Aadhaar app mandatory plan dropped: ସ୍ମାର୍ଟଫୋନଗୁଡ଼ିକରେ ଆଧାର ଆପକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତିରୁ ଓହରିଲେ ଭାରତ ସରକାର। ଆପଲ ଓ ସାମସଙ୍ଗ ଭଳି ସ୍ମାର୍ଟଫୋନ ନିର୍ମାତା ଯୋଜନାକୁ ବିରୋଧ କରିବା ପରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। ଏନେଇ ଶୁକ୍ରବାର ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ସୂଚନା ଦେଇଛି ବୋଲି ରଏଟର୍ସରେ ଖବର ପ୍ରକାଶ ପାଇଛି।

ଚଳିତ ବର୍ଷ ଆରମ୍ଭରେ, ଆଧାର ଆପ୍କୁ ସମସ୍ତ ନୂଆ ସ୍ମାର୍ଟଫୋନଗୁଡ଼ିକରେ ପ୍ରି-ଇନଷ୍ଟଲ କରିବାକୁ ସରକାର ଯୋଜନା କରିଥିଲେ। ଏନେଇ ଆପଲ ଗୁଗଲ ସମେତ ସ୍ମାର୍ଟଫୋନ କମ୍ପାନୀଗୁଡ଼ିକ ସହ ଆଲୋଚନା କରିବାକୁ ୟୁଆଇଡିଏଆଇ IT ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଡାଟା ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିଲେ ସ୍ମାର୍ଟଫୋନ୍ କମ୍ପାନୀ ଓ ଏକ୍ସପର୍ଟ।

କାହିଁକି ନିଷ୍ପତ୍ତିରୁ ଓହରିଗଲେ ସରକାର?

ଭାରତ ସରକାର ତର୍କ ରଖିଥିଲେ ଯେ ଏହି ଆପ ଦ୍ୱାରା କୌଣସି ତଥ୍ୟ ଲିକ୍ ହେବ ନାହିଁ। ୧.୩୪ ବିଲିଅନ ଲୋକେ ଆପ୍ ବ୍ୟବହାର କରୁଛନ୍ତି ବୋଲି ୟୁଆଇଡିଏଆଇ କହିଥିଲା। ତେବେ ଆଇଟି ମନ୍ତ୍ରଣାଳୟ ପ୍ରସ୍ତାବକୁ ସମୀକ୍ଷା କରିବା ପରେ ଏଭଳି ନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଯୋଜନାକୁ ପ୍ରତ୍ୟାହାର କରାଯାଇଛି। ତେବେ ସରକାର କାହିଁକି ଏଭଳି ନିଷ୍ପତ୍ତିରୁ ଓହରିଗଲେ ସେ ନେଇ ନା ଆଇଟି ମନ୍ତ୍ରଣାଳୟ ନା ୟୁଆଇଡିଏଆଇ କାହାରି ପାଖରୁ କୌଣସି ଉତ୍ତର ମିଳିପାରି ନାହିଁ। ତେବେ ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ଶିଳ୍ପର ଷ୍ଟେକହୋଲ୍ଡରମାନଙ୍କ ସହିତ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି।

Also Read- 8th Pay Commission: ମାଲେମାଲ ହୋଇଯିବେ ଚାକିରିଆ ! ସର୍ବନିମ୍ନ ବେସିକ୍ ପେ' ମିଳିବ ୬୯ ହଜାର

୬ ଥର ଉଦ୍ୟମ କରି ଫେଲ୍ ସରକାର

ପ୍ରକାଶ ଥାଉକି ନିଷ୍ପତ୍ତିରୁ ଏଭଳି ଓହରିବା ଭରତ ସରକାରଙ୍କ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସରକାର ସ୍ୱଦେଶୀ ଆପ୍କୁ ସ୍ମାର୍ଟଫୋନଗୁଡ଼ିକର ପ୍ରି-ଇନଷ୍ଟଲ କରାଇବାକୁ ଉଦ୍ୟମ କରିଥିଲେ। ଗତ ଦୁଇ ବର୍ଷରେ ୬ ଥର ଉଦ୍ୟମ କରିଥିଲେ ସରକାର। ହେଲେ ପ୍ରତ୍ୟୋକ ଥର ତାଙ୍କୁ ସ୍ମାର୍ଟଫୋନ ନିର୍ମାତାଙ୍କ ଠାରୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ବିଶେଷକରି ଆପଲ୍ ଏବଂ ସାମସଙ୍ଗ ଗ୍ରାହକଙ୍କ ସୁରକ୍ଷା ଓ ଗୋପନୀୟତା ନେଇ ପ୍ରଶ୍ନ ଉଠାଇଥିଲେ। ଶେଷରେ ସରକାର ବାଧ୍ୟ ହୋଇ ଏହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି।

ଗତବର୍ଷ ଡିସେମ୍ବର ମାସରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାର ସ୍ମାର୍ଟଫୋନରେ ଏକ ଟେଲିକମ୍ ସୁରକ୍ଷା ଆପର ପ୍ରି-ଇନଷ୍ଟଲ କରିବାକୁ ବାଧ୍ୟତାମୂଳକ କରିଥିଲେ। ହେଲେ କମ୍ପାନୀଗୁଡ଼ିକର ବିରୋଧ ପରେ ଏଥିରୁ ବି ସରକାର ପଛଘୁଞ୍ଚା ଦେଇଥିଲେ।

Also Read- Gen Alpha: ସଞ୍ଚୟ ଆଗ୍ରହୀରେ ଜେନ୍ ଆଲଫା, ଡିଜିଟାଲ ଗ୍ରହଣୀୟତା କ୍ଷେତ୍ରରେ ବି ରହିଛନ୍ତି ଆଗରେ...