ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPFO ଆଣିଛି ଇପିଏଫ୍ଓ ୩.୦। ଏପ୍ରିଲ ୧ ତାରିଖରୁ ଲାଗୁ ହେବାକୁ ଯାଉଥିବା ଏହି ନୂଆ ସୁବିଧା କର୍ମଚାରୀଙ୍କୁ ଅନେକ ଆଶ୍ବସ୍ତି ଦେବ। ଚାକିରି ଯିବା ପରେ ସଙ୍ଗେ ସଙ୍ଗେ ଟଙ୍କା ଉଠାଇବା ହେଉ ଅବା UPIରେ ଟଙ୍କା ଉଠାଣ, ଅନେକ କିଛି ଏହି ଇପିଏଫଓ ୩.୦ ଦ୍ବାରା ଏବେ ସହଜ ହୋଇପାରିବ। ତେବେ ଜାଣି ରଖନ୍ତୁ ଏସବୁ ନିୟମ।

ୟୁପିଆଇ ଦ୍ବାରା ଉଠାଇ ହେବ ପିଏଫ୍ ଟଙ୍କା

ଏପ୍ରିଲ ୧ ତାରିଖରୁ କର୍ମଚାରୀମାନେ ଏଣିକି ୟୁପିଆଇ ମାଧ୍ୟମରେ ସେମାନଙ୍କ ଇପିଏଫଓ ଖାତାରୁ ଟଙ୍କା ଉଠାଇପାରିବେ। ବଡ଼ କଥା ହେଲା ଏହି ସୁବିଧା ଲାଗୁ ହେବା ଦ୍ବାରା ଲୋକଙ୍କୁ ଆଉ ଧାଡ଼ିରେ ଛିଡ଼ା ହୋଇ ଟଙ୍କା ଉଠାଣ ରିକ୍ବେଷ୍ଟ ଏବଂ କିମ୍ବା ବ୍ୟାଙ୍କ ପ୍ରୋସେସିଂ ସମୟକୁ ଅପେକ୍ଷା କରିବାକୁ ପଡ଼ିବନି। କାରଣ ୟୁପିଆଇ ଦ୍ବାରା ସହଜରେ ପିଏଫ୍ ଆକାଉଣ୍ଟରୁ ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଯିବ। ଏହାଦ୍ବାରା ଇପିଏଫଓରୁ ଟଙ୍କା ଉଠାଣ ଦ୍ରୁତ ଏବଂ ସହଜ ହେବ। ଥରେ ରିକ୍ବେଷ୍ଟ ଦାଖଲ କରିବା ମାତ୍ରେ ତୁରନ୍ତ ଟଙ୍କା ପାଇଯିବେ।

Also Read: ଏଣିକି ସହଜରେ ହେବନି ଡିଜିଟାଲ ପେମେଣ୍ଟ, ଏପ୍ରିଲ ପହିଲାରୁ ନିୟମରେ ହେବ ବଡ଼ ପରିବର୍ତ୍ତନ

ୟୁପିଆଇରେ ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇବା ପୂର୍ବରୁ କରିବାକୁ ହେବ ଏହି କାମ

  • ପ୍ରଥମେ ଆପଣଙ୍କର UAN ସକ୍ରିୟ ହେବା ଉଚିତ
  • ଆଧାର କାର୍ଡ ପିଏଫ ଆକାଉଣ୍ଟ ସହ ଲିଙ୍କ୍ ହେବା ଉଚିତ
  • ମୋବାଇଲ ନମ୍ବର ମଧ୍ୟ ଆଧାର ଏବଂ ୟୁପିଆଇ ଆପ୍ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଦରକାର
  • ବ୍ୟାଙ୍କର କେଓ୍ବାଇସି, ଆପଣଙ୍କ ନିଯୁକ୍ତିଦାତାଙ୍କ ଦ୍ବାରା ଅପଡେଟ୍ ଏବଂ ଯାଞ୍ଚ କରାଯିବା ଆବଶ୍ୟକ

ୟୁପିଆଇ ବ୍ୟବହାର କରି କିପରି ଉଠାଇବେ ପିଏଫ୍ ଟଙ୍କା

  • ପ୍ରଥମେ ଇପିଏଫଓ ପୋର୍ଟାଲ କିମ୍ବା ଉମଙ୍ଗ ଆପକୁ ସ୍ମାର୍ଟଫୋନରେ ଖୋଲନ୍ତୁ
  • ଏହା ପରେ ୟୁପିଆଇ ଅପ୍ସନକୁ ଯାଇ କେତେ ଟଙ୍କା ଉଠାଇବାକୁ ଚାହୁଛନ୍ତି ତାହା ଭରନ୍ତୁ
  • ଏହାପରେ ୟୁପିଆଇ ପିନ୍ ଦିଅନ୍ତୁ
  • ଏତିକି କରିବା ମାତ୍ରେ ଇପିଏଫଓ ଆକାଉଣ୍ଟରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ, ଏହାପରେ ୟୁପିଆଇ ସପୋର୍ଟ କରୁଥିବା ଯେକୌଣସି ଏଟିଏମରୁ ଆପଣ ଟଙ୍କା ଉଠାଇପାରିବେ
  • ଏଥିପାଇଁ ଏଟିଏମ ସ୍କ୍ରିନରେ କ୍ୟୁଆର କ୍ୟାସ ପାଇଁ ବିକଳ୍ପ ବାଛନ୍ତୁ
  • କୋଡ୍ ସ୍କାନ କରନ୍ତୁ ଏବଂ ଆପଣଙ୍କର ଟଙ୍କା ଉଠାନ୍ତୁ

Also Read: ଯାତ୍ରୀଙ୍କ ପାଇଁ ରେଲଓ୍ବେ କରୁଛି ବଡ଼ ବ୍ୟବସ୍ଥା, ଗୋଟିଏ ସ୍ଥାନରେ ମିଳିବ ସବୁ ସୁବିଧା

ସାଧାରଣ ଲୋକଙ୍କ ପାଇଁ ଲାଭ

  • ଏହି ଅପଡେଟ ଦୈନନ୍ଦିନ ସଞ୍ଚକାରୀଙ୍କ ପାଇଁ ଅନେକ ବ୍ୟବହାର ସୁବିଧା ପ୍ରଦାନ କରେ।
  • ଆପଣଙ୍କୁ ପିଏଫ ଅଫିସକୁ ଯିବା କିମ୍ବା ଫର୍ମ ପୂରଣ କରିବାର ଆବଶ୍ୟକତା ନାହିଁ
  • ଶୀଘ୍ର ଟଙ୍କା ମିଳିଯିବା ଦ୍ବାରା ଚିକିତ୍ସା ବିଲ୍ କିମ୍ବା ଜରୁରୀ ମରାମତି ସହଜ ହୋଇପାରିବ
  • ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ଆସିଯାଉଥିବାରୁ ତୃତୀୟ ପକ୍ଷ ଦ୍ବାରା ଠକେଇ ଆଶଙ୍କା କମ୍ ହୋଇପାରିବ
  • ୟୁପିଆଇ ଆପ୍ ଦ୍ବାରା ସିଧାସଳଖ ବାଲାନ୍ସ ଉଠାଇପାରିବେ କିମ୍ବା ଚେକ୍ କରିପାରିବେ

ଉଠାଇପାରିବେ ୭୫% ପିଏଫ୍ ଟଙ୍କା

ଖାଲି ସେତିକି ନୁହେଁ, ନୂଆ ନିୟମ ଅନୁସାରେ ଯଦି ଆପଣ ଚାକିରି ହରାଉଛନ୍ତି, ତାହାଲେ ସଙ୍ଗେ ସଙ୍ଗେ ଆପଣ ନିଜ ପିଏଫ୍ର ୭୫ ପ୍ରତିଶତ ପର୍ଯ୍ୟନ୍ତ ଫଣ୍ଡ୍ ଉଠାଇପାରିବେ। ବଳକା ୨୫ ପ୍ରତିଶତ ଆଗାମୀ ମାସରେ ଉଠାଇପାରିବେ।