ନୂଆଦିଲ୍ଲୀ ୦୪।୦୧; ଆପଲ୍ ଚଳିତ ବର୍ଷ ନିଜର ଦୀର୍ଘ କାଳୀନ ପରମ୍ପରା ଭାଙ୍ଗିପାରେ। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ iPhone 18 ଲଞ୍ଚ କରିବ ନାହିଁ। ଏହା ବଦଳରେ, ବାର୍ଷିକ iPhone ଲଞ୍ଚ ଇଭେଣ୍ଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରେ। ଗତ କିଛି ବର୍ଷ ଧରି, କମ୍ପାନୀ ଏକା ସାଙ୍ଗରେ ଏହାର Pro ଏବଂ ଷ୍ଟାନ୍ଡାର୍ଡ ମଡେଲ ଗୁଡ଼ିକୁ ଲଞ୍ଚ କରିଛି। କମ୍ପାନୀ ଏବେ ଏହି ଧାରା ଭାଙ୍ଗିପାରେ। iPhone 17 ଲାଇନଅପ୍ ପାଇଁ ଉତ୍କୃଷ୍ଟ ପ୍ରତିକ୍ରିୟା ସତ୍ତ୍ୱେ, iPhone 18 ଲଞ୍ଚକୁ ବିଳମ୍ବ କରିପାରେ। ରିପୋର୍ଟ ଅନୁଯାୟୀ iPhone 18 ୨୦୨୬ରେ ଲଞ୍ଚ ହେବ ନାହିଁ।

ଆଇଫୋନ୍ ୧୮ କେବେ ଲଞ୍ଚ ହେବ?

ପୂର୍ବରୁ iPhone 18 ଲଞ୍ଚରେ ବିଳମ୍ବ ହୋଇଥିବା ରିପୋର୍ଟ ଆସିଛି। MacRumors, ଏହାର ରିପୋର୍ଟରେ ସୂଚିତ କରିଛି ଯେ iPhone 18 ୨୦୨୭ ଆରମ୍ଭରେ ଲଞ୍ଚ ହୋଇପାରେ। ସେତେବେଳକୁ, ପୋର୍ଟଫୋଲିଓରେ iPhone ୧୭ କମ୍ପାନୀର ଲାଟେଷ୍ଟ ନନ୍-ପ୍ରୋ ସ୍ମାର୍ଟଫୋନ୍ ହେବ।

ଏହା ପ୍ରଥମ ଥର ହେବ ଯେତେବେଳେ Apple ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ଏହାର ଷ୍ଟାନ୍ଡାର୍ଡ ଲାଇନଅପ୍ ରିଫ୍ରେଶ୍ କରିବ ନାହିଁ। ଗତ ଦଶନ୍ଧି ଧରି, କମ୍ପାନୀ ପ୍ରତି ସେପ୍ଟେମ୍ବରରେ ଏହାର ଲାଇନଅପ୍ ଲଞ୍ଚ କରିଛି। ଏହା କିଛି ମଡେଲକୁ ବଦଳାଇଛି, କିନ୍ତୁ ଏହା କେବେବି ଏହାର ଷ୍ଟାନ୍ଡାର୍ଡ ମଡେଲକୁ ସ୍କିପ୍ କରିନାହିଁ।

କେବଳ ପ୍ରୋ ମଡେଲ ଲଞ୍ଚ ହେବ

ଯଦି ଆପଣ iPhone 18 କିଣିବାକୁ ଯୋଜନା କରୁଛନ୍ତି। ତେବେ ଆପଣଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିବ। କମ୍ପାନୀ ୨୦୨୬ରେ iPhone 18 Pro ଏବଂ iPhone 18 Pro Max ଲଞ୍ଚ କରିବ। ଏହା ସହ ପ୍ରଥମ ଫୋଲ୍ଡିଂ ଫୋନ୍ ମଧ୍ୟ ଲଞ୍ଚ କରିପାରେ।କମ୍ପାନୀ ୨୦୨୭ରେ iPhone 18e ଏବଂ iPhone Air 2 ସହିତ iPhone 18 ଲଞ୍ଚ କରିପାରେ। ଏହାର ଅର୍ଥ ହେଉଛି କମ୍ପାନୀ ପ୍ରତି ବର୍ଷ ଦୁଇଟି ପ୍ରମୁଖ ଇଭେଣ୍ଟ ଆୟୋଜନ କରିବ। ଗୋଟିଏ ଇଭେଣ୍ଟ iPhone 18 Pro ଏବଂ iPhone 18 Pro Max ଲଞ୍ଚ କରିବ। ଏହି ଫୋନଗୁଡ଼ିକ ସେପ୍ଟେମ୍ବର ୨୦୨୬ରେ ଲଞ୍ଚ ହେବ ବୋଲି କୁହାଯାଉଛି । iPhone 18, iPhone 18e ଏବଂ iPhone Air 2 ୨୦୨୭ ପ୍ରାରମ୍ଭରେ ଲଞ୍ଚ ହୋଇପାରେ।