ଭୁବନେଶ୍ୱର ୧୯।୧୧ : ବିଧାନସଭା ଶୀତ ଅଧିବେଶନ । ଆଜି ବି ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ମଧ୍ୟରେ ବିଧାନସଭାକୁ ଶୁକ୍ରବାର ୧୦ଟା ୩୦ ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ ।

ବୁଧବାର ଦିନ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ କେଇ ସମୟ ବିଧାୟନସଭା ଚାଲିବା ପରେ ମୁଲତବୀ ହୋଇଥିଲା । ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଗୁରୁବାର ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ପକ୍ଷରୁ ହଙ୍ଗାମା ଆରମ୍ଭ ହୋଇଥିଲା । କୋଟିଆ ପ୍ରସଙ୍ଗରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଯାହାଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

Also Read:-Landslide prone areas: ରାୟଗଡ଼ାରୁ ଗଞ୍ଜାମ ଯାଏଁ ଭୂସ୍ଖଳନ ଭୟ, ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ତେବେ ବାରମ୍ବାର ମୁଲତବୀ ଏବଂ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ତଥାପି ସୁଧୁରିଲାନି ସ୍ଥିତି । ଗୃହ ଆରମ୍ଭ ହେଉ ହେଉ ହୋହଲ୍ଲା ଓ ପ୍ରତିବାଦ । ନିଜ ଦାବି ନେଇ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ବିରୋଧୀ ସଦସ୍ୟ । ଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାରେ ସୃଷ୍ଟି ହୋଇଥିଲା ବାଧା । ଗୃହକାର୍ଯ୍ୟକୁ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।