ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି । ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଲୋକଙ୍କୁ ଯୋଗର ଗୁରୁତ୍ୱ ଏବଂ ଏହାର ଲାଭ ବିଷୟରେ ବୁଝାଇବା ପାଇଁ ପ୍ରତିବର୍ଷ ସମଗ୍ର ବିଶ୍ୱରେ ବିଭିନ୍ନ ଯୋଗ ଅଭିଯାନ ଏବଂ କାର୍ଯ୍ୟକ୍ରମ ଆୟୋଜନ କରାଯାଏ, ଯେଉଁଥିରେ ଲୋକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥାନ୍ତି । ଯୋଗ ଆମକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାର୍ଯ୍ୟ କରିଥାଏ ଏହା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ତରରେ ମଧ୍ୟ ଶାନ୍ତି ପ୍ରଦାନ କରେ । ଯଦି ଆପଣ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଯୋଗକୁ ଆପଣଙ୍କ ଦୈନନ୍ଦିନ ଜୀବନରେ ସାମିଲ କରିବା ଅତ୍ୟନ୍ତ ଲାଭଦାୟକ । ଯୋଗ ମାନସିକ ସନ୍ତୁଳନ ବୃଦ୍ଧି କରେ ଏବଂ ଜୀବନର ଗୁଣବତ୍ତା ଉନ୍ନତ କରେ। ଏହି କାରଣରୁ ଭାରତ ସମେତ ସାରା ବିଶ୍ୱରେ ଯୋଗ ପ୍ରତି ଆଗ୍ରହ ନିରନ୍ତର ବୃଦ୍ଧି ପାଉଛି । ଯୋଗ ବିଭିନ୍ନ ରୋଗରେ ପୀଡିତ ରୋଗୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

ବିଶେଷକରି ରିଉମାଟୋଏଡ୍ ଆର୍ଥ୍ରାଇଟିସ୍ ଏବଂ ଫାଇବରୋମାଲ୍ଜିଆ ରୋଗୀଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଯୋଗର ଅନେକ ଲାଭ ପ୍ରକାଶ ପାଇଛି। ବିଶେଷଜ୍ଞମାନେ ରୋଗୀଙ୍କଠାରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିଛନ୍ତି ଯେଉଁମାନେ ନିୟମିତ ଯୋଗ ଅଭ୍ୟାସ ସହିତ ଜଡିତ ଅଛନ୍ତି । ଏହାଦ୍ୱାରା ରୋଗୀମାନେ ଭଲ ନିଦ ହେବା ସହ ଚାପ ଏବଂ ନକାରାତ୍ମକ ଚିନ୍ତାଧାରାରେ ହ୍ରାସ ଅନୁଭବ କରିଥାନ୍ତି  ଏହା ସହିତ,ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ମୁକ୍ତି ମିଳେ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯୋଗ ଗଣ୍ଠି ରୋଗ ପାଇଁ ବିଶେଷ ଭାବରେ ଲାଭଦାୟକ । ଏହାର ଲାଭ କେବଳ ଗଣ୍ଠି ରୋଗ ରୋଗୀଙ୍କ ପାଇଁ ସୀମିତ ନୁହେଁ; ଏହା ସମସ୍ତ ବୟସର ଲୋକଙ୍କ ପାଇଁ ଉପଯୋଗୀ।ଅଣ୍ଟା ଯନ୍ତ୍ରଣା ହେଉଥିବା ଲୋକଙ୍କ ପାଇଁ ଭୁଜଙ୍ଗାସନ (କୋବ୍ରା ପୋଜ୍) ଏବଂ ଶଲଭାସନ (ପଚିଙ୍ଗ ପୋଜ୍) ଭଳି ଯୋଗ ଆସନ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ସହିତ, ହାଲୁକା ଷ୍ଟ୍ରେଚିଂ, ଶରୀର ଘୂର୍ଣ୍ଣନ ଏବଂ ବେକ ବ୍ୟାୟାମ ମାଂସପେଶୀକୁ ଆରାମ ଦେବା ଏବଂ ଶରୀରର ଗତିଶୀଳତାକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ ।

ବିଶେଷଜ୍ଞଙ୍କ ମତରେ ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ଏକ ସୁସ୍ଥ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଏବଂ ଉନ୍ନତ ସ୍ୱାସ୍ଥ୍ୟ ମିଳିଥାଏ । ତେଣୁ, ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କ୍ଷମତା ଏବଂ ଆବଶ୍ୟକତା ଅନୁସାରେ ଯୋଗ ପାଇଁ ସମୟ ବାହାର କରିବା ଉଚିତ।