ନୂଆଦିଲ୍ଲୀ,|୦୭ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଚଳିତ ବର୍ଷ ୧୫୦୦ ପ୍ରୋବେସନାରୀ ଅଧିକାରୀ (ପିଓ) ନିଯୁକ୍ତି ନେଇ ଯୋଜନା କରିଛି। ଏ ନେଇ ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ମୋଟ ୧୫୦୦ ପଦବୀ ମଧ୍ଯରୁ ୧୪୪୬ଟି ନିୟମିତ ଏବଂ ୫୪ଟି ବ୍ୟାକଲଗ୍ ପଦବୀ ରହିଛି।

ଆବେଦନକାରୀ ଯେକୌଣସି ବର୍ଷରେ ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ। ଆବେଦନର ବୟସ ଅତିକମ୍ରେ ୨୧ ବର୍ଷ ହୋଇଥିବା ଆବଶ୍ୟକ। ଅନ୍ଲାଇନ ଆବେଦନ ଏବଂ ଦେୟ ପଇଠ ପ୍ରକ୍ରିୟା ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ। ପ୍ରିଲିମିନାରୀ ପରୀକ୍ଷା ଲାଗି କଲ୍ ଲେଟର ଜୁଲାଇ ଦ୍ଵିତୀୟ କିମ୍ବା ୩ୟ ସପ୍ତାହରେ ପ୍ରକାଶ ପାଇବ।

ଏସବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ,୨୦୨୫-୨୬ ଆର୍ଥକ ବର୍ଷ ବ୍ୟାଙ୍କ ୪୬१४०ଅଫିସର ଏବଂ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଛି। ବ୍ୟାଙ୍କର ବାର୍ଷିକ ଆଟ୍ରିସନ (କର୍ମଚାରୀଙ୍କ ଛାଡିବା) ହାର ୧ ପ୍ରତିଶତରୁ କମ୍ (୦.୯୭%) ରହିଛି। ଏହା ଶିଳ୍ପ କ୍ଷେତ୍ରରେ ସର୍ବନିମ୍ନ। ବ୍ୟାଙ୍କର ମୋଟ୍ କର୍ମଚାରୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୨୮.୫୪% । ଏହାବାଦ ଏସବିଆଇ ଆଇଟି,ରିସ୍କ ମ୍ୟାନେଜମେଣ୍ଟ,ଆଇନ ଓ ଡାଟା ଆନାଲିଟିକ୍ସ ଭଳି କ୍ଷେତ୍ରରେ ବିଶେଷଜ୍ଞ ଅଫିସର ମଧ୍ଯ ନିଯୁକ୍ତି କରିଥାଏ।