ନୂଆଦିଲ୍ଲୀ: ରୋକର୍ଡ ସ୍ତରକୁ ଛୁଇଁବା ପରେ ସୁନା ମୁଲ୍ୟ ହ୍ରାସ ଯୋଗୁ ଏବେ ଅନେକ ପରିବାର ଆକର୍ଷକ ମୂଲ୍ୟର ଲାଭ ନେବାକୁ ପୁରୁଣା ଆଭୂଷଣ ବିକ୍ରୟ ଆରମ୍ଭ କରିଛନ୍ତି। ଅନ୍ୟ ଶବ୍ଦରେ କହିଲେ ଶୁକ୍ରବାର ପୂର୍ବାହ୍ନରେ ଏମସିଏକ୍ସ ରେ ସୁନା ମୂଲ୍ୟ ପାଖାପାଖି ୧୦ ଗ୍ରାମ ପିଛା ୧,୪୪,୧୯୯ ଟଙ୍କା ଥିଲା, ଯାହା ଏହାର ସର୍ବକାଳୀନ ଉଚ୍ଚତମ ସ୍ତର ଠାରୁ ଅନେକ କମ୍। ଏଣୁ ଲୋକଙ୍କ ଆଶଙ୍କା ମଧ୍ୟ ଭୁଲ ନୁହେଁ ଯଦି ସୁନା ମୂଲ୍ୟ ଆହୁରି ହ୍ରାସ ହୁଏ ତେବେ ଆଭୂଷଣ ମୂଲ୍ୟ ମଧ୍ୟ ହ୍ରାସ ହେବ।

ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ଭାରତୀୟ ପରିବାରମାନେ ଏପ୍ରିଲ-ଜୁନ ତ୍ରୈମାସିକ କାଳରେ ପାଖାପାଖି ୫୦ ଟନ ପୁରୁଣା ସୁନା ବିକ୍ରୟ କରିଛନ୍ତି, ଯାହା ବର୍ଷକ ପୂର୍ବ ତୁଳନାରେ ୪୩% ବୃଦ୍ଧି, କାରଣ ଲୋକେ ଲାଭ ନିମନ୍ତେ ତରବରିଆ ଭାବେ କ୍ରୟ କରିଥିଲେ।

ଲୋକେ ସୁନା ବିକୁଛନ୍ତି କାହିଁକି?
ଚଳତିବର୍ଷ ପ୍ରାରମ୍ଭରେ ସୁନା ମୂଲ୍ୟ ରେକର୍ଡ ହାଇ ସ୍ତରକୁ ପହଞ୍ଚିଥିଲା, ହେଲେ ଗତ ସପ୍ତାହ ମାନଙ୍କରେ ମୂଲ୍ୟରେ ଦ୍ରୁତହ୍ରାସ ଦେଖା ଦେଇଛି। ଅନେକ ଗ୍ରାହକ ଭାବୁଛନ୍ତି ମୂଲ୍ୟ ଏହାର ଚରମ ସ୍ଥିତିକୁ ପହଞ୍ଚିଥିଲା ଏବେ ହ୍ରାସର ସମୟ। ଇକୋନମିକ ଟାଇମ୍ସ ରିପୋର୍ଟ ଅନୁସାରେ ନିକଟରେ ସୁନା ମୂଲ୍ୟ ପାଖାପାଖି ୧୦ଗ୍ରାମ ପିଛା ୧.୪ ଲକ୍ଷ ଟଙ୍କା ଥିଲା। ଏବେ ଆକଳନ କରାଯାଉଛି ଏହା ହ୍ରାସ ହୋଇ ୧.୨ଲକ୍ଷ ଟଙ୍କାକୁ ଆସି ପାରେ। ଏଣୁ ଲୋକେ ପୁରୁଣା ଆଭୂଷଣ ପାଖରେ ରଖିବା ବଦଳେ ଏହାକୁ ବିକ୍ରି କରି ଆର୍ଥିକ ଲାଭ ହାସଲ କରିବାକୁ ଚାହୁଁଛନ୍ତି।

ବୈଶ୍ୱିକ ସ୍ତରରେ ସୁନା ଉପରେ ଚାପ
ତେବେ ଅନ୍ତର୍ଜାତୀୟ ବଜାରମାନଙ୍କରେ ସୁନା ମୂଲ୍ୟ ଉପରେ ଚାପ ରହୁଥିବାରୁ ଏପରି ବିକ୍ରୟ ଦେଖା ଦେଇଛି। ସୋମବାର ବଜାରରେ ହାଜିର ସୁନା ମୂଲ୍ୟ ହ୍ରାସ ହୋଇଛି। କାରଣ ଆମେରିକା ଓ ଇରାନ ମଧ୍ୟରେ ପୁଣି ସୃଷ୍ଟି ହୋଇଥିବା ଉତ୍ତେଜନା ଅଶୋଧିତ ତୈଳ ମୂଲ୍ୟ ବଢାଇ ଦେଇଛି। ଏହି ସମୟରେ ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ଆହୁରି ବୃଦ୍ଧି ଆଶଙ୍କା ମୂଲ୍ୟବାନ ଧାତୁ ଉପରେ ଚାପ ପକାଇଛି। ସାଧାରଣତଃ ଉଚ୍ଚ ସୁଧହାର ସୁନାର ଆକର୍ଷଣକୁ କମ କରିଥାଏ, କାରଣ ଏହି ଧାତୁ କୌଣସି ନିଶ୍ଚିତ ପ୍ରତିଫଳ ଦେଇ ନଥାଏ। ଏଣୁ ନିବେଶକ ସୁଧ ଦେଉଥିବା ସମ୍ପତ୍ତି ଆଡକୁ ମୁହାଁଇଥାନ୍ତି।

ରିସାଇକ୍ଲିଂ ବ୍ୟବସାୟକୁ ମିଳିଛି ପ୍ରୋତ୍ସାହନ
ପୁରୁଣା ସୁନା ବିକ୍ରି ବୃଦ୍ଧି ଯୋଗୁ ଭାରତର ସଙ୍ଗଠିତ ରିସାଇକ୍ଲିଂ ଉଦ୍ୟୋଗକୁ ଏବେ ଲାଭ ହେଉଛି। ଲକରରେ ବେକାର ପକାଇ ରଖିବା ଅପେକ୍ଷା ଲୋକେ ପୁରୁଣା ସୁନାଗହଣାକୁ ଔପଚାରିକ ଅର୍ଥ ବ୍ୟବସ୍ଥାକୁ ଅଣାଯାଉଛି। ସେଗୁଡିକୁ ବିଶୁଦ୍ଧ ସୁନାରେ ପରିସ୍କୃତ କରାଯାଉଥିବା ବେଳେ ଗହଣା ନିର୍ମାତାଙ୍କୁ ଯୋଗାଇ ଦିଆଯାଉଛି।