ନୂଆଦିଲ୍ଲୀ,୦୭/୦୮ୟେମେନରେ ଭୟଙ୍କର ଆକ୍ରମଣ । ଜୀବନ ହାରିଲେ ୩୦ ସୈନ୍ୟ । ଆତଙ୍କବାଦୀ ସଙ୍ଗଠନ ହୁତିର ସାଙ୍ଘାତିକ କାଣ୍ଡ । ଯାହା ବିଶ୍ୱକୁ ଥରାଇ ଦେଇଛି । ଗୁରୁବାର ମିସାଇଲ ଆଟାକ୍ କରି ହୁତି ୟେମେନରେ ଧ୍ୱଂସଲୀଳା କରିଛି ।

ରିପୋର୍ଟ ଅନୁସାରେ, ହୁତି ଆକ୍ରମଣରେ ୩୦ ଜଣ ୟେମେନ୍ ସୈନ୍ୟ ପ୍ରାଣ ହରାଇଛନ୍ତି । ସେମାନଙ୍କ କ୍ୟାମ୍ପ୍ ଉପରେ ଏହି ଆକ୍ରମଣ ହୋଇଛି । ହାରଡାମାଉଣ୍ଟ୍ ଏବଂ ମାରିବ ଅଞ୍ଚଳରେ ଏହି ଘଟଣା ଘଟିଛି ।୧୫ରୁ ଅଧିକ ସୈନ୍ୟ ଏଥିରେ ଆହତ ମଧ୍ୟ ହୋଇଛନ୍ତି ।

ଯେଉଁ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି ଏଥିରେ ସୈନ୍ୟଙ୍କ ସହ କିଛି ଏମରଜେନ୍ସ୍ ରେସପନ୍ସ ଟିମ୍ ସଦସ୍ୟ ରହିଥିଲେ । ସେମାନଙ୍କୁ ହୁତି ଗୁରୁବାର ଟାର୍ଗେଟ୍ କରିଛି । ଯାହା ଦୀର୍ଘଦିନ ଧରି ଦେଶରେ ସାଲିଥିବା ସିଭିଲ୍ ଓ୍ୱାର ବାଗୃହଯୁଦ୍ଧରପରିଣତି ବୋଲି କୁହାଯାଉଛି । ଗତ କିଛି ସପ୍ତାହ ହେଲା ଦେଶରେ ହିଂସାମଧ୍ୟବୃଦ୍ଧି ପାଇଛି ।

Also Read :- ମସ୍କଙ୍କୁ ପସନ୍ଦ ଆସିଲାନି ନ୍ୟୁୟର୍କ ମେୟରଙ୍କ ଗ୍ରୋସରୀ ଷ୍ଟୋର ଆଇଡିଆ, କଲେ ଜୋରଦାର ସମାଲୋଚନା

ହୁତିର ମୁଖପାତ୍ର ୟାହା ସେରି କହିଛନ୍ତି ଯେ, ମିସାଇଲ୍ ଏବଂ ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ ହୋଇଛି । ଶତାଧିକ ମୃତାହତ ହୋଇଛନ୍ତି । ୟେମେନ୍ ସରକାର ଏବଂ ସେନା ମଧ୍ୟ ଆକ୍ରମଣ ବାବଦରେ ସ୍ପଷ୍ଟ କରିଛନ୍ତି । ସେନାର କହିବାନୁସାରେ, ଅଲ୍ ଜାଓ୍ୱା, ମାରିବ୍ ଅଞ୍ଚଳରୁ ଟି ମିସାଇଲ୍ ମାଡ ହୋଇଥିଲା । ଯାହା ଅଲ୍ ଥିନିୟା ଏବଂ ଅଲ୍ ଅବରର ହାରଡାମାଉଣ୍ଟ ଏବଂ ଅଲ୍ ରଉକରେ ପଡିଥିଲା । ଏବେସୁଦ୍ଧା୩୦ଜଣ ପ୍ରାଣ ହରାଇଛନ୍ତି । ଯାହା ଆଗକୁ ଅଧିକ ବଢିପାରେ ।

ସୂଚନାଯୋଗ୍ୟ ଯେ, ସେନା ସହ ଯେଉଁ ଏମରଜେନ୍ସ ଫୋର୍ସକୁ ଟାର୍ଗେଟ୍ କରାଯାଇଛି ତାହାକୁ ୨୦୨୫ ଡିସେମ୍ବରରେ ରାଷ୍ଟ୍ରପତି ପ୍ରତିଷ୍ଠା କରିଥିଲେ । ଏହା ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଥାଏ । କିଛି ଦିନ ହେଲା ଏହି ଫୋର୍ସ ହୁତି ସଙ୍ଗଠନକୁ ଟାର୍ଗେଟ୍ କରୁଥିଲା । ଯାହାର ଫଳସ୍ୱରୂପ ସେମାନଙ୍କ କ୍ୟାମ୍ପ୍ ଉପରେ ଆକ୍ରମଣ କରାଯାଇଥିବା କୁହାଯାଉଛି ।