ନୂଆଦିଲ୍ଲୀ, ୩୦। ୦୭ : ଭାରତୀୟ ଦଳର ଭେଟେରାନ ବୋଲର ମହମ୍ମଦ ଶାମି । ଆଇପିଏଲ ଏବଂ ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ମଦଦାର ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଜାତୀୟ ଦଳରେ ସ୍ଥାନ ମିଳୁନି । ୨୦୨୩ ବିଶ୍ୱକପରେ ସେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହେଲେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କୁ ସୁଯୋଗ ଦିଆଯାଇ ନଥିଲା । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ଜାଗା ମିଳିନଥିବାରୁ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସ୍ପୋର୍ଟସଷ୍ଟାର୍ ରିପୋର୍ଟ ଅନୁସାରେ, ଚୟନକର୍ତ୍ତା ୧୫ ଜଣ ଯୁବ ଭାରତୀୟ ପେସ୍ ବୋଲରଙ୍କୁ ନଜରରେ ରଖିଛନ୍ତି । ଆଗାମୀ ଦିନରେ ସେମାନେ ପେସ୍ ବାହିନୀର ମେରୁଦଣ୍ଡ ହେବେ । ସବୁ ଫର୍ମାଟକୁ ନଜରରେ ରଖି ଏହି ୧୫ ଜଣିଆ ପ୍ଲେୟାରଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରାଯାଇଛି । ଏହି ଗ୍ରୁପରେ ଶାମିଙ୍କ ନାଁ ନାହିଁ ।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଚୟନକର୍ତ୍ତା ଏବେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଏବଂ ୨୦୨୭ ବିଶ୍ୱକପକୁ ନଜରରେ ରଖିଛନ୍ତି । ସେମାନେ ଅଭିଜ୍ଞ ଦ୍ରୁତ ବୋଲରଙ୍କ ବଦଳରେ ଯୁବ ବୋଲରଙ୍କୁ ଫୋକସରେ ରଖିଛନ୍ତି । ସେଥିପାଇଁ ଏବେଠୁ ସେମାନଙ୍କୁ ପ୍ରସ୍ତୁତ କରାଯିବ ।

କିଛିଦିନ ତଳେ ପୂର୍ବତନ କ୍ରିକେଟର କ୍ରିସ୍ ଶ୍ରୀକାନ୍ତ ଶାମିଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ପ୍ରିନ୍ସ ଯାଦବ, ମୋହିସିନ୍ ଖାନ୍ ଏବଂ ଗୁରନୁର ବ୍ରାର୍ ଭଲ ବୋର । କିନ୍ତୁ ଶାମି ହେଲେ ସଫଳ ବୋଲର । ତାଙ୍କୁ ଅଣଦେଖା କରାଯିବ ଠିକ୍ ନୁହେଁ ବୋଲି ସେ ପ୍ରକାଶ କରିଥିଲେ ।

Also Read :- ଖାଇବା ବାଢିବାରେ ଡେରି କଲା ଭାଉଜ, କୁରାଢି ଆଣି ଦେହରୁ ମୁଣ୍ଡକୁ ଅଲଗା କରିଦେଲା ଦିଅର !

ସୂଚନାଯୋଗ୍ୟ, ୨୦୨୩ ବିଶ୍ୱକପ୍ ରେ ଶାମିଙ୍କୁ ଦଳରେ ସ୍ଥାନ ମିଳୁନି । ତାଙ୍କ ବଦଳରେ ଯୁବ ବୋଲର ଅର୍ଶଦୀପ ସିଂଙ୍କୁ ସୁଯୋଗ ଦିଆଯାଉଛି । ନିଜକୁ ପ୍ରମାଣିତ କରିବା ପାଇଁ ବାରମ୍ବାର ଶାମି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହା ଚୟନକର୍ତ୍ତାଙ୍କ ଭରସା ଜିତିବାରେ ବିଫଳ ହେଉଛି ।