ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଅଧିକ ଅଣ୍ଡା ଉତ୍ପାଦନ ଚୀନ୍‌ରେ ହୋଇଥାଏ । ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦେଶର କିଛି ହାତଗଣତି ରାଜ୍ୟରେ ଅଣ୍ଡାର ସବୁଠୁ ଅଧିକ ଉତ୍ପାଦନ ହୋଇଥାଏ । କିନ୍ତୁ ଏମିତି ସହରଟି ଅଛି ଯାହାକୁ କୁହାଯାଏ ଏଗ୍ ସିଟି । ସେହି ସିଟିର ନାମ ହେଉଛି ତାମିଲନାଡ୍ଡୁର ନମକ୍କଲ । ଯେଉଁଠି କେବଳ ୭ କୋଟି ଅଣ୍ଡା ଉତ୍ପାଦନ ହୋଇଥାଏ । ସେଥିପାଇଁ ଏହାକୁ କୁହାଯାଏ ଅଣ୍ଡା ରପ୍ତାନୀ ହବ୍ ।

ନମକ୍କଲର ଅଣ୍ଡା ସଯୁକ୍ତ ଆରବ ଏମିରାଟ୍, କତର ଏବେ ଆଫ୍ରିକୀୟ ଦେଶକୁ ରପ୍ତାନୀ କରାଯାଇଥାଏ । ନିକଟରେ ଆମେରିକା ବି ଏହି ଲିଷ୍ଟରେ ସାମିଲ ହୋଇଛି । ଯେଉଁଠି ପହଞ୍ଚିଯାଏ ନମକ୍କଲର ଅଣ୍ଡା । ପ୍ରଥମ ଥର ଏହିଠୁ ଅଣ୍ଡା ଯୁକ୍ତ ରାଷ୍ଟ୍ର ଆମେରିକାକୁ ରପ୍ତାନୀ କରାଯାଇଛି । ଆମେରିକା ବଜାରରୁ ମିଳିଥିବା ପ୍ରତିକ୍ରିୟା ଆଧାରରେ ଦରକାର ପଡିଲେ ଆହୁରି ବଢିପାରେ ବୋଲି ଅନୁମାନ । ଏବେ ପ୍ରଶ୍ନ ଉଠୁଛି କି, ନମକ୍କଲ କେମିତି ହେବ ଅଣ୍ଡାର ହବ୍ । ଜାଣନ୍ତୁ ଏହାର ଜବାବ୍...

ନମକ୍କଲ କେମିତି ହେଲା ଅଣ୍ଡା ହବ୍ ?

ଭାରତକୁ ଅଣ୍ଡାର ସହର ଭାବେ ପରିଚୟ ପାଇଥିବା ନମକ୍କଲରେ ୧,୨୦୦ ପଲଟ୍ରି ଫାର୍ମ ରହିଛି । ଯାହା ନିୟମିତ ୭ କୋଟି ଅଣ୍ଡା ଉତ୍ପାଦନ କରିଥାଏ । ଏହି ଅଣ୍ଡା ମୁଖ୍ୟତଃ ରୂପେ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁ ଫୁଡ୍ ସ୍କିମ୍ ଜରିଆରେ ସ୍କୁଲ୍ରେ ବି ବଣ୍ଟାଯାଏ ।୧୯୬୦ ଦଶକ ଶେଷରେ ନମକ୍କଲରେ ଟ୍ରାନ୍ସପୋର୍ଟ ବ୍ୟବସାୟ ସହ ଜଡିତ କିଛି ଲୋକ ପଲଟ୍ରି ଫାର୍ମିଂନ ଆରମ୍ଭ କଲେଣି । ବ୍ୟାପକ ଭାବେ ବଢୁଥିବା ଫାଇଦା ସହ ଏହି ବ୍ୟବସାୟରେ ଧୀରେ ଧୀରେ ସ୍ଥାନୀୟ ଲୋକ ବି ସାମିଲ ହେଲେଣି ।

୧୯୯୦ ଦଶକ ପର୍ଯ୍ୟନ୍ତ ସହରରେ ୫,୦୦୦ ରୁ ଅଧିକ ପଲଟ୍ରି ଫାର୍ମ ଥିଲା । ଏହି ଫାର୍ମ ୧୯୯୦ ଦଶକ ଶେଷରେ ମଲ୍ଟି ଷ୍ଟୋରର ବିଲ୍ଡିଂରେ ପରିଣତ ହୋଇଗଲା ।ଯାନ୍ତ୍ରିକ ଏବଂ ଆଧୁନିକ ପଦ୍ଧତି ସବୁ ବଢୁଥିବା କାରଣରୁ ଛୋଟ ଆକାରର ପଲଟ୍ରି ଫାର୍ମ ଚଲାଉଥିବା ଲୋକ ଧୀରେ ଧୀରେ କମିଗଲେ । ଫଳେ ପଲଟ୍ରି ଫାର୍ମ ସଂଖ୍ୟା ୫,୦୦୦ ରୁ ଖସି ୧,୧୦୦ ହୋଇଗଲା । ତେବେ ଅଣ୍ଡା ସଂଖ୍ୟା କିନ୍ତୁ ବଢିଗଲା, କାରଣ ଗୋଟିଏ ଗ୍ରୁପ୍ରେ ୧୦,୦୦୦ ଆରମ୍ଭ କରି ୨ ଲକ୍ଷରୁ ଅଧିକ କୁକୁଡା ରହିଥାନ୍ତି । ବର୍ତ୍ତମାନ ଏହି ଫାର୍ମ ସଂଖ୍ୟା ବଢି ୧୨୦୦ ହୋଇଛି ।

​​​​​​​

ନମକ୍କଲକୁ ଅଣ୍ଡା ହବ୍ କରିବାକୁ ସରକାରଙ୍କ ବଡ଼ ଭୂମିକା ରହିଛି । ଚାଷୀଙ୍କୁ ତାଙ୍କର ଉଚିତ୍ ଦାମ୍ ଦେବା ପାଇଁ ନେସନାଲ୍ ଏଗ୍ କୋଡିନେସ୍ନ କମିଟି(NECC) ପ୍ରତିଷ୍ଠା ହୋଇଛି । ୧୯୮୫ରେ ଭେଟନାରୀ କଲେଜ ଖୋଲାଗଲା । ଯେଉଁଥିରେ ପଲଟ୍ରି ଉଦ୍ୟୋଗଙ୍କ ସ୍ଥିରତା ବୈଜ୍ଞାନିକଙ୍କୁ ଫାଇଦା ଦେଇଥିଲା । ମଧ୍ୟପ୍ରାଚ୍ୟ ସମେତ ଅନେକ ଦେଶରେ ନମକ୍କଲ ଅଣ୍ଡାର ଡିମାଣ୍ଡ ରହିଛି ।

କାହିଁକି ବଢୁଛି ନମକ୍କଲ ଅଣ୍ଡା ଚାହିଦା?

ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ପାଇଁ ଅନେକ ଦେଶରେ ପଲଟ୍ରି ଫାର୍ମ ଫିଡ୍ ମହଙ୍ଗା ହୋଇଗଲା । ଯାହାର ଫାଇଦା ନମକ୍କଲକୁ ପ୍ରଚୁର ମାତ୍ରାରେ ମିଳିଥିଲା । ପଲଟ୍ରି ଇଣ୍ଡିଆ ରିପୋର୍ଟ ମୁତାବକ ଭାରତରୁ ବିଶ୍ୱର ଅନେକ ଦେଶକୁ ରପ୍ତାନୀ ହେଉଥିବା ଅଣ୍ଡାରେ ୯୫ ପ୍ରତିଶତ ଫାଇଦା ନମକ୍କଲକୁ ହୋଇଥାଏ । ସେତିକି ନୁହେଁ, ଭାରତୀୟ ଅଣ୍ଡା ଅନ୍ତରାଷ୍ଟ୍ରୀୟ ସ୍ତରରେ ବେଶ ଚାହିଦା ରହିଛି । ଖାସ୍ ସେଥିପାଇଁ ଦାମ ବଢିବାର ଏହା ବି ଗୋଟିଏ କାରଣ । ଅନ୍ୟ ଦେଶ ତୁଳନାରେ ଭାରତର ଅଣ୍ଡା ଭାରି ଶସ୍ତା । ଭାରତରେ ବହୁତ ମାତ୍ରାରେ ଏହାର ପ୍ରଡକ୍ସନ ହୋଇଥାଏ । ସରକାରଙ୍କ ତରଫରୁ ଏହି ଉଦ୍ୟୋଗକୁ ବହୁତ ଫାଇଦା ବି ମିଳିଥାଏ ।