ମେଷ- ସତର୍କ ରହିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଅଚାନକ ପରିବର୍ତ୍ତନ ଆସିପାରେ। ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସାବଧାନ ରହନ୍ତୁ। ପରିବାରରେ ଛୋଟ ମତଭେଦ ହେବାର ସମ୍ଭାବନା ରହିଛି। ଯାତ୍ରା କାର୍ଯ୍ୟରେ ବାଧା ଆସିପାରେ।

ବୃଷ- ମଧ୍ୟମ ଫଳଦାୟକ ଦିନ। ଆର୍ଥିକ ଦିଗରେ କିଛି ଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରୟାସର ଫଳ ଡେରିରେ ମିଳିବ। ପରିବାରରେ ସହଯୋଗ ମିଳିବ। ଶରୀରରେ ଅଳ୍ପ କ୍ଲାନ୍ତି ଅନୁଭବ କରିପାରିବେ। ଧୈର୍ଯ୍ୟ ଧରି କାମ କଲେ ଫଳ ମିଳିବ।

ମିଥୁନ- ଘାତ ବାର ପ୍ରଭାବରୁ କାମରେ ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ ଏବଂ ଅନାବଶ୍ୟକ ଯାତ୍ରା ହେବାର ସମ୍ଭାବନା ରହିଛି। ଶରୀରରେ ଅସୁବିଧା ଅନୁଭବ କରିପାରିବେ। ଶାନ୍ତ ମନରେ ଦିନ କାଟିବା ଉଚିତ।

କର୍କଟ- କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ହେବ। ଧନ ଲାଭର ଛୋଟ ଯୋଗ ରହିଛି। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ଶିକ୍ଷାର୍ଥୀମାନେ ଭଲ ଫଳ ପାଇପାରନ୍ତି। ଯୋଜନା ସଫଳ ହେବ। ମନ ଶାନ୍ତ ରହିବ।

ସିଂହ- ମିଶ୍ର ଫଳ ରହିବ। କାମରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଧନ ଲାଭ ହେଲେ ମଧ୍ୟ ସଞ୍ଚୟ କମ୍ ହେବ। ପରିବାରରେ ସମର୍ଥନ ମିଳିବ। ମିତ୍ରଙ୍କ ସହଯୋଗ ଲାଭଦାୟକ ହେବ। ନୂତନ ସୁଯୋଗ ଆସିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

କନ୍ୟା- ଭଲ ଦିନ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଆଗମନ ହେବାର ଯୋଗ ରହିଛି। ପରିବାରରେ ଖୁସି ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାମ ଆରମ୍ଭ କଲେ ସଫଳତା ମିଳିପାରେ।

ତୁଳା- ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ରହନ୍ତୁ। କାମରେ ଅନାବଶ୍ୟକ ଚାପ ବଢ଼ିପାରେ। ପରିବାରରେ ଛୋଟ ଅସମ୍ମତି ହୋଇପାରେ। ଯାତ୍ରାରେ ବାଧା ଆସିପାରେ। ଶରୀରରେ କ୍ଲାନ୍ତି ଅନୁଭବ କରିପାରନ୍ତି। ଧୈର୍ଯ୍ୟ ଧରିବା ଉଚିତ।

ବିଛା- ଘାତ ଚନ୍ଦ୍ର ପ୍ରଭାବରୁ ସତର୍କ ରହିବା ଆବଶ୍ୟକ। କାର୍ଯ୍ୟରେ ବାଧା ଏବଂ ବିଳମ୍ବ ହେବାର ସମ୍ଭାବନା ରହିଛି। ଧନ ଖର୍ଚ୍ଚ ବଢ଼ିପାରେ। ପରିବାରରେ ମନୋମାଳିନ୍ୟ ହୋଇପାରେ। ସ୍ୱାସ୍ଥ୍ୟରେ ଅଳ୍ପ ସମସ୍ୟା ଦେଖାଯାଇପାରେ। ଶାନ୍ତ ଓ ସାବଧାନ ରହିବା ଉଚିତ।

ଧନୁ- ଭଲ ଫଳ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଧନ ଲାଭର ଯୋଗ ରହିଛି। ପରିବାରରେ ସମ୍ମାନ ବଢ଼ିବ। ନୂତନ ସୁଯୋଗ ମିଳିପାରେ। ମିତ୍ରଙ୍କ ସହଯୋଗ ଲାଭଦାୟକ ହେବ।

ମକର- କାମରେ ଚାପ ବଢ଼ିପାରେ। ଧନ ଆଗମନ ହେଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। ପରିବାରରେ ସମର୍ଥନ ମିଳିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଯାତ୍ରାରେ ସାବଧାନ ରହନ୍ତୁ। ଧୀରେ ଧୀରେ ଫଳ ମିଳିବ।

କୁମ୍ଭ- ଶୁଭ ଦିନ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ଖୁସି ରହିବ। ନୂତନ ଯୋଜନା ସଫଳ ହେବ। ମିତ୍ରଙ୍କ ସହ ସମୟ ଭଲ କଟିବ।

ମୀନ- ଆପଣଙ୍କ ପାଇଁ ମିଶ୍ର ଫଳ ରହିବ। କାମରେ କିଛି ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ଶରୀରରେ ଅଳ୍ପ ଅସୁବିଧା ଅନୁଭବ ହେବ। ଧୈର୍ଯ୍ୟ ଧରି କାମ କଲେ ଦିନଟି ଭଲରେ କଟିଯିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682)