ଭୁବନେଶ୍ୱର ୨୭।୧୦ : ମାଓ ମୁକ୍ତ ଅଞ୍ଚଳର ବିକାଶ ହେଉଛି । ଏହି ଅଞ୍ଚଳ ଗୁଡ଼ିକରେ ଭିତ୍ତିଭୂମର ନିର୍ମାଣ ଏବଂ ସାମାଜିକ ଅର୍ଥନୈତିକ ବିକାଶ ଉପରେ ଡବଲ ଇଞ୍ଜିନ ସରକାର ସଂପୂର୍ଣ୍ଣ ଭାବେ ଗୁରୁତ୍ୱ ଦେଉଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଅଧିକ ୧୦ ନକ୍ସଲ ପ୍ରଭାବିତ ଜିଲ୍ଲାରେ ନକ୍ସଲ ମୁକ୍ତ ହୋଇଛି । ଏହାପରେ ତୁରନ୍ତ ଆମେ ଗ୍ରାମୋଦୟ ପ୍ଲସ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାକୁ ସମନ୍ୱିତ ଭାବରେ କିଭଳି ଭାବରେ ସେ ଅଞ୍ଚଳର ବିକାଶ ହେଇପାରିବ ତା ଉପରେ ଅଧିକ ଗୁରୁତ୍ଵ ଦେଇଛୁ। ତାଙ୍କର ମୌଳିକ ସମସ୍ୟାର ସମାଧାନ ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକ ପହଞ୍ଚି ପାରିବ ସେଥିପାଇଁ ସରକାର କାମ କରୁଛନ୍ତି। ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୋଦୀଜୀ ଆଜି ଯେଉଁ ଆହ୍ୱାନ ଦେଇଛନ୍ତି 'ଏକ ଭାରତ ଶ୍ରେଷ୍ଠ ଭାରତ' ଏ ନିର୍ମାଣରେ ଯଦି ଆମେ ଦେଖିବା ତାହେଲେ ଆଜି ଭାରତବର୍ଷର ୧୪୦ କୋଟି ଜନସାଧାରଣ ସମାନଙ୍କୁ ଏକଜୁଟ କରିବାରେ ଆଜି ମାନନୀୟ ମୋଦୀଜୀ ପ୍ରଧାନମନ୍ତ୍ରୀ ଆଜି ସଫଳ ହୋଇଛନ୍ତି।

Also Read:-କଙ୍କଡ଼ା ଧରିବାକୁ ଯାଇଥିଲେ, ହେଲେ ଫେରିଲେନି ! ୨୦ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ସେହିପରି ପୁରୀରୁ ମୟୂରଭଞ୍ଜର ବାଦାମପାହାଡ଼ ପର୍ଯ୍ୟନ୍ତ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବା ପାଇଁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ସେଥିପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମାନନୀୟ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯେଉଁ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ପୁରୀରୁ ବାଦାମପାହାଡ଼ ଚାଲିବ, ସେଥିରେ ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଏବଂ ମୟୂରଭଞ୍ଜ ଜିଲ୍ଲା ଏଥିରେ ଉପକୃତ ହେବେ। ଏହାକୁ ଆସନ୍ତା ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ତେଣୁ ନିଶ୍ଚିତ ଭାବରେ ରେଳର ବିକାଶ ହେଉଛି । ଏହାସହିତ ଯେଉଁ ସବୁ ଅଞ୍ଚଳ ନକ୍ସଲ ମୁକ୍ତ ହେଇପାରିଛି । କିଛି ଜିଲ୍ଲା ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଫୋକସ୍ କରୁଛନ୍ତି।