ହିଜାବ ବନାମ ସ୍କୁଲ ୟୁନିଫର୍ମ I ସ୍କୁଲ ୟୁନିଫର୍ମ ବଦଳରେ ହିଜାବ ପିନ୍ଧି ସ୍କୁଲ ଯିବା ପ୍ରସଙ୍ଗ ଏବେ ଦେଶରେ ଆଉ ବିବାଦ ସୃଷ୍ଟି କରିଛି I ଉତ୍ତରପ୍ରଦେଶରେ ହିଜାବ ଓ ସ୍କୁଲ୍ ୟୁନିଫର୍ମକୁ ନେଇ ଚାଲିଥିବା ବିବାଦରେ ଆସିଛି ବଡ଼ ରାୟ। ପ୍ରୟାଗରାଜର ଟାଗୋର ପବ୍ଲିକ୍ ସ୍କୁଲର ଜଣେ ମୁସଲିମ୍ ଛାତ୍ରୀଙ୍କ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଛନ୍ତି। ସ୍କୁଲ୍ ଡ୍ରେସ୍ କୋଡ୍କୁ ନେଇ ଛାତ୍ରୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ରେ ହିଜାବ ଅନୁମତିକୁ ନେଇ ଯୁକ୍ତି ବାଢି ଥିଲେ I

ପ୍ରୟାଗରାଜର ଟାଗୋର ପବ୍ଲିକ୍ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ମୁସଲିମ୍ ଛାତ୍ରୀ ସ୍କୁଲ୍ର ଡ୍ରେସ୍ କୋଡ୍କୁ ଚ୍ୟାଲେଞ୍ଜ କରି ଆଲ୍ଲାହାବାଦ ହାଇକୋର୍ଟରେ ଆବେଦନ କରିଥିଲେ।ଛାତ୍ରୀଙ୍କ ପକ୍ଷରୁ ହିଜାବ ପିନ୍ଧି ସ୍କୁଲ୍ ଯିବା ଅଧିକାର ନେଇ ଯୁକ୍ତି ରଖାଯାଇଥିଲା।ଛାତ୍ରୀ ଜଣକ କହିଥିଲେ ସେ ଷଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହିଜାବ ପିନ୍ଧି ସ୍କୁଲ ଆସୁଥିଲେ କିନ୍ତୁ ବର୍ତମାନ କାହିଁକି ନୁହଁ ? ଅନ୍ୟପଟେ ସ୍କୁଲ୍ ପକ୍ଷରୁ ନିର୍ଦ୍ଧାରିତ ୟୁନିଫର୍ମ ଓ ଡ୍ରେସ୍ କୋଡ୍ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଭାବେ ଲାଗୁ ହେଉଥିବା କଥା କୁହାଯାଇଥିଲା। ମାମଲାର ଶୁଣାଣି ପରେ ହାଇକୋର୍ଟ ଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ସ୍କୁଲ୍ର ନିର୍ଦ୍ଧାରିତ ୟୁନିଫର୍ମ ନିୟମକୁ ନେଇ ଅଦାଲତଙ୍କ ରାୟ ଏବେ ଆଲୋଚନାର କେନ୍ଦ୍ରରେ ରହିଛି। ଏ ବାବଦରେ ଅଦାଲତଙ୍କ ଟିପଣି ଥିଲା ,ହିଜାବ ପିନ୍ଧି ସ୍କୁଲ ଆସିବାକୁ ନେଇ ଏଯାବତ କୌଣସି ଧାର୍ମିକ ଶକ୍ତ ଯୁକ୍ତି ନାହିଁ I ଏଭଳି ଯୁକ୍ତି ଦେଇ ଛାତ୍ରୀଙ୍କ ଆବେଦନକୁ ଖାରଜ କରିଥିଲେ ଆଲ୍ଲାହାବାଦ ହାଇକୋର୍ଟ I

ଏହି ରାୟ ପରେ ସ୍କୁଲ୍ର ଡ୍ରେସ୍ କୋଡ୍, ଧାର୍ମିକ ପରିଚୟ ଏବଂ ଶିକ୍ଷାନୁଷ୍ଠାନର ନିୟମକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।ତେବେ ସ୍କୁଲ୍ର ୟୁନିଫର୍ମ ନିୟମ ଓ ଧାର୍ମିକ ପୋଷାକ ସମ୍ପର୍କିତ ଏହି ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ଏହିପରି ବିବାଦ ଉପରେ ଆଇନଗତ ଚର୍ଚ୍ଚାକୁ ପ୍ରଭାବିତ କରିପାରେ।