ନୂଆଦିଲ୍ଲୀ,/୦୯ :ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ରେ ଦମଦାର ବିଜୟ ହାସଲ କରିଛି ଭାରତ । ଦଳ ଆଫଗାନିସ୍ତାନକୁଓ୍ୱିକେଟରେ ପରାସ୍ତ କରିଛି । ମ୍ୟାଚରେ ସଞ୍ଜୁ ସାମସନ ଦମଦାର ଅର୍ଧଶତକ ହାସଲ କରିଥିଲେ । ଏହାଦ୍ୱାରା ସେ ସମାଲୋଚକଙ୍କୁ ବ୍ୟାଟରେ ଜବାବ ଦେଇଛନ୍ତି । ଅନେକ ଦିନ ହେବ ତାଙ୍କ ଫର୍ମକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ମୁକାବିଲାରେ ସଞ୍ଜୁ୨୨ବଲରୁ୫୭ରନ୍ ସ୍କୋର କରିଥିଲେ ।ଏହାପରେ ସେ ନିଜ ଫର୍ମ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବହୁତ କିଛି କହିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ କ୍ରିକେଟରଙ୍କୁ ନେଇ ହେଉଥିବା ଚର୍ଚ୍ଚା ଏବଂ ଆଲୋଚନା ନିଶ୍ଚୟ ପ୍ରଭାବ ପକାଇଥାଏ । ଅନୁଭବ ଏବଂ ଅଭିଜ୍ଞତା ପାଇଁ ଏସବୁର ସେ ସଠିକ ମୁକାବିଲା କରିପାରୁଛନ୍ତି । କିନ୍ତୁ ସେ ମଧ୍ୟ ଜଣେ ମଣିଷ । ରୋବଟ୍ କିମ୍ବା ମେସିନ୍ ନୁହେଁ ।

Also Read :- ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ, ଆରମ୍ଭ ହେଉଛି ମେଗା ସମରାଭ୍ୟାସ ସାଗର କବଚ

ସେ ଆହୁରି କହିଛନ୍ତି ଯେ, ସେ ଓ୍ୱାଇଫାଇ ବନ୍ଦ କରିବାକୁ ପ୍ରୟାସ କରନ୍ତି । କିନ୍ତୁ ବେଳେବେଳେ ଓ୍ୱାଇଫାଇ ଅନ୍ ହୋଇଯାଏ ଏବଂ କିଛି କମେଣ୍ଟ ଉପରେ ନଜର ପଡିଯାଏ । କିଛି ସିନିୟର ଖେଳାଳି ତାଙ୍କ ଉପରେ ମତ ଦିଅନ୍ତି । ଆଉ କିଛି ଜଣ ଚୁପ୍ ରୁହନ୍ତି । କିଏ ସକରାତ୍ମକ ମନ୍ତବ୍ୟ ଦିଅନ୍ତି । ଆଉ କେହି ନକରାତ୍ମକ କଥା କହିଥାନ୍ତି । ଏବେ ଏହି ସବୁ କଥା ଫରକ ବଡୁନି । କିନ୍ତୁ ବେଳେବେଳେ ଖରାପ ଲାଗିଥାଏ ।

ଆହୁରି ମଧ୍ୟ ସଞ୍ଜୁ କହିଛନ୍ତି, କ୍ରିକେଟରଙ୍କ ପାଇଁ ଆଲୋଚନା ଏବଂ ସମାଲୋଚନାରୁ ଦୂରେଇବା ସହଜ ନୁହେଁ । ସୋସିଆଲ ମିଡିଆରେ ଲଗାତାର ଆଲୋଚନା ହୋଇଥାଏ । ସବୁ କିଛି ଖେଳାଳିଙ୍କ ମାଇଣ୍ଡସେଟ୍ ଉପରେ ନିର୍ଭର କରେ । କେମିତି ଖେଳିବାକୁ ହେବ ନିଜେ ହିଁ ନିଷ୍ପତ୍ତି ନେବାକୁ ପଡିଥାଏ ।

ବୈଭବଙ୍କୁ ନେଇ ସଞ୍ଜୁ କହିଛନ୍ତି ଯେ, ପୂର୍ବରୁ ବୈଭବ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେ ଦଳରେ ସାମିଲ ହେବା ଜରୁରୀ ଥିଲା । ସେ ନିଜେ ଦୁଇ-ତିନୋଟିମ୍ୟାଚରେ ବିଫଳ ହୋଇଥିଲେ । କିନ୍ତୁ ବୈଭବ ଭଲ ବ୍ୟାଟିଂ କରୁଥିଲେ । ବୈଭବଙ୍କୁ ନେଇ ଅଭିଯୋଗ କରିବା ବଦଳରେ ଦଳର ମ୍ୟାନେଜମେଣ୍ଟ ପ୍ଲାନକୁ ବୁଝିବା ଦରକାର । ସେ ନିଜେ ଅଧିନାୟକ ଥିବା ବେଳେ ଅନେକ କଠିନ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ନେବା ସହଜ ନୁହେଁ ବୋଲି ସଞ୍ଜୁ କହିଛନ୍ତି ।