ଷ୍ଟକହୋମ୍: ରୟାସନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ "ଅସିମିତିକ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର ପ୍ରଭାବ ଏବଂ ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପ୍ରଦାନ କରାଯିବ । ହେନରୀ କାଗନ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ଏବଂ କେନ୍ସୋ ସୋଆଇ ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।

 

ଦୁଇ ବୈଜ୍ଞାନିକ ରୟାସନ ବିଜ୍ଞାନରେ ମିରର୍ ଇମେଜ୍ (ଦର୍ପଣ-ପ୍ରତିବିମ୍ୱ) ଚୟନର ପଦ୍ଧତି ଉପରେ କାମ କରିଛନ୍ତି । ଉଭୟ ବୈଜ୍ଞାନିକ ରସାୟନ ବିଜ୍ଞାନର ପ୍ରାୟ ୧୦୦ ପୁରୁଣା ରହସ୍ୟକୁ ସମାଧାନ କରିଛନ୍ତି । ସେମାନେ ନିଜ ଗବେଷଣା ସ୍ପଷ୍ଟ କରିଛନ୍ତି ଯେ କୌଣସି ରାସାୟନିକ ପ୍ରକ୍ରିୟାରେ ପରସ୍ପର ମିରର୍ ଇମେଜ ପରି ଦୁଇ ଅଣୁ ମଧ୍ୟରେ କେବଳ ଗୋଟିଏ ରୂପ କିପରି କରାଯାଇପାରିବ । ଏହି ଆବିଷ୍କାର ଔଷଧ ସମେତ ଅନେକ ପ୍ରକାର ରସାୟନ ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

Also Read:ମେଡିସିନରେ ତିନି ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର, 'ଅପ୍ଟୋଜେନେଟିକ୍ସ' ଉପରେ ଗବେଷଣା ପାଇଁ ମିଳିଲା ସମ୍ମାନ

ନୋବେଲ ରସାୟନ ବିଜ୍ଞାନ କମିଟିର ଅଧ୍ୟକ୍ଷ ହେଇନର ଲିଙ୍କେ ଏହାକୁ ସରଳ ଭାଷାରେ ବୁଝାଇବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି, "ଚଳିତ ବର୍ଷର ପୁରସ୍କାର ହେଉଛି ମୌଳିକ ରସାୟନ ବିଜ୍ଞାନ ବିଷୟରେ । ଅନେକ ଅଣୁ ଦୁଇଟି ଭିନ୍ନ ରୂପରେ ଦେଖାଯାଆନ୍ତି, ଯେପରିକି ମୋର ଦୁଇଟି ହାତ । ଏହା ଦେଖିବାକୁ ଏକାପରି ଏବଂ ଗୋଟିଏ ଅନ୍ୟଟିର ପ୍ରତିବିମ୍ବ ହୋଇଥାନ୍ତି, କିନ୍ତୁ ସମ୍ପୂର୍ଣ୍ଣ ସମାନ ନୁହନ୍ତି । ମୁଁ ମୋର ଗୋଟିଏ ହାତକୁ ଅନ୍ୟ ହାତ ଉପରେ ସମାନ ଭାବେ ରଖିପାରିବି ନାହିଁ । ଦୁହେଁ ପରସ୍ପରର ମିରର୍ ଇମେଜ୍ ହୋଇଥାନ୍ତି । ଏଭଳି ଅଣୁଗୁଡ଼ିକୁ କାଇରାଲ୍ (chiral) କୁହାଯାଏ, ଯାହା ଗ୍ରୀକ୍ ଶବ୍ଦ 'ହାତ'ରୁ ଆସିଛି ।" ପୁରସ୍କାର ପ୍ରଦାନକାରୀ ସଂସ୍ଥା କହିଛି, ଦୁଇ ବୈଜ୍ଞାନିକ ରସାୟନ ବିଜ୍ଞାନକୁ ମିରର୍ ଇମେଜ୍ ବାଛିବାକୁ ବାଧ୍ୟ କରିଥିଲେ ।

 

ନୋବେଲ ସପ୍ତାହରେ ପ୍ରଦାନ କରାଯାଉଥିବା ତୃତୀୟ ପୁରସ୍କାର ଭାବେ ରସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଇଛି । ଏହା ପୂର୍ବରୁ ସୋମବାର ଚିକିତ୍ସା ବିଜ୍ଞାନ ଏବଂ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା । ନୋବେଲ୍ ପୁରସ୍କାର ବିଜେତାଙ୍କୁ ୧୨ ନିୟୁତ ସ୍ୱିଡିସ୍ କ୍ରୋନୋର (୧.୨ ନିୟୁତ ଡଲାର) ପୁରସ୍କାର ରାଶି ପ୍ରଦାନ କରାଯିବ, ଯାହା ବିଜେତାଙ୍କ ମଧ୍ୟରେ ଭାଗ କରାଯିବ ।