ନୂଆଦିଲ୍ଲୀ: ମେ ମାସର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପରେ ଆସିଛି ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟ। ବାଣିଜ୍ୟ ମନ୍ତ୍ରଣାଳୟ ସୋମବାର ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟ ଜାରି କରିଛି। ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ, ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତି ବଢ଼ି ୯. ୬୮%ରେ ପହଞ୍ଚିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ଏହା ୮.୨୬% ଥିଲା। ବଡ଼ କଥା ହେଲା ମେ ମାସରେ ଦରବୃଦ୍ଧି ୪୩ ମାସର ସ ସ୍ତରରେ ପହଞ୍ଚିଛି। ଏହା ପୂର୍ବରୁ ୨୦୨୨ ସେପ୍ଟେମ୍ବରରେ ଏହା ୧୦. ୭୦%ରେ ପହଞ୍ଚିଥିଲା। ତେବେ ଦରବୃଦ୍ଧି ବଢ଼ିବାର କାରଣ ନ୍ଦୈନନ୍ଦିନ ସାମଗ୍ରୀ ଏବଂ ତେଲ ଦାମ୍ ବଢ଼ିବା କୁହାଯାଇଛି।

ଦରବୃଦ୍ଧିର ମୁଖ୍ୟ କାରଣ:

ଇନ୍ଧନ ଏବଂ ବିଦ୍ୟୁତ: ଏହି ବର୍ଗରେ ପାଇକାରୀ ମୁଦ୍ରାସ୍ଫୀତି ୨୪.୮୯% ରୁ ବୃଦ୍ଧି ପାଇ ୩୦.୩୩% ହୋଇଛି।

ଖାଦ୍ୟ ସାମଗ୍ରୀ (Food Index): ଖାଦ୍ୟପେୟ ସାମଗ୍ରୀର ଦରବୃଦ୍ଧି ୩.୧୧% ରୁ ବୃଦ୍ଧି ପାଇ ୪.୪୯%ରେ ପହଞ୍ଚିଛି।

ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ (Primary Articles): ଏହାର ମୁଦ୍ରାସ୍ଫୀତି ହାର ୩.୭୮%ରୁ ବୃଦ୍ଧି ପାଇ ୪.୯୯% ହୋଇଛି।

ନିର୍ମିତ ଉତ୍ପାଦ (Manufactured Products): ଏକ୍ଷେତ୍ରରେ ମୁଦ୍ରାସ୍ଫୀତି ୬.୬୮% ରୁ ବୃଦ୍ଧି ପାଇ ୭.୪୮% ରହିଛି।

Also Read: ଅଷ୍ଟମ ବେତନ ଆୟୋଗର ସର୍ତ୍ତକୁ ମଞ୍ଜୁରୀ ଦେଲେ ସରକାର, ଫିଟମେଣ୍ଟ ଫ୍ୟାକ୍ଟର ୩ ହେଲେ ୪୫ ହଜାର ହୋଇଯିବ ବେସିକ ସାଲାରୀ

କାହିଁକି ବଢୁଛି ମୁଦ୍ରାସ୍ଫୀତି ?

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାଢ଼େ ତିନି ମାସର ତିକ୍ତତା ଯୋଗୁଁ ଆନ୍ତର୍ଜାତୀୟ ବଜାର ପ୍ରଭାବିତ ହୋଇଛି। ଅବଶ୍ୟ ସୋମବାର ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ହେବା ପରେ ସ୍ଥିତି ସ୍ବାଭାବିକ ହେବା ନେଇ ଆଶା ସଂଚାର ହୋଇଛି। ତଥାପି ଯଦି ସ୍ଥିତି ସ୍ବାଭାବିକ ନହୁଏ, ତେବେ ମୁଦ୍ରାସ୍ଫୀତି ଆହୁରି ବଢିବାର ଆଶଙ୍କା ରହିଛି। ଏହା ସହିତ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ମେ ମାସରେ ବୃଦ୍ଧି ପାଇ ୩.୯୩%ରେ ପହଞ୍ଚିଛି। ଯାହା ଆରବିଆଇ (RBI)ର ଧାର୍ଯ୍ୟ ସୀମା ୪% ପାଖାପାଖି।

ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ

ପାଇକାରୀ ମୁଦ୍ରାସ୍ଫୀତି ଦୀର୍ଘ ସମୟ ପାଇଁ ଉପରମୁହାଁ ରହିଲେ, ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସାଧାରଣଲୋକଙ୍କ ଉପରେ ଗ୍ରାହକମାନଙ୍କ ଉପରେ ପକାଇଥାନ୍ତି। ଯାହାଦ୍ୱାରା ବଜାରରେ ସବୁ ଜିନିଷର ଦାମ ବଢ଼ିଯାଏ। ସରକାର କେବଳ ଟ୍ୟାକ୍ସ କମାଇ WPIକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିବେ।