ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ସିଏ ଫାଇନାଲ୍ ମେ ପରୀକ୍ଷା ୨୦୨୬ ରେଜଲ୍ଟ ଘୋଷଣା କରିଛି । ଆଇସିଏଆଇର ଅଫିସିଆଲ୍ ୱେବସାଇଟ୍ caresult.icai.orgରେ ରେଜଲ୍ଟ ଜାଣିପାରିବେ । ମେ ୨୦୨୬ ସେସନ୍‌ରେ ସାମିଲ ପରୀକ୍ଷାର୍ଥୀ ଏହି ୱେବସାଇଟ୍‌ରେ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ । ସିଏ ଫାଇନାଲ୍ ପରୀକ୍ଷାରେ ପଟିୟାଲାର ନୂର ସିଙ୍ଗଲା ୪୯୯ ଅଙ୍କ ସହ ପ୍ରଥମ ସ୍ଥାନ ପାଇଛନ୍ତି ।

ICAI ମେ ୨୦୨୬ ସିଏ ଫାଇନାଲ ପରୀକ୍ଷାର ଟପର୍ ତାଲିକା ପ୍ରକାଶ କରିଛି । ପଟିଆଲାର ନୂର ସିଙ୍ଗଲା ୪୯୯ ନମ୍ବର (୮୩.୧୭%) ସହିତ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ସମୟରେ, ହାୱଡାର ରିତିଜ ସରାଫ ୪୭୫ ନମ୍ବର (୭୯.୧୭%) ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଡୋମ୍ବିବଲି ଇଷ୍ଟର ସୋହନ ଅନିଲ ମଞ୍ଜରେକର ୪୭୩ ନମ୍ବର (୭୮.୮୩%) ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ତିନି ଜଣ ଛାତ୍ର ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରି ଅଲ୍ ଇଣ୍ଡିଆ ଟପ୍ ୩ରେ ସ୍ଥାନ ପାଇଛନ୍ତି।

ଜାନୁଆରୀ ୨୦୨୬ରେ ସିଏ ଇଣ୍ଟରମିଡେଟ୍ ପରୀକ୍ଷାରେ ପାସ୍ ହାର ତୁଳନାତ୍ମକ ଭାବରେ କମ୍ ଥିଲା । ଗ୍ରୁପ୍-୧ ପାଇଁ ୧,୦୫,୫୨୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪,୭୩୩ ଜଣ ପାସ୍ କରିଥିଲେ । ପାସ୍ ହାର ୧୩.୯୬% । ଗ୍ରୁପ୍-୨ ପାଇଁ ୬୯,୪୭୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦,୭୯୮ ଜଣ ପାସ୍ ହୋଇଛନ୍ତି । ପାସ୍ ହାର ୧୫.୫୪ ପ୍ରତିଶତ ରହିଛି । ଉଭୟ ଗ୍ରୁପରେ ପରୀକ୍ଷ ଦେଇଥିବା ୪୧,୭୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୯୨୪ ଜଣ ପାସ୍ କରିଛନ୍ତି । ଏହି ବର୍ଗର ମୋଟ ପାସ୍ ହାର ୯.୩୯% ରହିଛି ।

ସିଏ ଫାଇନାଲ୍ ରେଜଲ୍ଟ ୨୦୨୬ କିପରି ଦେଖିବେ ?

  • ପ୍ରଥମେ ICAIର ରେଜଲ୍ଟ ପୋର୍ଟାଲକୁ ଯାଆନ୍ତୁ
  • ହୋମପେଜରେ ଥିବା “CA Final May 2026 Result” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଆପଣଙ୍କର ପଞ୍ଜୀକରଣ ନମ୍ବର ଏବଂ ରୋଲ ନମ୍ବର ପ୍ରବେଶ କରନ୍ତୁ
  • ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଆପଣଙ୍କର ଫଳାଫଳ ଏବଂ ସ୍କୋରକାର୍ଡ ସ୍କ୍ରିନରେ ଦେଖାଯିବ
  • ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ