India GDP Ranking: ବିକଶିତ ଭାରତ ପଥରେ ଚାଲୁ ଚାଲୁ ଖାଇକୁ ଖସିଲା ଦେଶର ଅର୍ଥନୀତି। ଭାରତ ଆଉ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ନୁହେଁ, ଏହା ଷଷ୍ଠ ସ୍ଥାନକୁ ଖସି ଆସିଛି। ସେପଟେ ବ୍ରିଟେନ ପୁଣିଥରେ ପଞ୍ଚମ ସ୍ଥାନକୁ ଉତୀର୍ଣ୍ଣ ହୋଇଛି। ଅନ୍ତର୍ଜାତୀୟ ମୁଦ୍ରା କୋଷର ରିପୋର୍ଟ ଅନୁସାରେ, ଭାରତୀୟ ମୁଦ୍ରା ମୂଲ୍ୟର ଅଧପତନ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ପଢନ୍ତୁ ସ୍ପେଶାଲ ରିପୋର୍ଟ। 

ବିଶ୍ୱ ରାଙ୍କିଂରେ ଭାରତର ଅର୍ଥନୀତି ୫ମ ସ୍ଥାନରୁ ୬ଷ୍ଠ ସ୍ଥାନକୁ ଖସି ଆସିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଅନୁଯାୟୀ, ୟୁକେ ଏବେ ପୁଣି ଥରେ ଭାରତକୁ ପଛରେ ପକାଇ ଦେଇଛି। ଭାରତର GDP ରେ ଏହି ହ୍ରାସ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ହୋଇଛି। ଏହି ବର୍ଷ ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ଥିଲା ୮୯.୯୧ ଟଙ୍କା, କିନ୍ତୁ ଏବେ ଏହା ୯୩.୩୮ଟଙ୍କା କୁ ଖସି ଆସିଛି। ଆଉ ଏହାର ଗମ୍ଭୀର ପ୍ରଭାବ ଦେଶର ଜିଡିପି ଉପରେ ପଡ଼ିଛି। 
ଭାରତର ଜିଡିପି ୨୦୨୫ରେ ୩.୯୨ ଟ୍ରିଲିୟନ ଡଲାର ଥିଲା ଏବଂ ୨୦୨୬ରେ ରେ $୪.୧୫ ଟ୍ରିଲିୟନ ହେବ ବୋଲି ଆକଳନ କରାଯାଇଥିଲା। ଏହି ସମୟରେ, ବ୍ରିଟେନର ଜିଡିପି ୨୦୨୫ରେ $୪ ଟ୍ରିଲିୟନ ଏବଂ ୨୦୨୬ରେ ରେ ୪.୨୬ ଟ୍ରିଲିୟନ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ବିଶ୍ୱ ରାଙ୍କିଂରେ ଭାରତର ନିମ୍ନଗାମୀ ପଛରେ ଦୁଇଟି ପ୍ରମୁଖ କାରଣ ରହିଥିବା ବିଶ୍ୱାସ କରାଯାଉଛି। 

​​​​​​​Also Read-  Aadhaar app mandatory plan dropped: ସ୍ମାର୍ଟଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ ନୁହେଁ; ନିଷ୍ପତ୍ତିରୁ ଓହରିଲେ ସରକାର

ଗୋଟିଏ ହେଲା ବେସ୍ ଇଅର ପରିବର୍ତ୍ତନ, ଅନ୍ୟଟି ଟଙ୍କାର ଦୁର୍ବତା। ସରକାର ଜିଡିପି ପାଇଁ ବେସ୍ ଇଅରକୁ ୨୦୧୧-୧୨ ରୁ ୨୦୨୨-୨୩କୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଏବଂ ନୂଆ ଢାଞ୍ଚା ଫଳରେ ଅର୍ଥନୀତିର ଆକାରରେ ୨.୮% ରୁ ୩.୮% ହ୍ରାସ ଘଟିଛି। ଅନ୍ୟପଟେ ଡଲାର ତୁଳନାରେ ଟଙ୍କାର ହ୍ରାସ ମଧ୍ୟ ପ୍ରଭାବ ପକାଇଛି। ଡଲାରରେ ମପାଯାଇଥିବା ଜିଡିପି ହ୍ରାସ ହୋଇଛି। ଏହାର ବିପରୀତରେ, ବ୍ରିଟିଶ ପାଉଣ୍ଡ ମଜବୁତ ହୋଇଛି, ଅର୍ଥନୀତିର ମୂଲ୍ୟ ବୃଦ୍ଧି କରିଛି। ତେଣୁ ବ୍ରିଟେନ ପୁଣିଥରେ ଭାରତ ଉପରକୁ ଉଠିଯାଇଛି। 
ତେବେ ଆଶ୍ୱସ୍ତିର କଥା ହେଲା ଭାରତୀୟ ଅର୍ଥନୀତି ନେଇ ଅନ୍ତର୍ଜାତୀୟ ମୁଦ୍ରାକୋଷ ଏବେ ବି ଆଶାବାଦୀ ରହିଛି। ଭାରତର ଏହି ଅର୍ଥନୈତିକ ହ୍ରାସ ଅସ୍ଥୀୟ,୨୦୨୭ ସୁଦ୍ଧା ଭାରତ ଏକ ଲମ୍ବ ଡିଆଁ ମାରି ପୁଣିଥରେ ବ୍ରିଟେନ ଓ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବଡ଼ ଅର୍ଥନୀତି ହେବ ବୋଲି IMF ଆଶା ବ୍ୟକ୍ତ କରିଛି। ବର୍ତ୍ତମାନ ଜିଡିପି ଆଧାରରେ ଶ୍ରେଷ୍ଠ ୧୦ ବିଶ୍ୱ ଅର୍ଥନୀତି ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ଥିବା ବେଳେ ବ୍ରିଟେନ ପଞ୍ଚମ, ଜାପାନ ଚତୁର୍ଥ, ଜର୍ମାନୀ ତୃତୀୟ, ଚୀନ ଦ୍ୱିତୀୟ ଓ ଆମେରିକା ନମ୍ବର ୱାନ୍‌ରେ ରହିଛି। 
ଦେଶର ଅର୍ଥନୀତି କାହିଁକି ତଳକୁ ଖସିଲା ଏହାର ପ୍ରମୁଖ କାରଣ ତ ଆପଣ ଜାଣିଲେ। ତେବେ ରିପୋର୍ଟରେ ଆପଣ ଜିଡିପି ଆଉ ବେସ୍ ଇଅର,  ଏହି ଦୁଇଟି ଶବ୍ଦ ବାରମ୍ବାର ଶୁଣିଲେ। ଯାହା ଦେଶର ଅର୍ଥନୀତିରେ ବଡ଼ ଭୂମିକା ନିର୍ବାହ କରେ।। ଏହାକୁ ସରଳ ଭାଷାରେ ବୁଝିବା ବି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ ରିପୋର୍ଟ।    
ଜିଡିପିର ଫୁଲ୍ ଫର୍ମ ବା ପୂରା ନାଁ ହେଲ ଗ୍ରସ୍ ଡୋମେଷ୍ଟିକ ପ୍ରଡକ୍ଟ, ଯାହାକୁ ଓଡ଼ିଆରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ। ସରଳ ଭାଷାରେ କହିବାଗୁ ଗଲେ ଗୋଟିଏ ଦେଶରେ ଗୋଟିଏ ବର୍ଷରେ ଉତ୍ପାଦିତ ସାମଗ୍ରୀ ଏବଂ ସେବାର ମୋଟ ପରିମାଣର ହିସାବକୁ ବୁଝାଏ। ଏହାକୁ ଗୋଟିଏ ଦେଶର ଆର୍ଥିକ ସ୍ୱାସ୍ଥ୍ୟ ମାପିବାର ଏକ ମାଧ୍ୟମ ବୋଲି କୁହାଯାଏ। 
୧. ଜିଡିପି କ’ଣ? (What is GDP?) ମନେକରନ୍ତୁ ଗୋଟିଏ ଦେଶ ଏକ ବଡ଼ ପରିବାର ପରି। ସେହି ପରିବାରର ସମସ୍ତ ସଦସ୍ୟ ମିଶି ବର୍ଷକ ଭିତରେ କେତେ ଟଙ୍କା ରୋଜଗାର କଲେ ବା କେତେ ଟଙ୍କାର ଜିନିଷ ତିଆରି କଲେ, ତାହା ହିଁ ସେହି ପରିବାରର ଆର୍ଥିକ ଅବସ୍ଥାକୁ ଦର୍ଶାଏ। ସେହିପରି, ଗୋଟିଏ ଦେଶର ସୀମା ଭିତରେ ଉତ୍ପାଦିତ ହେଉଥିବା ସମସ୍ତ ଜିନିଷ (ଯଥା: ଚାଉଳ, କାର୍, ଫୋନ୍) ଏବଂ ସେବା (ଯଥା: ଡାକ୍ତର, ଶିକ୍ଷକ, ଆଇଟି ସେବା) ର ମୋଟ ମୂଲ୍ୟକୁ ଜିଡିପି କୁହାଯାଏ। 

Also Read- Iran Frozen Assets Peace Talks: ଶାନ୍ତି ଚୁକ୍ତି ପାଇଁ କାହିଁକି ବ୍ୟାକୁଳ ହେଉଛି ତେହେରାନ, ଜାଣନ୍ତୁ କେଉଁ ଦେଶରେ ଫସିଛି କେତେ ଟଙ୍କା


ଦେଶର ଜିଡିପି ବଢ଼ିବା ଦ୍ୱାରା ନିଯୁକ୍ତ ବଢ଼ିଥାଏ। ଦରମା ଓ ମଜୁରୀରେ ବୃଦ୍ଧି ହୁଏ। ଦୁକାନ ବ୍ୟବସାୟ ଭଲ ହୁଏ ଶେୟାର ମାର୍କେଟ୍ ଉପରକୁ ଉଠେ ଓ ସରକାର ଭଲ ଟ୍ୟାକ୍ସ ପାଆନ୍ତି। ଯଦି ଜିଡିପି ବଢୁଛି, ତେବେ ଏହାର ଅର୍ଥ ଦେଶରେ ଅଧିକ ଉତ୍ପାଦନ ହେଉଛି ଏବଂ ଅର୍ଥନୀତି ସୁଧୁରୁଛି। ଏହା ମାଧ୍ୟମରେ ଆମେ ଜାଣିପାରୁ ଯେ ଆମ ଦେଶର ଅର୍ଥନୀତି ଅନ୍ୟ ଦେଶ (ଯଥା: ଚୀନ୍ ବା ଆମେରିକା) ତୁଳନାରେ କେଉଁ ସ୍ଥିତିରେ ଅଛି। ସେହିପରି ଜିଡିପି କହିଲେ ଏହାର ଓଲଟା ହୋଇଥାଏ। ଦେଶର ବେରୋଜଗାରି ବଢ଼ିଯାଏ, ଲୋକେ କମ ଖର୍ଚ୍ଚ କରନ୍ତି, ଦେଶ ମାନ୍ଦାବସ୍ଥାକୁ ଚାଲିଯାଏ।
ଏବେ ବେସ୍ ଇଅର କଣ ବୁଝିବା ?
ବେସ୍ ଇଅର ହେଉଛି ସେହି ବର୍ଷ ଯାହାର ମୂଲ୍ୟକୁ ଆଧାର ଭାବରେ ବିବେଚନା କରାଯାଏ। ଅର୍ଥାତ୍, ସେହି ବର୍ଷରେ ସାମଗ୍ରୀର ହାରାହାରି ମୂଲ୍ୟକୁ ୧୦୦ ମୂଲ୍ୟ ଦିଆଯାଏ। ତା'ପରେ, ଅନ୍ୟ ବର୍ଷଗୁଡ଼ିକର ମୂଲ୍ୟକୁ ଏହି ମୂଳ ବର୍ଷ ସହିତ ତୁଳନା କରାଯାଏ। ଫଳରେ ମୁଦ୍ରାସ୍ପୀତି ବଢ଼ିଛି କି କମିଛି ତାହା ଜଣାପଡ଼େ।