ନୂଆଦିଲ୍ଲୀ,|୦୭:ମେଟାକୁ ନୋଟିସ ପଠାଇଛନ୍ତି ଭାରତ ସରକାର । ଇନଷ୍ଟାଗ୍ରାମ ପେଡ୍ ବିଜ୍ଞାପନରେ ଶିଶୁ ଏବଂ ଯୌନ ଶୋଷଣ ଏବଂ ଦୁର୍ବ୍ୟବହାର ସମ୍ପର୍କିତ କଣ୍ଟେଣ୍ଟ୍ କୁ ନେଇ ସରକାର ଏହି ନୋଟିସ ପଠାଇଛନ୍ତି । ଏହାସହ ୭ ଦିନ ମଧ୍ୟରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଇନଷ୍ଟାଗ୍ରାମକୁ ଏପରି କଣ୍ଟେଣ୍ଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ଯାହା ଯୌନ ଅପରାଧକୁ ପ୍ରୋତ୍ସାହିତ କରୁଛି ଏବଂ ସହଜ କରୁଛି । ଭାରତ ସମେତ ସାରା ବିଶ୍ୱରେ ଇନଷ୍ଟାଗ୍ରାମର କୋଟି କୋଟି ୟୁଜର ରହିଛନ୍ତି । ତେଣୁ ବିଭିନ୍ନ କମ୍ପାନୀ ନିଜର ବ୍ରାଣ୍ଡ୍ ପ୍ରମୋସନ ଇନଷ୍ଟାଗ୍ରାମ ଜରିଆରେ କରିଥାନ୍ତି ।

ହ୍ୱାଟସଆପକୁ ମଧ୍ୟ ନୋଟିସ

ମେଟା ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ବଢିବାରେ ଲାଗିଛି । କିଛି ଦିନ ତଳେ ସରକାର ମେଟାକୁ ନୋଟିସ ଜାରି କରିଥିଲେ । ଏଥିରେ ହ୍ୱାଟସଆପ୍ ୟୁଜରନେମ୍ କୁ ନେଇ ଜବାବ ମଗାଯାଇଥିଲା । ଭାରତରେ କମ୍ପାନୀ ପକ୍ଷରୁ ୟୁଜରନେମକୁ ନେଇ ଟେଷ୍ଟିଂ ଜାରି ରହିଛି ।

ସରକାର ଆଶଙ୍କା କରୁଛନ୍ତି ଯେ, ହ୍ୱାଟସଆପ ୟୁଜରନେମ୍ ଫିଚର୍ସ ପାଇଁ ସାଇବର ଠକେଇ ବୃଦ୍ଧି ପାଇବ । କିନ୍ତୁ କମ୍ପାନୀ ଏହାକୁ ଖଣ୍ଡନ କରିଛି । ଏବେ ଏହି ଫିଚର୍ସ ସାମିଲ ହୋଇନି । ବର୍ଷ ଶେଷରେ ଏହି ଫିଚର୍ସ ଲଞ୍ଚ୍ ହେବ ବୋଲି କମ୍ପାନୀ ସଫେଇ ଦେଇଛି ।