ନ୍ୟୁୟର୍କ,|୦୬:ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ସଫଳ ହୋଇଛି । ଦୁଇ ଦେଶ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ପରିବହନ ସାଧାରଣ ହେଲାଣି । ତଥାପି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁଣ ଯାଉନି । ସବୁ କିଛି ସ୍ୱାଭାବିକ ହୋଇ ଆସୁଥିବା ବେଳେ ପୁଣି ଧମକ ଦେଇଛନ୍ଟି ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ,ତାଙ୍କୁ ଯାହା କରିବା ଦରକାର ତାହା ସେ ଯେମିତି ହେଲେ କରିବେ । ଯଦି ଇରାନ ଓ୍ୱାଶିଂଟନ ସହ କରିଥିବା ଚୁକ୍ତିରେ ଖିଲାପକରେତାହାଲେ ଆମେରିକା ଯାହା ଇଚ୍ଛା କରିବ । ସେମାନଙ୍କୁ ଚୁକ୍ତି ମାନିବାକୁ ହେବ ।

Also Read :- Super El Nino: ବଢ଼ିଲାଣି ପ୍ରଶାନ୍ତ ମହାସାଗରର ଜଳସ୍ତର, ନାସାର ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ

ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ୟୁଏସ ପ୍ରେସିଡେଣ୍ଟ୍ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନ୍ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଗତ ସପ୍ତାହରେ ଅନ୍ତରୀଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ତିନି ମାସ ପରେ ଏହି ରାଜିନାମା ହୋଇଛି ।

ସେ ଆହୁରି କହିଛନ୍ତି ଯେ, ଇରାନର ଯେଉଁ ଟଙ୍କା ଫ୍ରିଜ୍ ହୋଇ ରହିଛି ତାହାକୁ ଛଡାଯିବ । ଏଥିରେ ସେମାନେ ଆମେରିକାରୁଖାଦ୍ୟ କ୍ରୟ କରିବେ । ସମସ୍ତ ଅର୍ଥ ଖାଦ୍ୟ ଭାବେ ଇରାନକୁ ମିଳିଯିବ । ସେଠାରେକୋଟି ଲୋକ ବସବାସ କରୁଛନ୍ତି । ଇରାନ ସରକାର ସେମାନଙ୍କୁ ଖାଦ୍ୟ ଯୋଗାଇ ପାରୁ ନାହାଁନ୍ତି । ତେଣୁ ଆମମେରିକାର ଚାଷ ଜମିରୁ ଇରାନ ପାଖକୁ ଖାଦ୍ୟ ଯିବ ।

ସୂଚନାଯୋଗ୍ୟ, ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ଇରାନର ଅନେକ କ୍ଷତି ହୋଇଥିଲା । ଦେଶର ଟପ୍ ନେତା ପ୍ରାଣ ହରାଇଥିଲେ । ଇରାନ ମଧ୍ୟ ହର୍ମୋଜକୁ ବନ୍ଦ କରି ବିଶ୍ୱ ବଜାରରେ ତୈଳଦରକୁ ବୃଦ୍ଧି କରିଥିଲା ।