ପଶ୍ଚିମବଙ୍ଗ୦୧/୦୪: ସାଇବର ଠକେଇରେ ଶିଳ୍ପପତି । ପଶ୍ଚିମବଙ୍ଗରେ ସ୍ମାର୍ଟ ଠକଙ୍କ ମାୟାଜାଲ । ଚିତା କାଟୁଛନ୍ତି ମୋଟା ଅଙ୍କର । ଭଦ୍ରବେଶରେ ଲଗାଉଛନ୍ତି ଚୁନା । ପୋଲିସ ଡାଳେ ଡାଳେ ଗଲେ ପତ୍ର ପତ୍ରେ ଯାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଏହି ସାଇବର ଠକ । ଏମିତି ଜଣେ ବିରାଟ ଠକକୁ ବାନ୍ଧିଛି ପଶ୍ଚିମବଙ୍ଗ ପୋଲିସର ସାଇବର ୱିଙ୍ଗ । ପେଶାରେ ସେ ଶିଳ୍ପପତି କିନ୍ତୁ ନିଶା ଠକେଇ । ୩୧୫ କୋଟିର ସାଇବର ଠକେଇ ମାମଲାରେ ଶିଳ୍ପପତି ପବନ ରୁଇଆଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ତାଙ୍କ ନାଁରେ ଅଛ୍ ୩୧୫ କୋଟିର ଠକେଇ । ପଶ୍ଚିମବଙ୍ଗ ପୋଲିସର ସାଇବର କ୍ରାଇମ ୱିଙ୍ଗ ମଙ୍ଗଳବାର ଶିଳ୍ପପତି ପବନ ରୁଇଆଙ୍କୁ ସେଲ୍ କଂପାନୀ ଏବଂ କ୍ରିପ୍ଟୋକରେନ୍ସି ଆଧାରିତ ମନି ଲଣ୍ଡରିଂ ସହ ଜଡିତ କୋଟି କୋଟି ଟଙ୍କା ଠକେଇ ମାମଲାରେ ଗିରଫ କରିଛି । ପ୍ରଥମେ ତାଙ୍କ ବିରୋଧରେ ବିଧାନନଗର ସାଇବର କ୍ରାଇମ ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା ମାମଲା । ପରେ ରୁଇଆଙ୍କୁ କୋଲକାତା ଉପକଣ୍ଠରେ ଥିବା ନ୍ୟୁ ଟାଉନର ଏକ ହୋଟେଲରୁ ଗିରଫ କରାଯାଇଥିଲା ।

ସାଇବର ଅପରାଧ ମାମଲାର ଛାନଭିନରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଏକ ସ୍ବତଃ ମାମଲା ପଞ୍ଜିକୃତ କରିଛି । ଯେଉଁଥିରେ ରୁଇଆ ପରିବାର ସହ ଜଡିତ ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୧୫ କୋଟି ଟଙ୍କା ଠକେଇ ହୋଇଥିବା ସନ୍ଦେହ କରାଯାଉଛି । କୋଲ୍କାତା ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦିଆୟାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଉଠିବା ପରେ ପୋଲିସ ଆକ୍ସନ ପାଇଁ ପଥ ପରିଷ୍କାର ହୋଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ।ଗତ ଡିସେମ୍ବରରେ ଦେଶବ୍ୟାପୀ ବିଭିନ୍ନ ଅନଲାଇନ ଠକେଇ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ରଖିବା ଅଭିଯୋଗରେ ଶିଳ୍ପପତି ପବନ, ପୁଅ ରାଘବ ଓ ଝିଅ ପଲ୍ଲବୀଙ୍କୁ ଆଗୁଆ ଜାମିନ ଦେଇଥିଲେ ।

ତଦନ୍ତକାରୀ ଟିମ୍ ଦେଇଥିବା ତଥ୍ୟ ମୁତାବକ ଏକ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପରିଚାଳିତ ଏକ ନକଲି ନିବେଶ ଯୋଜନାରେ ଜଣେ ବରିଷ୍ଠ ନାଗରିକଙ୍କ ପ୍ରାୟ ୯୩ ଲକ୍ଷ ଟଙ୍କା ଠକେଇ ସହ ଜଡିତ । ଏହି ଅର୍ଥ ଏକାଧିକ ସେଲ୍ କଂପାନୀ ଆକାଉଣ୍ଟକୁ ପଠାଯାଇଥିବା ଅଭିଯୋଗ ହୋଇଛି ।ତଦନ୍ତରୁ ଜଣାପଡିଛି ଏହା ଏକ ବଡ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ଏକ ଅଂଶ । ଯାହାର ଦେଶବ୍ୟାପୀ ପ୍ରଭାବ ପଡିଛି ।ପୂର୍ବରୁ ନଭେମ୍ବର ୨୦୨୫ରେ ଦେଶ ଛାଡି ପଳାଉଥିବା ବେଳେ ରାହୁଲ ବର୍ମାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି । ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (NCRP)ରୁ ମିଳିଥିବା ତଥ୍ୟ ମୁତାବକ ଅକ୍ଟୋବର ୩୧ ,ସୁଦ୍ଧା ଏହି ସେଲ୍ କଂପାନୀ ବିରୋଧରେ ୧୩,୭୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା କହିଛନ୍ତି ତଦନ୍ତ କରୁଥିବା ପୋଲିସ ଅଧିକାରୀ ।ବୁଧବାର ରୁଇଆଙ୍କୁ ବିଧାନନଗର ACJM କୋର୍ଟରେ ହାଜର କରାଯିବାର ସୂଚନା ରହିଛି ।

Also Read:https://www.prameyanews7.com/e20-petrol-sales-start-in-india-from-today