ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ସାଉଥାମ୍ପଟନଠାରେ ଖେଳାଯାଉଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ମ୍ୟାଚ୍ ଲାଗି ଟସ୍ ବିଳମ୍ବରେ ପଡ଼ିଛି । ଏହା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେପଟେ ପୂର୍ବ ୩ଟି ମ୍ୟାଚରେ ଭାରତୀୟ ଟିମ୍ ପରାଜୟ ବରଣ କରିଛି । ସିରିଜ୍ ହାରିବା ପରେ ଟିମ୍-ଇଣ୍ଡିଆ ଶେଷ ଟି-୨୦ରେ ସମ୍ମାନ ରଖିବାକୁ ଚେଷ୍ଟା କରିବ ।

ଆଜି ରୋଜ୍ ବୋଲ୍ ଷ୍ଟାଡିୟମ ଅଭିମୁଖେ ଯାଉଥିବା ଭାରତୀୟ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ସଠିକ୍ ସମୟରେ ପହଞ୍ଚି ନପାରିବାରୁ ମ୍ୟାଚ୍ ସୂଚୀରେ ପରିବର୍ତ୍ତନ କରାଯାଇଥିଲା। ତେବେ ଟିମ ଇଣ୍ଡିଆ ଟ୍ରାଫିକ ଜାମରେ ଫସିଯାଇଥିଲା । ସ୍ଥାନୀୟ ସମୟ ଅପରାହ୍ନ ୧:୫୮ (ଭାରତୀୟ ସମୟ ସନ୍ଧ୍ୟା ୬:୨୮)ରେ ଭାରତୀୟ ଦଳ ରାସ୍ତାରେ ଫସିରହିଥିବା ଖବର ଆସିବା ପରେ ଅଧିକାରୀମାନେ ଟସ୍ ସମୟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ପରେ ଭାରତୀୟ ଦଳ ଷ୍ଟାଡିୟମରେ ପହଞ୍ଚିଥିଲା ।

ଏହାପରେ ବ୍ରୋଡକାଷ୍ଟରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ନିର୍ଦ୍ଧାରିତ ସମୟର ୪୫ ମିନିଟ୍ ପରେ ଅର୍ଥାତ୍ ଭାରତୀୟ ସମୟ ସନ୍ଧ୍ୟା ୭:୧୫ରେ ଟସ୍ ପଡ଼ିବ ଏବଂ ମ୍ୟାଚ୍ ସନ୍ଧ୍ୟା ୭:୩୦ରେ ଆରମ୍ଭ ହେବ। ସାଉଥମ୍ପଟନର ଉପକଣ୍ଠରେ ଅବସ୍ଥିତ ରୋଜ୍ ବୋଲ୍ ଷ୍ଟାଡିୟମ ଆଖପାଖ ଅଞ୍ଚଳରେ ମ୍ୟାଚ୍ ଦିନଗୁଡ଼ିକରେ ପ୍ରବଳ ଟ୍ରାଫିକ୍ ସମସ୍ୟା ଦେଖାଯାଉଥିବାରୁ ପୂର୍ବରୁ ମଧ୍ୟ ଏହାକୁ ନେଇ ଆଲୋଚନା ହୋଇଥିଲା ।

ଇଂଲଣ୍ଡ ଦଳ ପୂର୍ବରୁ ବ୍ରିଷ୍ଟଲଠାରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଭାରତକୁ ସହଜରେ ପରାସ୍ତ କରି ସିରିଜ୍ରେ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିସାରିଛି। ତେଣୁ ସିରିଜ୍ ହାତଛଡ଼ା ହୋଇସାରିଥିବା ବେଳେ ଏହି ଶେଷ ମ୍ୟାଚ୍ ଜିତି ନିଜର ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଭାରତ।ସିରିଜରେ ଇଂଲଣ୍ଡର ଆକ୍ରମଣାତ୍ମକ କ୍ରିକେଟ ଆଗରେ ଭାରତୀୟ ଦଳ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଘରୋଇ ଦଳ ଦମଦାର ପ୍ରଦର୍ଶନ କରିଛି। ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ଦେଇଥିବା ୧୫୯ ରନ୍ର ଲକ୍ଷ୍ୟକୁ ଇଂଲଣ୍ଡ ମାତ୍ର ୧ ୱିକେଟ୍ ହରାଇ ହାସଲ କରିନେଇଥିଲା। ସେହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ ଅପରାଜିତ ୭୯ ରନ୍ ଏବଂ ଫିଲ୍ ସଲ୍ଟ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ୬ ଓଭର ବାକି ଥାଇ ସହଜ ବିଜୟ ଦେଇଥିଲେ।