ଭୁବନେଶ୍ବର: ଡ୍ରେନରେ ଭାସି ଯୁବକ ନିଖୋଜ ଘଟଣା। ରାତି ହୋଇଯିବାରୁ ସୃଷ୍ଟି ହେଉଥିବା ବାଧା ଏବଂ ଲଗାଣ ବର୍ଷା ଯୋଗୁ ଶନିବାର ପାଇଁ ଅପରେସନ ସ୍ଥଗିତ କଲା ଅଗ୍ନିଶମ ବାହିନୀ। ହେଲେ ରବିବାର ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଟ ଫାୟାର ଅଫିସର ମନୋରଞ୍ଜନ ରାଉତ।

ସୂଚନାଥାଉକି, ଶନିବାର ଅପରାହ୍ଣରେ ବାଣୀବିହାର ନିକଟ କେନାଲରେ ଜଣେ ଯୁବକ ଭାସିଯାଇଥିବାର ଖବର ମିଳିଥିଲା। ଏହା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍‌ ଟିମ୍‌ ଏବଂ ଏନଡିଆରଏଫ୍‌ ଟିମ୍‌ ମଧ୍ୟ ସାମିଲ ହୋଇଥିଲେ। ଏହା ସହ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲା। ହେଲେ ରାତି ହୋଇଯାଇଥିଲେ ବି, ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ। ପୁଣି ଲଗାଣ ବର୍ଷା ଓ ରାତିର ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିଛି।

Also Read: ବାଣୀବିହାର ନିକଟ କେନାଲରେ ଭାସିଗଲେ ଯୁବକ, ମନେ ପକାଇଲା ୨୦୨୧ ମସିହାର କଥା​​​​​​​