ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ପାକିସ୍ତାନର ଓଟିଟି କଣ୍ଟେଣ୍ଟ। ଏହା ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟଫ୍ଲିକ୍ସକୁ ସ୍ପଷ୍ଟ ଶବ୍ଦରେ ଚେତାଇ ଦେଇଛନ୍ତି ଯେ, ପାକିସ୍ତାନର କୌଣସି ବି କଣ୍ଟେଣ୍ଟ ଭାରତରେ ଯେମିତି ନ ଚାଲେ। ଏହା ସହିତ ଭାରତ ସରକାର ପାକିସ୍ତାନର ଓ୍ଵେବ ସିରିଜ୍ ‘ଜୋ ବଚେ ହେଁ ସଙ୍ଗ ସମେଟ ଲୋ’ ଓ୍ଵେବ ସିରିଜକୁ ବ୍ୟାନ କରିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନେଟଫ୍ଲିକ୍ସକୁ ଚେତାବନୀ ଦେଇ କହିଛି ଯେ, ୨୦୨୫ ମେ ୮ରେ ଜାରି ନିଜର ମାର୍ଗଦର୍ଶିକା ବା ଆଡଭାଇଜରିକୁ କଠୋରତାର ସହ ପାଳନ କରାଯାଉ। ଏହି ଆଡଭାଇଜରି ଅନୁସାରେ ପାକିସ୍ତାନରେ ନିର୍ମିତ କୌଣସି ବି ଫିଲ୍ମ ବା ଓ୍ବେବ ସିରିଜ ଭାରତରେ ଷ୍ଟ୍ରିମିଂ କରାଯାଇ ପାରିବ ନାହିଁ। ମନ୍ତ୍ରଣାଳୟକୁ ନିକଟରେ ଅଭିଯୋଗ ଆସିଥିଲା ଯେ, ପାକିସ୍ତାନୀ ସିରିଜ ଭାରତରେ ରିଲିଜ୍ ହୋଇପାରେ। ଏହା ପରେ ସରକାର ନେଟଫ୍ଲିକ୍ସକୁ ନିୟମ ମନାଇ ପକାଇ ଦେଇଛନ୍ତି।

Also Read: କାହିଁକି ନିଜ ଫିଲ୍ମର ସିକ୍ୱେଲ୍ ତିଆରି କରିବାକୁ ଚାହାନ୍ତିନି ସୁରଜ ବଡ଼ଜାତ୍ୟା ? କଲେ ବଡ଼ ଖୁଲାସା

ସୂଚନାଯୋଗ୍ୟ, ‘ଜୋ ବଚେ ହେଁ ସଙ୍ଗ ସମେଟ ଲୋ’ ପ୍ରଥମ ନେଟଫ୍ଲିକ୍ସ ଓରିଜିନାଲ ପାକିସ୍ତାନୀ ଓ୍ବେବ ସିରିଜ୍। ଏହି ସିରିଜ ଦୁନିଆର ୧୯୧ ଦେଶରେ ଡିସେମ୍ବର ୪ରେ ଷ୍ଟ୍ରିମିଂ ହେବ। ହେଲେ ଭାରତରେ ଏହାର ଷ୍ଟ୍ରିମିଂ ହେବ ନାହିଁ। ଏହି ସିରିଜକୁ ନେଇ ବହୁତ ବିବାଦ ଦେଖା ଦେଇଥିଲା। ଅଲ ଇଣ୍ଡିଆ ସିନେ ଓ୍ଵାକର୍ସ ଆସୋସିଏସନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହା ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ।

ଏହି ସିରିଜ୍ ୨ଟି ପାର୍ଟରେ ରିଲିଜ୍ ହେବ। ପ୍ରଥମ ପାର୍ଟରେ ୫ ଏପିସୋଡ ଏବଂ ମୋଟ୍ ୧୩ ଏପିସୋଡ ରିଲିଜ୍ ହୋଇପାରେ। ଏହି ସିରିଜରେ ତିନି ପିଢିର ଛଅଟି ପ୍ରେମ କାହାଣୀ ଦେଖାଯିବ। ସିରିଜରେ ଅହମ୍ମଦ ରଜା ମୀର, ଇକରା ଅଜୀଜ, ଫଓ୍ଵାଦ ଖାନ, ମାହିରା ଖାନ, ହାନିୟା ଆମିର, ସନମ ସଇଦ, ହମଜା ଅଲୀ ଅବାସୀ, ମାୟା ଅଲୀ, ବିଲାଲ ଅଶରଫ, ନାଦିଆ ଜମିଲ, ସମୀନା ଅହମ୍ମଦ ପରି ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ। ଉଲ୍ଲେଖନୀୟ ଏହି ସିରିଜ୍ ନିର୍ମାଣରେ ୮ ବର୍ଷ ଲାଗିଛି ଏବଂ ଏହାର ସୁଟିଂ ୨୦୦ ଦିନ ଚାଲିଥିଲା।