ନୂଆଦିଲ୍ଲୀ: କେନ୍ଦ୍ର ସରକାର ୮ମ ବେତନ ଆୟୋଗର ନିୟମ ଓ ସର୍ତ୍ତାବଳୀ ବା ଟର୍ମ୍ସ ଅଫ୍ ରେଫରେନ୍ସ (TOR)କୁ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୫୫ ଲକ୍ଷ କାର୍ଯ୍ୟରତ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ସରକାର ଆୟୋଗକୁ ନିଜର ସୁପାରିଶ ଦାଖଲ କରିବା ପାଇଁ ୧୮ ମାସର ସମୟ ଦେଇଛନ୍ତି।

ଫିଟମେଣ୍ଟ ଫ୍ୟାକ୍ଟର ୩ ହେଲେ ମୌଳିକ ଦରମା ବଢ଼ିବ

କେନ୍ଦ୍ରୀୟ କର୍ମଚାରୀ ସଂଗଠନଗୁଡ଼ିକ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ବୃଦ୍ଧି ଏବଂ ସର୍ବନିମ୍ନ ବେସିକ୍ ପେ’ ବଢ଼ାଇବାକୁ ଦାବି କରୁଛନ୍ତି। ଯଦି ସରକାର ବର୍ତ୍ତମାନର ଫิଟମେଣ୍ଟ ଫ୍ୟାକ୍ଟରକୁ ୨.୫୭ରୁ ୩.୦କୁ ବୃଦ୍ଧି କରନ୍ତି, ତେବେ କର୍ମଚାରୀଙ୍କ ମୌଳିକ ଦରମାରେ ବଡ଼ ପରିବର୍ତ୍ତନ ଆସିବ। ଏହି ସ୍ଥିତିରେ ପ୍ରାରମ୍ଭିକ ମୌଳିକ ଦରମା (Basic Salary) ୧୫,୦୦୦ ଟଙ୍କାରୁ ସିଧାସଳଖ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଯାଇପାରେ।

Also Read: ମେ ମାସରେ ମହଙ୍ଗା ହେଲା ସବୁ ସାମଗ୍ରୀ, ୫ ମାସରେ ପ୍ରଥମ ଥର ୪% ପାଖାପାଖି ପହଞ୍ଚିଲା ମହଙ୍ଗା ସ୍ଥିତି

କେବେଠାରୁ ଲାଗୁ ହେବ ୮ମ ବେତନ ଆୟୋଗ ?

୮ମ ବେତନ ଆୟୋଗକୁ ୧ ଜାନୁଆରୀ ୨୦୨୬ ରୁ ଲାଗୁ ହୋଇଥିବା ଧରାଯାଇଛି। କିନ୍ତୁ ଆୟୋଗର କାର୍ଯ୍ୟ ଶେଷ ହେବାକୁ ଆହୁରି ସମୟ ଲାଗିବ। ଆୟୋଗ ନିଜର ପ୍ରସ୍ତାବପତ୍ର (Memorandum) ଦାଖଲ କରିବାର ଶେଷ ତାରିଖକୁ ୧୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଆୟୋଗର ଏକ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରି କର୍ମଚାରୀ ସଂଗଠନଗୁଡ଼ିକ ସହ ଆଲୋଚନା କରୁଛନ୍ତି।

ବକେୟା (Arrears) ପାଇବେ କର୍ମଚାରୀ

ଯଦି ଆୟୋଗ ନିଜର ଚୂଡ଼ାନ୍ତ ରିପୋର୍ଟ ଦେବାରେ ବିଳମ୍ବ କରେ, ତେବେ କର୍ମଚାରୀମାନେ ନିରାଶ ହେବାର ଆବଶ୍ୟକତା ନାହିଁ। ସୁପାରିଶ ଗ୍ରହଣ ହେବା ପରେ, ସରକାର କର୍ମଚାରୀମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ସମୟର ସମ୍ପୂର୍ଣ୍ଣ ବକେୟା ବା ଏରିୟର ପ୍ରଦାନ କରିବେ।