ଭୁବନେଶ୍ୱର ୧୨।୦୩ : ବିଧାନସଭା ଅଧିବେଶନର ୪ର୍ଥ ଦିନ । ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା-ହଟ୍ଟଗୋଳ। ରାଜ୍ୟରେ ଗ୍ୟାସ ଅଭାବର ପ୍ରତିବାଦରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା। ଯାହାଫଳରେ ବିଧାନସଭାକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ଏ ଖବର ବି ପଢନ୍ତୁ:-ଲୋକଙ୍କୁ ଏବେ ଜାଳେଣି ଭାଳେଣି, ରାଜଧାନୀରେ କାଠ ମହଙ୍ଗା, କିଣିବାକୁ ଲାଗିଛି ଲୋକଙ୍କ ଭିଡ଼

ଖବର ଅନୁଯାୟୀ, ବିଧାନସଭା ବଜେଟ୍ ଅଧିବେଶନ । ଗୁରୁବାର ଅଧିବେଶନର ୪ର୍ଥ ଦିନ । ଗତ ତିନି ଦିନ ଧରି ବେଶ ସୁରୁଖୁରରେ ଚାଲିଲା ଗୃହ । ହେଲେ ଗୁରୁବାର ଦିନ ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଙ୍ଗାମା କରିଥିଲେ । ରାଜ୍ୟରେ ଗ୍ୟାସ୍‌ ଅଭାବ ପ୍ରତିବାଦରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ । ସରକାର ସବୁ ଜାଣି ଚୁପ୍‌ ବସୁଛନ୍ତି ବୋଲି ବିରୋଧୀ ଦଳ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ କେହି ଚୁପ୍‌ ବସିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ।  

ଏ ଖବର ବି ପଢନ୍ତୁ:-ଖାଦ୍ୟ ଉପରେ ଓ୍ୱାର ଇଫେକ୍ଟ: ଭାତ ରାନ୍ଧିବ କେମିତି ? ତୁଣ ଟିକିଏ ଲାଗି ତେଲ ନାହିଁ