ର ଗତ ବର୍ଷ ଏଠାରେ ନୂଆ ପିଚ୍ ପ୍ରସ୍ତୁତ କରାଯାଇଥିଲା। ସେବେଠୁ ରନ କରିବା ସହଜ ହୋଇ ଯାଇଛି। ଆରମ୍ଭରେ ବଲ୍ ଠିକ ଭାବେ ବ୍ୟାଟକୁ ଆସିଥାଏ। ମାତ୍ର ବଲ୍ ପୁରୁଣା ହେବା ପରେ ବ୍ୟାଟର ଦ୍ରୁତ ଗତିରେ ରନ କରିଥାନ୍ତି। ଏଠାରେ କାକରର ପ୍ରଭାବ ମଧ୍ୟ ପଡ଼ିପାରେ। ଏମିତିରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି।

ମ୍ୟାଚ୍ ପୂର୍ବାନୁମାନ

ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପଲ୍ଲା ଭାରି ରହିଛି। ମୁକାବିଲା ୫୫-୪୫ ରହିପାରେ। କିନ୍ତୁ ଲକ୍ଷ୍ୟର ପିଛା କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ ରହିଛି। 

Also Read: ୨୫ ହଜାରରେ ବିକ୍ରି ହେଉଥିଲା ଗୋଟିଏ ଟିକେଟ୍, ପୂର୍ବତନ ଅଣ୍ଡର-୧୯ କ୍ରିକେଟର ଗିରଫ

ଏଲଏସଜିର ସମ୍ଭାବିତ ଏକାଦଶ

ଆଡନ ମାରକ୍ରମ, ମିଚେଲ୍ ମାର୍ଶ, ନିକୋଲାସ ପୂରନ, ଋଷଭ ପନ୍ତ(ଓ୍ଵିକେଟ୍ କିପର/ଅଧିନାୟକ), ଅବଦୁଲ ସମଦ, ଆୟୂଷ ବାଦୋନି, ଶାହବାଜ ଅହମ୍ମଦ, ଦିଗବେଶ ସିଂ ରାଠି, ଅଭେଶ ଖାନ, ଏନରିକ ନୋର୍ତ୍ତଜେ ଓ ହମମ୍ମଦ ଶାମି।

ଇମ୍ପାକ୍ଟ ପ୍ଲେୟାର- ମୋହସନି ଖାନ/ ପ୍ରିନ୍ସ ଯାଦବ

ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବିତ ଏକାଦଶ

କେଏଲ ରାହୁଲ(ଓ୍ଵିକେଟ୍ କିପର), ଅଭିଷେକ ପୋରେଲ, ନୀତିଶ ରାଣା, ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ ମିଲର, ଅକ୍ଷର ପଟେଲ(ଅଧିନାୟକ), ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ଲୁଙ୍ଗି ଏନଗିଡି, ମୁକେଶ କୁମାର ଓ କୁଲଦୀପ ଯାଦବ।

ଇମ୍ପାକ୍ଟ ପ୍ଲେୟାର- ଟି ନଟରାଜନ