ମାଲକାନଗିରି ୩୧।୦୮ : ମାଓ ଅପରେସନ ବେଳେ ଠାବ ହେଲା ମାଓ ଡମ୍ପ । ଛତିଶଗଡରେ ମାଓ ବିରୋଧି ଅପରେସନ ବେଳେ ଠାବ ହେଲା ୩ଟି ମାଓ ଡମ୍ପ । ସୁକୁମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବେଲପେଚା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଠାବ ହୋଇଛି ଏହି ମାଓ ଡମ୍ପ । ଯାହା ମଧ୍ୟରେ ରହିଛି ଦୁଇଟି ଟିଫିନ ବୋମା, କୋଡେକ୍ସ ତାର ଜିଲୋଟିନ ଷ୍ଟିକ ଭଳି ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ।

ଅନ୍ୟପଟେ ନାରାୟଣପୁର ଜିଲ୍ଲାରେ ଅପରେସନ ବେଳେ ୧୦ଟି ରାଇଫଲ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ବିଜାପୁର ଜିଲ୍ଲାର ମୁତବେଡି ଜଙ୍ଗଲରେ ମଧ୍ୟ ଯବାନଙ୍କ ଅପରେସନ ବେଳେ ମାଓ ଡ଼ମ୍ପରୁ ଦୁଇଟି ବନ୍ଧୁକ BGL ସେଲ, SLR ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଅନୁସାରେ BSF, STF ଏବଂ DRG ଯବାନଙ୍କ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କୁ ଏହି ବଡ଼ ସଫଳତା ମିଳିଛି ।

Also Read:-୪ ଦିନ ଯାଏଁ ଛାଡ଼ିବନି ବର୍ଷା ! ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ...ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ