ନୂଆଦିଲ୍ଲୀ: ସବୁ କଳ୍ପନା, ପୂର୍ବାନୁମାନ, ବିଶେଷଜ୍ଞଙ୍କ ଦାବି ଫେଲ୍ ମାରିଛି । ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ହୋଇପାରିଲାନି ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ । ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ଦିଆଯାଇ ନାହିଁ ।

ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଯେତେବେଳେ ଚୂଡାନ୍ତ ଏକାଦଶ ତାଲିକା ଦେଲେ, ସେଥିରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନଥିଲା । ବୈଭବ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି ଏବଂ ପ୍ରଶଂସକମାନେ ଆଶା ରଖିଥିଲେ ଯେ ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଡେବ୍ୟୁ କରିବାର ସୁଯୋଗ ମିଳିବ, କିନ୍ତୁ ସେଭଳି ହେଲାନାହିଁ । ବୈଭବ ଆଇପିଏଲ୍ ଏବଂ ଶ୍ରୀଲଙ୍କା ଗସ୍ତରେ ଖେଳାଯାଇଥିବା ଟ୍ରାଇ-ସିରିଜରେ ଭଲ ପ୍ରଦର୍ଶନ କରି ଦଳକୁ ଆସିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିପାରି ନାହିଁ ।

ଟସ୍ ଜିତିବା ପରେ ଶ୍ରେୟସ ଆୟର କହିଥିଲେ ଯେ, ସୂର୍ଯ୍ୟବଂଶୀ ଜଣେ ଚମତ୍କାର ଖେଳାଳି କିନ୍ତୁ ଆଜିର ମ୍ୟାଚ୍‌ରେ ସେ ବେଞ୍ଚ୍‌ରେ ବସିଛନ୍ତି । ଆମେ ଆମର ଅଭିଜ୍ଞ ଖେଳାଳିମାନଙ୍କୁ ହିଁ ଦଳରେ ରଖିବାକୁ ନିଷ୍ପତ୍ତି ନେଇଛୁ । ସମୟ ଆସିଲେ ବୈଭବଙ୍କୁ ନିଶ୍ଚୟ ସୁଯୋଗ ମିଳିବ।

ଭାରତର ଚୂଡ଼ାନ୍ତ ଏକାଦଶ

ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଷାନ, ଶ୍ରେୟସ ଆୟର, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ପ୍ରସିଦ୍ଧ କ୍ରିଷ୍ଣା