ଭୁବନେଶ୍ବର ୧୬।୧୦: ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିଦାୟ ନେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସେକ୍ରେଟାରୀ ଡ. ରୂପା ରୋଶନ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସୁସ୍ଥ ଓ ସୁଖୀ ରଖନ୍ତୁ ବୋଲି କାମନା କରିଥିଲେ ।

ଲୋକ ଭବନ ପରିସରରେ ଗଭର୍ଣ୍ଣରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଡକ୍ଟର ହରିବାବୁ କମ୍ଭମପାଟି ୩ ଜାନୁଆରୀ ୨୦୨୫ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ବର୍ଷେ ୯ ମାସ ଧରି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟ କରିବା ପରେ ଏବେ ଏହି ପଦବୀରୁ ବିଦାୟ ନେଇଛନ୍ତି ।

Also Read:- ଛାତ୍ର ନିର୍ବାଚନରେ ABVPର ସଫଳତାରେ Gen-Zଙ୍କ ସମର୍ଥନ କହିଲା ସଂଗଠନ, ରମାଦେବୀରେ ଧନବଳ ଓ ବାହୁବଳର ଆଣିଲା ଅଭିଯୋଗ

ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମ ୧୮ ଅକ୍ଟୋବର ୨୦୨୬ରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Watch Video:​​​​​​​