ନୂଆଦିଲ୍ଲୀ, ୧୪/୦୯: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ରବିବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ହିଁ ମିଳିତ ଘୋଷଣାନାମା ଜାରି ହୋଇଥିଲା। ଏହାକୁ ସର୍ବସମ୍ମତି ମିଳିଥିଲା। ଏଥିରେ ଆତଙ୍କବାଦ,ମନମୁଖି ଟାରିଫ ଓ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ଆଦିକୁ ନିନ୍ଦା କରାଯାଇଥିଲା। ଏବେ ଏହାକୁ ନେଇ ବିଶ୍ଵ ଗଣମାଧ୍ୟମର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବ୍ରିକ୍ସ ସମ୍ମିଳନୀକୁ ଭାରତର ବଡ଼ କୂଟନୈତିକ ସଫଳତା ଦର୍ଶାଇଛି ରଏଟର୍ସ । ରିପୋର୍ଟ ମୁତାବକ ଇରନ,ସାଉଦି ଆରବ,ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ),ଚୀନ୍ ଏବଂ ରୁଷ୍ ଭଳି ପୃଥକ୍ ଦୃଷ୍ଟିକୋଣ ରଖୁଥିବା ଦେଶଗୁଡ଼ିକ ମଧ୍ୟରେ ସହମତି ବନାଇବାରେ ଭାରତ ସଫଳ ହୋଇଛିIଏମାନଙ୍କ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଇବାରେ ବି ଭାରତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଛି।

Also Read :- ପୁଣି ଲଘୁଚାପ, ୨୨ ତାରିଖରୁ ଏହି ସ୍ଥାନରେ ପ୍ରବଳ ବର୍ଷା

ଫାଇନାନ୍ସିଆଲ୍ ଟାଇମ୍ସ ଲେଖିଛି,ଚୀନ୍ ବ୍ରିକକୁ ବୈଶ୍ୱିକ ଶକ୍ତି ଭାବେ ଛିଡ଼ା କରାଇବାକୁ ଚାହୁଁଛି। ଭାରତ ଏହାକୁ ଆମେରିକା-ବିରୋଧୀ ଗୋଷ୍ଠୀ କରାଇବାକୁ ନ ଦେଇ ବିକାଶଶୀଳ ଦେଶଗୁଡ଼ିକର ସହଯୋଗ ମଞ୍ଚ ଭାବେ ପ୍ରଦର୍ଶନ କରିଛି। ବାସ୍ତବରେ ଏହା ଭାରତ ପାଇଁ ବଡ଼ କୂଟନୈତିକ ସଫଳତା। ପଶ୍ଚିମ ଏସିଆରେ ଜାରି ବିବାଦ ମଧ୍ୟରେ ଏକ ମିଳିତ ବୟାନକୁ ନେଇ ସହମତି ବସନାଇବା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ୍ ରହିଥିଲା । କିନ୍ତୁ ଭାରତ ତାହାକୁ ସହଜରେ ପୂରଣ କରିଛି।

ଦ ନ୍ୟୁୟର୍କ ଟାଇମ୍ଭବ୍ରିକ୍ସ ସମ୍ମିଳନୀକୁ ଭାରତ ଓ ଚୀନର ବର୍ଷିତ ପ୍ରଭାବ ଦୃଷ୍ଟିକୋଣରୁ ଦେଖିଛି। ରିପୋର୍ଟ ମୁତାବକ,ଚୀନ୍ ବ୍ରିକ୍ସକୁ ଆମେରିକା ଦବଦବାକୁ ଚ୍ୟାଲେଞ୍ଜ୍ ଦେବାର ମଞ୍ଚ ଭାବେ ମଜଭୁତ କରିବାକୁ ଚାହୁଁଛି। ସେହିଭଳି ବ୍ରିକ୍ସ ଯେମିତି କୌଣସି ଗୋଟିଏ ଦେଶ କିମ୍ବା ଶକ୍ତିର ପ୍ରଭାବ ମଧ୍ୟରେ ନ ଆସେ ସେଥିପାଇଁ ଭାରତ ଉଦ୍ୟମ କରିଛି। ଭାରତ ଚାହୁଁଛି ବ୍ରିକ୍ସରେ ପୃଥକ ବିଚାରର ଦେଶ ଏକାଠି କାମ କରନ୍ତୁ। ଆପୋସ ସହଯୋଗ ଏବଂ ବିକାଶଶୀଳ ଦେଶଗୁଡ଼ିକର ସ୍ୱର ଶାଣିତ ହେବା ନେଇ ଦେଶ ଚାହୁଁଛି।

ଚୀନ୍ ର ସମ୍ବାଦପତ୍ରଚାଇନା ଡେଲିବ୍ରିକ୍ସକୁ ଏଭଳି ମଞ୍ଚ ଭାବେ ଉପସ୍ଥାପନ କରିଛି,ଯାହା ଦୁନିଆରେ କ୍ଷମତାର ସନ୍ତୁଳନ ପରିବର୍ତ୍ତନରେ ବଡ଼ ଭୂମିକା ନିର୍ବାହ କରିପାରିବ। ବିକାଶଶୀଳ ଦେଶ ଏବେ ବଡ଼ ପ୍ରସଙ୍ଗ ଓ ନିଷ୍ପତ୍ତିରେ ନିଜ ସ୍ବରକୁ ଅଧିକ ପ୍ରଭାବୀ କରିବାକୁ ଚାହୁଁଛନ୍ତି। ବ୍ରିକ୍ସ ହିଁ ସେହି ମଞ୍ଚ ହୋଇପାରିବ ବୋଲି ରିପୋର୍ଟ କହିଛି। ବଡ଼ ନିଷ୍ପରି ନେବା କ୍ଷେତ୍ରରେ ଯେମିତି କିଛି ହାତଗଣତି ଦେଶର ଭୂମିକା ନ ରୁହେ,ତାହା ଚୀନ୍ ଚାହୁଁଛି।

ଚୀନ୍ ର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସ ବ୍ରିକ୍ସକୁ କେବଳ ଚାନ୍ କିମ୍ବା ଭାରତର ହିତ ଲାଗି ଉଦ୍ଦିଷ୍ଟ ମଞ୍ଚ ଭାବେ ନୁହେଁ,ବରଂ ଗ୍ଲୋବାଲ୍ ସାଉଥ୍ ଲାଗି ବଡ଼ ସହଯୋଗର ସୁଯୋଗ ଭାବେ ଦେଖିଛି । ବ୍ରିଟିଶ ଗଣମାଧମ ଦ ଗାର୍ଡିଆନ ଅନୁସାରେ,ବ୍ରିକ୍ସ ମଧ୍ୟରେ ସବୁ ଠିକ୍ ନାହିଁ । ସଦସ୍ୟ ଦେଶଗୁଡ଼ିକର ନିଜ ନିଜ ହିତ ରହିଛି ଏବଂ ଇରାନ-ସାଉଦି ଆରବ ଭଳି ଦେଶ ମଧ୍ୟରେ ବିବାଦ ବଡ଼ ଚ୍ୟାଲେଞ୍ଜ ରହିଛି। ଏହା ସତ୍ତ୍ୱେ ବ୍ରିକ୍ସ ଦେଶ ଏକ ମିଳିତ ଘୋଷଣାପତ୍ରକୁ ନେଇ ସହମତ ହେବା ବଡ଼ କଥା । ଏଥିରେ ଆପୋସ ବିବାଦକୁ ଆଲୋଚନା ଏବଂ ଶାତିପୂର୍ଣ୍ଣ ଉପାୟରେ ସମାଧାନ ଲାଗି କୁହାଯାଇଛି।