କଟକ: ରିମାଣ୍ଡରେ ଆସିବ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ । ଚୌଦ୍ଵାର ଜେଲରୁ ଫେରାର ହେବାର ଛଅ ମାସ କଟକ କମିଶନରେଟ୍ ପୋଲିସକୁ ଚକମା ଦେଇ ଏଇ ରାଜ୍ୟରୁ ସେଇ ରାଜ୍ୟକୁ ବୁଲିଥିବା ରାଜାକୁ ଶୁକ୍ରବାର ଋଷିକେଶରୁ ଗିରଫ କରିଥିଲା କଟକ ସ୍ପେସାଲ୍ ସ୍କ୍ୱାର୍ଡ । ରିମାଣ୍ଡରେ ରାଜା ଖୋଲିବ ଚୌଦ୍ଵାର ଜେଲରୁ ଫେରାର ହେବା ଠାରୁ ବିଭିନ୍ନ ଅପରାଧର କାହାଣୀ ।

କେବଳ ଓଡ଼ିଶା ନୁହେଁ ଛଅଟି ରାଜ୍ୟ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ରାଜା ସାହାଣୀ । ଗତ ଅକ୍ଟୋବର ତିନି ତାରିଖରୁ ଚୌଦ୍ଵାର ଜେଲରୁ ଫେରାର ହେବା ପରେ ମଇସୂରର ଏକ ଗହଣା ଦୋକାନରୁ କୋଡ଼ିଏ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ୍ କରିଥିଲା। ତେବେ ସେହି ଘଟଣାକୁ ନେଇ ତଦନ୍ତ ପାଇଁ କର୍ଣ୍ଣାଟକ ପୋଲିସ କଟକ ଆସୁଥିବା କହିଛନ୍ତି କଟକ ଡିସିପି।

Also Read...Hardcore Criminal: ରାଜାକୁ ଖୋଜୁଥିଲେ ଦୁଇ ରାଜ୍ୟର ପୋଲିସ, ଧରା ପକାଇଦେଲା ସେହି ସାର୍ଟ...

ରାଜାକୁ ରିମାଣ୍ଡରେ ନେବା ପରେ ରାଜା ବହୁ ଅପରାଧ ଆଉ ନେଟୱର୍କ ସମ୍ପର୍କରେ ଗୁମର ଖୋଲିବ ବୋଲି କହିଛନ୍ତି କଟକ ଡିସିପି । ରାଜା ସହ ପୋଲିସ ମଧୁକାନ୍ତ ରାଣାକୁ ମଧ୍ୟ ରିମାଣ୍ଡ ରେ ନେବା ପାଇଁ ଯୋଜନା କରିଛି । ଉଭୟଙ୍କୁ ରିମାଣ୍ଡରେ ଆଣିଲେ ପ୍ରଥମେ ଅଲଗା ଅଲଗା ଓ ପରେ ଏକାଠି ଜେରା କରି ବହୁ ତଥ୍ୟ ଓଗାଳିବ ।

ରାଜା ସାହାଣୀ ଦିଲ୍ଲୀ,ହରିୟାଣା, ଉତ୍ତରାଖଣ୍ଡ ଭଳି ସ୍ଥାନ ରେ କରିଛି ବଡ଼ ବଡ ଡକାୟତ ଆଉ ଏହି ରାଜା ସାହାଣୀ ପଛରେ ମୁଖ୍ୟ କାର୍ପଟଦାର ହେଉଛି ପୁଲୁ ସିଂହ । ପୋଲିସ ରିମାଣ୍ଡରେ ନେବା ପରେ ରାଜା ଗ୍ୟାଙ୍ଗ ର ଅନ୍ୟ ସଦସ୍ୟ ମାନଙ୍କ ତଥ୍ୟ ମିଳିବା ସହ ସେମାନଙ୍କ ପାଖରେ ପହଞ୍ଚିବାକୁ ଓଡ଼ିଶା ପୋଲିସ ସମେତ ବିଭିନ୍ନ ରାଜ୍ୟ ପୋଲିସ ଚେଷ୍ଟା କରିବ ବୋଲି କହିଛନ୍ତି ଡିସିପି । ରାଜା ଏବେ କଡା ସୁରକ୍ଷା ବଳୟ ଭିତରେ ଜେଲ ରେ ଥିବା କହିଛନ୍ତି ଡିସିପି।