ନୂଆଦିଲ୍ଲୀ : ହର୍ମୁଜ ପରେ ଏବେ ମଲକ୍କା ଷ୍ଟ୍ରେଟ୍ ଚର୍ଚ୍ଚାରେ ଏହାକୁ ବିଶ୍ୱର ସବୁଠୁ ବ୍ୟସ୍ତତମ ସାମୁଦ୍ରିକ ମାର୍ଗ ରୂପେ ଦେଖା ଯାଏ। ଏହି ଜଳ ମାର୍ଗ ଦେଇ ତୈଳ ଓ ଅନ୍ୟ ପଣ୍ୟ ପରିବହନ ହୋଇଥାଏ। ଏହି ଜଳ ମାର୍ଗର ବେଶ୍ ଗୁରୁତ୍ୱ ରହିଛି, କାରଣ ଏହା ଉପରେ ଅନେକ ଦେଶ ନିର୍ଭର କରୁଛନ୍ତି। ହେଲେ ଏବେ ଏଠାରେ ହଲଚଲ ଆରମ୍ଭ ହୋଇଯାଇଛି। ଏଣୁ ବୈଶ୍ୱିକ ଚିନ୍ତା ଉପୁଜିଛି। ଏହି ଜଳ ମାର୍ଗରେ ସାମାନ୍ୟତମ ପରିବର୍ତ୍ତନ ସାରା ବିଶ୍ୱକୁ ପ୍ରଭାବିତ କରିପାରେ। ବାଣିଜ୍ୟିକ ସନ୍ତୁଳନ ବିଗିଡିବା ସହିତ ଇନ୍ଧନ ଯୋଗାଣ ମଧ୍ୟ ପ୍ରଭାବିତ ହୋଇପାରେ।

ଇଣ୍ଡୋନେସିୟା ଦେଇଛି ନୂଆ ସଂକେତ
ଇଣ୍ଡୋନେସିୟା ଏବେ ଏହି ମାର୍ଗରୁ ଶୁଳ୍କ ଅସୁଲ କରିବାକୁ ଚାହୁଁଛି। ଏହି ପ୍ରସ୍ତାବ ଅଚାନକ ସାମ୍ନାକୁ ଆସିଛି, ଯାହା ଅନେକ ଦେଶଙ୍କ ଚିନ୍ତା ବଢେଇ ଦେଇଛି। ହେଲେ ଏ ପର୍ଯ୍ୟନ୍ତ ଶୁଳ୍କ ଅସୁଲ ନେଇ ସେପରି କୌଣସି ନିଷ୍ପତ୍ତି ହୋଇ ନାହିଁ, ହେଲେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗ ଏବେ ଅନ୍ତର୍ଜାତୀୟ ସ୍ତରରେ ଉଠିଛି। ବିଶେଷଜ୍ଞ ଏହାକୁ ଆର୍ଥିକ ରଣନୀତି ମନେ କରୁଥିବା ବେଳେ ଆଉ କେତେକ ଏହାକୁ ବିପଦଜନକ ମନେ କରୁଛନ୍ତି। ଏହା ଦ୍ୱାରା ଦେଶର କୂଟନୈତିକ ସମ୍ପର୍କ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କା କରାଯାଉଛି।

ଜାଣନ୍ତୁ ପ୍ରସ୍ତାବ କ’ଣ?
ରିପୋର୍ଟ ଅନୁସାରେ ଇଣ୍ଡୋନେସିୟା ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ଏହି ଜଳମାର୍ଗ ଦେଇ ଯାତାୟାତ କରୁଥିବା ଜାହାଜଙ୍କ ଠାରୁ ଶୁଳ୍କ ଅସୁଲ କରାଯାଇ ପାରେ। ଏଥି ପାଇଁ ସେ ତର୍କ ଦେଇଛନ୍ତି ଯେ ଏହା ଏକ ରଣନୈତିକ ମାର୍ଗ। ଏଥିରୁ ବିପୁଳ ରାଜସ୍ୱ ଆୟ ହୋଇପାରେ। ଇଣ୍ଡୋନେସିୟା ଏହି ଆୟକୁ ଭାଗ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲା, ଏଣୁ ଏହି ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଇଣ୍ଡୋନେସିଆ ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବ ବିଶ୍ୱ ବାଣିଜ୍ୟ ଜଗତକୁ ଚମକାଇ ଦେଇଛି। ଏହା ଏବେ ଆଉ ଆଞ୍ଚଳିକ ପ୍ରସଙ୍ଗ ହୋଇ ନାହିଁ, ଅନେକ ଦେଶ ଏହା ଉପରେ ବିଚାର କରିବା ଆରମ୍ଭ କରିଛନ୍ତି।

କାହିଁକି ଗୁରୁତ୍ୱପୂର୍ଣ୍ଣ ମଲକ୍କା?
ମଲକ୍କା ପ୍ରଣାଳୀ ପାଖାପାଖି ୯୦୦ କିଲୋମିଟର ଦୀର୍ଘ। ଏହା ହୀନ୍ଦ ଓ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରୁଛି। ଏହି ଜଳ ମାର୍ଗ ଏସିୟା ଓ ୟୁରୋପର ଦୂରତାକୁ ହ୍ରାସ କରେ। ପ୍ରତିବର୍ଷ ଲକ୍ଷଲକ୍ଷ ଜାହାଜ ଏହି ରାସ୍ତା ଅତିକ୍ରମ କରିଥାନ୍ତି। ଏହି କାରଣରୁ ମଲକ୍କାକୁ ବିଶ୍ୱ ବାଣିଜ୍ୟର ମେରୁଦଣ୍ଡ ମନେ କରାଯାଏ। ଏଠାରେ କୌଣସି ପ୍ରକାରର ବାଧା ନୂଆ ସମସ୍ୟାର କାରଣ ହୋଇ ପାରେ। ତୈଳ ଯୋଗାଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଏଣୁ ଅନେକ ଅର୍ଥ ବ୍ୟବସ୍ଥା ଏହି ଜଳ ମାର୍ଗ ଉପରେ ନିର୍ଭରଶୀଳ। ଆଗାମୀ ସମୟରେ ଏହାର ଗୁରୁତ୍ୱ ଆହୁରି ବଢିପାରେ।

ସିଙ୍ଗାପୁର ଓ ମାଲେସିୟା କରିଛନ୍ତି ବିରୋଧ
ତେବେ ଇଣ୍ଡୋନେସିୟା ଅର୍ଥମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସିଙ୍ଗାପୁର ଓ ମାଲେସିୟା ବିରୋଧ କରିଛନ୍ତି। ଏହି ଦୁଇ ଦେଶ କହିଛନ୍ତି ଯେ ଏହା ଅନ୍ତର୍ଜାତୀୟ ନିୟମର ବିରୋଧ କରୁଛି। ମଲକ୍କାରେ ମୁକ୍ତ ଆଗମନ ନିୟମ ଲାଗୁ ରହିଛି। ଏଠାରେ କୌଣସି ପ୍ରକାରର ଟୋଲକୁ ଉପଯୁକ୍ତ ମନେ କରାଯାଇ ପାରିବନି ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ମତପାର୍ଥକ୍ୟ ରହିଛି, ଏଣୁ ବିବାଦ ଜଟିଳ ରୂପ ଧାରଣ କରିଛି। ଏହି ମାମଲା ଏବେ କୂଟନୈତିକ ସ୍ତରରେ ମଧ୍ୟ ଉଠିପାରେ। ଏଣୁ ଆଞ୍ଚଳିକ ଉତ୍ତେଜନା ବଢିପାରେ।

ଜାଣନ୍ତୁ କେତେ ହେବ ରାଜସ୍ୱ ଆୟ
ଯଦି ଏଠାରେ ଟୋଲ ଲାଗୁ ହୋଇଯାଏ ତେବେ ଇଣ୍ଡୋନେସିୟାର ପ୍ରଚୁର ଆୟ ହେବ। ତେବେ ସରକାର ସ୍ପଷ୍ଟ କହିଛନ୍ତି ଯେ ଏଠାରେ କୌଣସି ଟୋଲ ଲାଗୁ ହେବ ନାହିଁ ଓ ଅନ୍ତର୍ଜାତୀୟ ନିୟମର ପାଳନ କରାଯିବ। ଏବେ ପରିସ୍ଥିତିକୁ ଶାନ୍ତ କରିବାକୁ ଉଦ୍ୟମ କରାଯାଉଛି, ତେବେ ଭବିଷ୍ୟତରେ କଣ ହେବ ତାହା କହି ହେଉ ନାହିଁ। ହେଲେ ବିଶ୍ୱର ନଜର ଏବେବି ଏହି ପ୍ରସଙ୍ଗ ଉପରେ ରହିଛି। ଏହି ମାମଲା ପୁଣି ଉଠି ପାରେ। ପରିସ୍ଥିତି ଅନୁସାରେ ନିଷ୍ପତ୍ତି ମଧ୍ୟ ବଦଳି ପାରେ। ଆଗାମୀ ସମୟରେ ଏହା ଏକ ବଡ଼ ପ୍ରସଙ୍ଗ ପାଲଟି ପାରେ।