ଭୁବନେଶ୍ୱର ୨୦।୧୧ : ବିଧାନସଭା ଶୀତ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ । ଦିନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ବାଚସ୍ପତିଙ୍କ ଘୋଷଣା ପରେ ବିଧାନସଭାର କାର୍ଯ୍ୟବିଧି ସାମୟିକ ଭାବେ ବନ୍ଦ ରହିଛି।

ବୁଧବାର ଦିନ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ କିଛି ସମୟ ବିଧାୟନସଭା ଚାଲିବା ପରେ ମୁଲତବୀ ହୋଇଥିଲା । ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଗୁରୁବାର ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ପକ୍ଷରୁ ହଙ୍ଗାମା ଆରମ୍ଭ ହୋଇଥିଲା । କୋଟିଆ ପ୍ରସଙ୍ଗରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଯାହାଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ଶୁକ୍ରବାର ସକାଳ ୧୦ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ଶୁକ୍ରବାର ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଭିନ୍ନ ପ୍ରସଙ୍ଗେ ନେଇ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଯାହାଫଳରେ ବାଚସ୍ପତି ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । 

Also Read:-ବିଧାନସଭାରେ ଥମୁନି ହୋହଲ୍ଲା, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ