ମୁମ୍ବାଇ: ବଲିଉଡ଼ର ଦୁଇ ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଏବଂ ଜୟା ବଚ୍ଚନ। ବହୁ ବର୍ଷ ଧରି ଉଭୟ ଫିଲ୍ମ ଜଗତରେ ନିଜର ଜାଦୁ ଦେଖାଇବା ପରେ ସଫଳତାର ସହ ରାଜନୀତିରେ କ୍ୟାରିୟର କରି ସାରିଛନ୍ତି। ବର୍ତ୍ତମାନ ଉଭୟ ଭିନ୍ନ ଭିନ୍ନ ରାଜନୈତିକ ଦଳରୁ ସାଂସଦ ଅଛନ୍ତି। 'ଡ୍ରିମ୍ ଗର୍ଲ' ହେମା ମାଳିନୀ ଭାରତୀୟ ଜନତା ପାର୍ଟି (BJP) ରୁ ଲୋକସଭା ସାଂସଦ ଥିବା ବେଳେ ଜୟା ବଚ୍ଚନ ସମାଜବାଦୀ ପାର୍ଟି (SP) ରୁ ରାଜ୍ୟସଭା ସାଂସଦ ଅଛନ୍ତି।

ଏତିକି ରହିଛି ହେମାଙ୍କ ସଂପତ୍ତି

୨୦୨୪ ଲୋକସଭା ନିର୍ବାଚନ ସମୟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ହେମା ମାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧୪୨ କୋଟି ଟଙ୍କା। ମୁମ୍ବାଇ ବ୍ୟତୀତ ବୃନ୍ଦାବନ ଏବଂ ଚେନ୍ନାଇରେ ତାଙ୍କର ବାସଗୃହ ଓ ବ୍ୟବସାୟିକ ସମ୍ପତ୍ତି ରହିଛି। ଏହାସହ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସୁନା ଓ ହୀରା ଗହଣା ମଧ୍ୟ ଅଛି।

Also Read: ଶ୍ରୀଦେବୀଙ୍କ ୨.୭ ଏକର ଜମିକୁ ନେଇ ଆଇନଗତ ବିବାଦ: ବୋନି କପୁର, ଜାହ୍ନବୀ ଓ ଖୁସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଗାଡ଼ି କଲେକ୍ସନ୍ ମାମଲାରେ ହେମା ବେଶ୍ ଆଗରେ ଅଛନ୍ତି। ତାଙ୍କ ପାଖରେ ଅଡି Q5, ମର୍ସିଡିଜ୍-ବେଞ୍ଜ୍ M-କ୍ଲାସ୍, MG M9 ଇଲେକ୍ଟ୍ରିକ୍, ହୁଣ୍ଡାଇ ସାଣ୍ଟାଫି ଏବଂ MG ହେକ୍ଟର ଭଳି ଅନେକ ଦାମୀ ଲକଜରୀ କାର୍ ଅଛି। ହେମାଙ୍କ ନିଜ ନାମରେ କୌଣସି କୃଷି ଜମି ନଥିଲେ ବି, ତାଙ୍କ ସ୍ୱାମୀ ତଥା ଦିବଂଗତ ଅଭିନେତା ଧର୍ମେନ୍ଦ୍ରଙ୍କ ନାମରେ ମୁମ୍ବାଇର ଲୋନାଭାଲାରେ ୧୦୦ ଏକରର ଏକ ବଡ଼ ଫାର୍ମହାଉସ୍ ରହିଛି।

ଜୟା ବଚ୍ଚନଙ୍କ ନେଟଓ୍ଵର୍ଥ

ଅନ୍ୟପଟେ, ସମାଜବାଦୀ ପାର୍ଟିରୁ ନିର୍ବାଚନୀ ଆବେଦନ ପତ୍ର ଅନୁଯାୟୀ, ଜୟା ବଚ୍ଚନ ଏବଂ ତାଙ୍କ ସ୍ୱାମୀ ଅମିତାଭ ବଚ୍ଚନଙ୍କ ମୋଟ ମିଳିତ ସମ୍ପତ୍ତି ପ୍ରାୟ ୧୫୭୮ କୋଟି ଟଙ୍କା। ଏହି ମୋଟ ସମ୍ପତ୍ତି ମଧ୍ୟରେ ୭୨୯ କୋଟି ଟଙ୍କାର ସ୍ଥାବର ଏବଂ ୮୪୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ।

ଜୟାଙ୍କ ପାଖରେ ପ୍ରାୟ ୪୧ କୋଟି ଟଙ୍କାର ଗହଣା ଏବଂ ବ୍ୟାଙ୍କ ଆକାଉଣ୍ଟରେ ୧୦ କୋଟି ଟଙ୍କାର ଜମା ରହିଛି। ତାଙ୍କ ନାମରେ ୮ ଏକର କୃଷି ଜମି ଅଛି, ଯେଉଁଥିରୁ ୩ ଏକର ଲକ୍ଷ୍ନୌରେ ଏବଂ ୫ ଏକର ଭୋପାଳରେ ଅବସ୍ଥିତ। ତେବେ ଗାଡ଼ି ମାମଲାରେ ତାଙ୍କ ନିଜ ନାମରେ ପ୍ରାୟ ୯.୮୨ ଲକ୍ଷ ଟଙ୍କାର ମାତ୍ର ଗୋଟିଏ କାର୍ ଅଛି। ମୋଟ ସମ୍ପତ୍ତି, ଜମିଜମା ଏବଂ ନିଜସ୍ୱ କୃଷି ଜମିର ମୂଲ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜୟା ବଚ୍ଚନ ହେମା ମାଲିନୀଙ୍କ ତୁଳନାରେ ବହୁତ ଆଗରେ ରହିଛନ୍ତି।

Also Read: ଦୀର୍ଘ ବର୍ଷ ପରେ ଅଣ୍ଡରୱାର୍ଲ୍ଡ ଡନଙ୍କ ସହ ବିବାଦୀୟ ଫଟୋକୁ ନେଇ ମୁହଁ ଖୋଲିଲେ ମନ୍ଦାକିନୀ, କହିଲେ-ସେ କାହିଁକି ମୋତେ ଡାକିବେ…