ଭୁବନେଶ୍ୱର, ୧୮/୧୦ : କେଉଁଠି ଆସିଲେ ଓରାଙ୍ଗଓଟାନ୍ ? କେମିତି ଆସିଲେ ଓଡି଼ଶା ? କାହିଁକି ସେମାନଙ୍କୁ ବାଲେଶ୍ୱରର ଜଙ୍ଗଲରେ ଛାଡି ଚାଲିଗଲେ ସ୍ମଗଲର୍ ? ଏସବୁ ପ୍ରଶ୍ନର ଉତ୍ତର ଏବେବି ମିଳିନି । ଏପରିକି ସ୍ମଗଲରଙ୍କୁ ମଧ୍ୟ ଧରିପାରିନି ପୋଲିସ । ଓରାଙ୍ଗଓଟାନ ଇଣ୍ଡୋନେସିଆରୁ ନା ଅନ୍ୟ କେଉଁ ଦେଶରୁ ଏଠାକୁ ଆସିଛନ୍ତି ସେନେଇ ତଦନ୍ତ ଚାଲିଛି । ଏସବୁ ଭିତରେ ଇଣ୍ଡୋନେସିଆର ଏକ ଟିମ୍ ଓରାଙ୍ଗଓଟାନ ପ୍ରସଙ୍ଗରେ ଓଡି଼ଶା ଆସିବାକୁ ଚାହୁଁଛି ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଇଣ୍ଡୋନେସିଆ ସରକାର ଓଡି଼ଶାକୁ ଏକ ୭ ଜଣିଆ ଟିମ୍ ପଠାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେମାନେ ନନ୍ଦନକାନନ ଆସିବେ । ଓରାଙ୍ଗଓଟାନମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦରେ ବୁଝିବେ । ଏଥିପାଇଁ ଭାରତ ସରକାର ମଧ୍ୟ ଗ୍ରୀନ୍ ସିଗନାଲ ଦେଇଛନ୍ତି ।

ଅନ୍ୟ ଦିଗରେ ଓରାଙ୍ଗଓଟାନ କେଉଁଠି ଆସିଛନ୍ତି ତାହା ଏବେସୁଦ୍ଧା ସସପେନ୍ସରେ ରହିଛି । ଓଡ଼ିଶା ବନ ବିଭାଗ ଏମାନଙ୍କ ଜିନରୁ କେଉଁଠୁ ଆସିଥିବା ବାବଦରେ ଠାବ କରିପାରିନାହିଁ । ଇଣ୍ଡୋନେସିଆ ଅଧିକାରୀ ଆସିଲେ ଏଦିଗରେ ସେମାନେ ସହଯୋଗ କରିବେ ।

ଇଣ୍ଡୋନେସିଆର ସାଇଟ୍ସ ବା ବାନ୍ୟଜନ୍ତ କାରବାରକୁ ରୋକିବି ଦିଗରେ କାର୍ଯ୍ୟକରୁଥିବା ସଂସ୍ଥାର ଅଧିକାରୀ ରିଷ୍ଟିଆଣ୍ଟୋ ପ୍ରିବାଦୀ କହିଛନ୍ତି ଯେ, ଭାରତ ଏବଂ ଇଣ୍ଡୋନେସିଆ ସରକାର ମଧ୍ୟରେ ଓରାଙ୍ଗଓଟାନକୁ ନେଇ କଥାବାର୍ତ୍ତା ଚାଲିଛି । ସେମାନଙ୍କୁ ନେଇ ଅନେକ ତଥ୍ୟ ଏବେବି ମିଳିପାରି ନାହିଁ । ଏସବୁରେ ସହାୟତା ପାଇଁ ଇଣ୍ଡୋନେସିଆର ଏକ ଟିମ୍ ଭାରତ ଗସ୍ତ କରିବେ ।

ସେ ଆହୁରି କହିଛନ୍ତି ଯେ, ଓରାଙ୍ଗଓଟାନ କେଉଁ ଦେଶରୁ ଆସିଛନ୍ତି ସେନେଇ ଗବେଷଣା ଜାରି ରହିଛି । ଏହାସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଖାଇବା ପିଇବା ଆଦି ଇଣ୍ଡୋନେସିଆର ଅଧିକାରୀ ଆସି ପରଖିବେ । ଏହି ଟିମରେ ସାଇଟ୍ସର ଅଧିକାରୀ, କିଛି ବନ୍ୟପ୍ରୀଣୀ ବିଶେଷଜ୍ଞ ଏବଂ ପଶୁ ଡାକ୍ତରଙ୍କୁ ସାମିଲ କରାଯାଇଛି ।

Also Read :- ବେଆଇନ୍ ଭାବେ ଚାଲିଥିଲା ଟୁର ଆଣ୍ଡ ଟ୍ରାଭେଲ୍ ଏଜେନ୍ସି, ଏକାଥରକେ ଚଢାଉ କଲା ପୁରୀ ପୋଲିସ

ସୂଚନାଯୋଗ୍ୟ, ଓଡିଶାରୁ ଉଦ୍ଧାର ହେଲା ପରେ ଇଣ୍ଡୋନେସିଆ ସରକାର ତୁରନ୍ତ ଭାରତ ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ଏହି ବିଲୁପ୍ତ ପ୍ରାୟ ପ୍ରାଣୀ ବାବଦରେ ଅଧିକ ତଥ୍ୟ ପାଇଁ ଜାକର୍ତ୍ତା ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ । ଏବେ ନନ୍ଦନକାନନନରେ ସମସ୍ତ ଓରାଙ୍ଗଓଟାନ ସୁସ୍ଥ ଥିବା ପିସିସିଏଫ୍ ପ୍ରେମ୍ କୁମାର ଝା ପ୍ରକାଶ କରିଛନ୍ତି ।